ବିଜେପି ନେତା ସ୍ମୃତି ଇରାନୀଙ୍କ ଝିଅକୁ ନେଇ ହୋଇଥିବା ଟୁଇଟ ଡିଲିଟ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ


କେନ୍ଦ୍ର ବିଜେପି ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ହାଇକୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଜିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ଏକ ମାନହାନୀ ମୋକଦ୍ଦମାରେ ସମନ ଜାରି କରାଯାଇଛି ।
ଏହି ନିଦେ୍ର୍ଦଶ ଅନୁଯାୟୀ କଂଗ୍ରେସ ନେତାଙ୍କ ତରଫରୁ ୨୪ଘଣ୍ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ଲାଫରର୍ମ ତଥା ଟୁଇଟର ଫେସବୁକ ଏବଂ ୟୁଟ୍ୟୁବରୁ ଅପଲୋଡ ହୋଇଥିବା ପୋଷ୍ଟ ହଟାଇ ଦିଆଯିବ । ଏହି ପୋଷ୍ଟରେ କଂଗ୍ରେସ ନେତାମାନେ ଲେଖିଥିଲେ ୧୮ ବର୍ଷୀୟ ଝିଅ ବେଆଇନଭାବେ ଗୋଆରେ ଏକ ବାର ଚଲାଉଛନ୍ତି । ଏବଂ ସ୍ମୃତି ଇରାନୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ ।


Share It

Comments are closed.