ଭୁଲରେ ମଧ୍ୟ ଚିକେନ ସହିତ ଏଗୁଡ଼ିକୁ ଖାଆନ୍ତୁ ନାହିଁ, ହୋଇପାରନ୍ତି ଏହି ଗମ୍ଭୀର ରୋଗର ସମ୍ମୁଖୀନ


ଅନେକ ସମୟରେ ଆମେ ଚିକେନ ସହ ଏପରି ଖାଦ୍ୟ ଖାଇନେଇଥାଉ ଯାହା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ଆମକୁ ଗମ୍ଭୀର ବେମାରୀ ମଧ୍ୟ ଦେଇଥାଏ । ଅନେକ ବାରଣ ସତ୍ତେ୍ୱ ମଧ୍ୟ ଲୋକମାନେ ଏହାକୁ ଅଣଦେଖା କରିବାର ଦେଖାଯାଏ । ଅସଲ କଥା ହେଉଛି ଚିକେନ ସହ କେତେକ ଖାଦ୍ୟ ଦ୍ରବ୍ୟ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ ଏବଂ ପାଚନ ସମ୍ବନ୍ଧିତ ସମସ୍ୟା ବଢ଼ିବାରେ ଲାଗିଥାଏ । ଆସନ୍ତୁ ଜାଣିବା ଏହିଭଳି କିଛି ଖାଦ୍ୟ ବିଷୟରେ ।

ଦହି: ଚିକେନ ଆମ ଶରୀରରେ ଉଷ୍ମତା ସୃଷ୍ଟି କରୁଥିବା ବେଳେ ଦହି ପେଟକୁ ଥଣ୍ଡା ପ୍ରଦାନ କରିଥାଏ । ଏଣୁ ଦହି ଏବଂ ଚିକେନକୁ ଏକାସାଙ୍ଗରେ ଖାଇବା ଦ୍ୱାରା ଉଭୟର ତତ୍ତ୍ୱ ପରସ୍ପର ସହ ମିଶିଯାଇଥାନ୍ତି । ଯାହାଦ୍ୱାରା ଆମର ପାଚନ କ୍ରିୟା ପ୍ରଭାବିତ ହେବା ସହିତ ଆମକୁ ଅନେକ ପେଟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡ଼ିଥାଏ ।

କ୍ଷୀର: ଚିକେନ ଖାଇବା ପରେ କେବେ ମଧ୍ୟ କ୍ଷୀର ପିଇବା ଉଚିତ ନୁହେଁ । କ୍ଷୀରରେ ତେତେକ ପୋଷକ ତତ୍ତ୍ୱ ମିଳିଥାଏ ଯାହାକି ଚିକେନର ଥିବା ପୋଷକ ତତ୍ତ୍ୱ ସହ ମିଶି ଆମର ଶରୀରକୁ କ୍ଷତି ପହଞ୍ଚାଇପାରେ । ଏପରିକି ଏହାକୁ ଏକାସାଙ୍ଗରେ ଖାଇବା ଦ୍ୱାରା ଆମର ଶରୀରରେ ଅନେକ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ହୋଇଯାଇଥାଏ, ଯାହା ଫଳରେ ଆମ ଶରୀରରେ ଧଳା ଦାଗ ହେବା ଆରମ୍ଭ ହୋଇଯାଇଥାଏ ।

ମାଛ: ଚିକେନ ଏବଂ ମାଛ ଉଭୟ ହିଁ ଖାଇବାରେ ସ୍ୱାଦିଷ୍ଟ ହୋଇଥାଏ ଏବଂ ଉଭୟ ପ୍ରୋଟିନରେ ମଧ୍ୟ ଭରପୂର । କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ଚିକେନ ଏବଂ ମାଛ ଉଭୟରେ ହିଁ ଅଲାଗା ଅଲଗା ପ୍ରୋଟିନ ରହିଥାଏ । ତେଣୁ ଉଭୟକୁ ଏକାସାଙ୍ଗରେ ଖାଇବା ଦ୍ୱାରା ଆମ ଶରୀରରେ ଅନେକ କ୍ଷତି ହୋଇଥାଏ ।


Share It

Comments are closed.