ବାରମ୍ବାର ମୁହଁ ସଫା କରିବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ


ମୁଁହକୁ ସଫା ରଖିବା ପାଇଁ ଆପଣ ବାରମ୍ବାର ଫେସ୍‌ୱାସ୍ କରୁଛନ୍ତି କି ? ସାବଧାନ୍ ! ଏଭଳି ଜମାରୁ କରନ୍ତୁ ନାହିଁ। କାରଣ ବାରମ୍ବାର ମୁଁହ ଧୋଇବା କାରଣରୁ ଆପଣଙ୍କର ତ୍ଵଚା ଖରାପ ହୋଇପାରେ। ବାରମ୍ବାର ଫେସ୍‌ୱାସ୍ କରିବା ଦ୍ଵାରା ଆପଣଙ୍କ ସ୍କିନରେ ଥିବା ନାଚୁରାଲ୍ ଅଏଲ୍ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଏ ଏବଂ ଆପଣଙ୍କ ତ୍ଵଚା ଶୁଷ୍କ ହୋଇଯାଏ। ଯଦି ଆପଣଙ୍କ ତ୍ଵଚାରୁ ଅତ୍ୟଧିକ ତେଲିଆ ଅଂଶ ବାହାରୁଛି ତେବେ ଏହାକୁ ସଫା କରିବା ପାଇଁ ଅନ୍ୟ ରାସ୍ତା ଆପଣାନ୍ତୁ।

ଦିନରେ କେବଳ ୨ ଥର ମୁଁହ ସଫା କରିବା ଉଚିତ୍। ବିଶେଷ କରି ଦିନରେ ୨ ଥର ଫେସ୍‌ୱାସ୍ ବ୍ୟବହାର କରନ୍ତୁ। ଏହାଠାରୁ ଅଧିକ ଥର ଫେସ୍‌ୱାସ୍ ବ୍ୟବହାର କରନ୍ତୁ ନାହିଁ। ଯେତେବେଳେ ଆପଣ ସକାଳୁ ଶୋଇ ଉଠନ୍ତି ସେତେବେଳେ କେବଳ ତାଜା ପାଣିରେ ମୁଁହ ପରିଷ୍କାର କରିବା ଉଚିତ୍। ଯଦି ଆପଣଙ୍କ ତ୍ଵଚା ଅତ୍ୟଧିକ ତେଲିଆ ତେବେ ଆପଣ ଗୋଲାପ ଜଳ ବ୍ୟବହାର କରି ମୁଁହ ସଫା କରିପାରିବେ।

ତ୍ଵଚା ନିଜର ସୁରକ୍ଷା ପାଇଁ ପ୍ରାକୃତିକ ତୈଳ ନିର୍ଗତ କରିଥାଏ। ଏହି ତୈଳ ଅଂଶ ସ୍କିନ୍ ସେଲ୍‌ସ୍ ପାଇଁ ଲୁବ୍ରିକେଣ୍ଟର କାମ କରିଥାଏ। ସ୍କିନ୍‌କୁ ସତେଜ ରଖେ। ନୂଆ କୋଷିକା ଉତ୍ପାଦନ କରିବାରେ ମଧ୍ୟ ସହାୟକ ହୋଇଥାଏ। ହେଲେ ଅଧିକ ଥର ଫେସ୍‌ୱାସ୍ କରିବା ଦ୍ଵାରା ଏହି ତୈଳ ଅଂଶ ସବୁ ସଫା ହୋଇଯାଏ ଓ ଆପଣଙ୍କ ତ୍ଵଚା ଶୁଷ୍କ ହୋଇଯାଏ। ଚର୍ମ କୁଞ୍ଚିତ ହୋଇଯାଏ। ଆଖି ଆଖପାଖରେ ଥିବା ଚର୍ମ ଅଧିକ କୁଞ୍ଚିତ ହୋଇଯାଏ।

ଯଦି ଆପଣଙ୍କ ତ୍ଵଚା ଶୁଷ୍କ ତେବେ ଆପଣ ଦହି ଓ ମହୁ ଲଗାଇ ପାରିବେ। ଏହାଦ୍ଵାରା ଆପଣଙ୍କ ସ୍କିନ୍ ଗ୍ଲୋ କରିବ। ଆପଣ ସକାଳ ସମୟରେ ଆଲୋବେରା ଜେଲ୍‌ରେ ମୁଁ ସଫା କରନ୍ତୁ ଏବଂ ରାତିରେ ଫେସ୍‌ୱାସ୍ ଲଗାଇ ମଇଶ୍ଚରାଇଜର୍ ଲଗାଇ ମୁଁହ ସଫା କରନ୍ତୁ।


Share It

Comments are closed.