ଇନଷ୍ଟାଗ୍ରାମରେ ଅଳ୍ପ ସମୟରେ କିପରି ଅଧିକ ଫଲୋଅର୍ସ ବଢାଇବେ, ଆସନ୍ତୁ ଜାଣିବା


ଯେତେବେଳେ ଆମେ ପ୍ରଥମଥର ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁ ସେତେବେଳେ ଆମ ମନରେ ଗୋଟେ ଉତ୍କଣ୍ଠା ରିହଥାଏ ଯେ, ଆମେ ସେୟାର କରିଥିବା ପୋଷ୍ଟ ଏବଂ ଫଟୋ ଗୁଡିକରେ କେତେ ଲାଇକ, ସେୟାର ଏବଂ କମେଣ୍ଟ ହୋଇଛି । ଏଥିପାଇଁ ସର୍ବପ୍ରଥମେ ଆମକୁ ଦେଖିବାର ଅଛି ଯେ, ଆମର ଆକାଉଣ୍ଟରେ କେତେ ଭଲ ଏବଂ ଅଧିକ ଫଲୋଅର୍ସ ଅଛନ୍ତି । ଏହା ଦ୍ୱାରା ଆପଣ ସେୟାର କରିଥିବା କୌଣସି ବି ପୋଷ୍ଟ ଏବଂ ଫଟୋ ଗୁଡିକରେ ଅଧିକରୁ ଅଧିକ ଲାଇକ ପାଇପାରିବେ ।

ଫେସବୁକ ଏବଂ ଇନଷ୍ଟାଗ୍ରାମ ସବୁଠାରୁ ଲୋକପ୍ରିୟ ସୋସିଆଲ ନେଟୱାର୍କିଙ୍ଗ ସାଇଟ ହୋଇଥିବାବେଳେ ଯଦି ଆମେ ଇନଷ୍ଟାଗ୍ରାମ କଥା କହିବା ତେବେ ଏଥିରେ ଫଲୋଅର୍ସ ବଢାଇବା ଏକ କାଠିକର ପାଠ ସହିତ ସମାନ । ଏଥିରେ ୧୦,୦୦୦ ଫଲୋଅର୍ସ ଆଣିବା ବହୁତ କଷ୍ଟସାଧ୍ୟ ଅଟେ । ଏଥି ପାଇଁ ଜଣେ ନମୀ ବ୍ରାଣ୍ଡ ହୋଇଥିବା ଦରକାର କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଓ ସେଲିବ୍ରିଟି ।

ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢାଇବା ଅସମ୍ଭବ ନହେଲେ ମଧ୍ୟ ଏହା ବହୁତ କଷ୍ଟସାଧ୍ୟ କିନ୍ତୁ ଯଦି ଆପଣ ନିଜେ ନିଜର ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ଆମର କେତୋଟି ଟିପ୍ସକୁ ମନେ ରଖିବାକୁ ପଡିବ । ଯାହା ଫଳରେ ଆପଣ ୬ ମାସ ମଧ୍ୟରେ ଇନଷ୍ଟାଗ୍ରାମରେ ୧୦,୦୦୦ରୁ ଅଧିକ ଫଲୋର୍ସ ବଢାଇ ପାରିବେ ।

ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢାଇବା ପାଇଁ ହେଲେ ଆକାଉଣ୍ଟରେ ସଠିକ ରୂପରେ ପ୍ରୋଫାଇଲ ସେଟ କରିବାକୁ ପଡିବ । ଏଥିରେ ଆପଣଙ୍କ ପ୍ରୋଫାଇଲ ଫଟୋ ସହିତ ବାଇଗ୍ରାଫି ଓ ଆପଣଙ୍କ ୱେବସାଇଟ ଏବଂ ଅନ୍ୟ ଆକାଉଣ୍ଟର ଲିନ ଦେନ ଦେବା ନିହାତିି ଜରୁରୀ ।
ଫଲୋଅର୍ସ ବଢାଇବାକୁ ହେଲେ ଇନଷ୍ଟାଗ୍ରାମରେ ନିଜର ପ୍ରୋଫାଇଲକୁ ସଠିକ ରୂପେ ଅପଡେଟ କରିବାକୁ ପଡିବା କାରଣ ସମନା ବାଲାର ନଜର ସର୍ବପ୍ରଥମେ ଆପଣଙ୍କ ପ୍ରୋଫାଇଲ ଉପରେ ପଡିଥାଏ ।
ଆପଣ ଦେଖିଥିବେ ଏମିତି ଅନେକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଥିବେ ଯାହାଙ୍କର ଫଲୋଅର୍ସ ଅଳ୍ପ ସମୟରେ ଅଧିକ ହୋଇଯାଇଥିବ । ଏହାକୁ କରିବାର ଏକ କୌଶଳ ଥାଏ, ଯାହା ଫଳରେ ସେମାନେ ଅଳ୍ପ ସମୟରେ ଅଧିକ ଫଲୋର୍ସ ବଢାଇଦେଇ ଥାନ୍ତି । ଏଥିପାଇଁ ଆପଣ ଇନଷ୍ଟାଗ୍ରାମରେ Engagementକୁ ଜଏନ କରିପାରିବେ । ଏହା ସହ ଆପଣଙ୍କୁ ସର୍ବଦା ଇନଷ୍ଟାଗ୍ରାମ ଆକ୍ଟିଭ ରହିବା ସହ ଷ୍ଟାଟସକୁ ସର୍ବଦା ଅପଡେଟ କରିବାକୁ ପଡିବ । ଏହା କଲେ ଇନଷ୍ଟାଗ୍ରାମରେ ଆପଣ ଅଧିକ ଫଲୋର୍ସ ବଢାଇପାରିବେ ।
ଏହା ସହ ଆପଣଙ୍କୁ ଅନ୍ୟମାନଙ୍କ ଷ୍ଟାଟସ କିମ୍ବା ସେୟାର ହୋଇଥିବା ଫଟୋରେ ଲାଇକ କରିବା କିମ୍ବା କମେଣ୍ଟ କରିବାକୁ ପଡିବ । ଏହା କରିବା ଦ୍ୱାରା ଅନ୍ୟ ଇନଷ୍ଟାଗ୍ରାମଧାରୀଙ୍କର ନଜର ସିଧା ଆପଣଙ୍କ ଉପରେ ପଡିବ । ଯାହା ଫଳରେ ସେମାନ ଆପଣଙ୍କୁ ଫଲୋ କରିବାକୁ ପସନ୍ଦ କରିବେ ।


Share It

Comments are closed.