ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟି-୨୦ ମ୍ୟାଚ


ଦୀର୍ଘ ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ କ୍ରିକେଟ ପର୍ତ୍ତ୍ୟାବର୍ତ୍ତନ କରିଛି । ୧୯୯୮ରେ କୁଆଲାଲୁମ୍ପରରେ ପୁରୁଷଙ୍କ ମଧ୍ୟରେ ୫୦ ଓଭରର ଲିଷ୍ଟ ଏ ମ୍ୟାଚ ହୋଇଥିଲା । ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ସାମିଲ ହୋଇଥିବା ବେଳେ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ରହିଛି । ଆଜି ଏଜବାଷ୍ଟନ କ୍ରିକେଟ ପଡିଆରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ହେବ ।

ଏହି ମ୍ୟାଚ ଅପରାହ୍ନ ୩.୩୦ରେ ପ୍ରାରରମ୍ଭ ହେବ ।  ଏହି ମ୍ୟାଚରେ ଭାରତ ପ କ୍ଷରୁ ହରମନପ୍ରୀତ କୌର ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ମେଗ ଲାନିଙ୍ଗ ଦଳର ନେତୃତ୍ୱ ନେଉଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖୁବ ମଜାଦାର ହୋଇଥାଏ । ହରମନପୀତ କୌର କହିଛନ୍ତି କି ସେମାନେ ଖୁବ ଉତ୍ସାହର ସହିତ ମ୍ୟାଚ ଖେଲିବେ ଏବଂ ଜିତିବାକୁ ଚେଷ୍ଟା କରିବେ । ଏହି ଭାରତୀୟ ଟିମରେ ହରମନପ୍ରିତ କୌର, ସ୍ମୃତି ମନ୍ଧାନା, ସେଫାଳି ବର୍ମା, ଏସ ମେଘନା, ରାଜେଶ୍ୱରୀ ଗାଏକଫ୍ୱାଡ, ରେନୁକା ଠାକୁର, ହର୍ଲିନ ଦେୱଲ, ସ୍ନେହା ରାଣା, ରାଧା ଯାଦବ ପ୍ରମୁଖ ଅଛନ୍ତି ।

 


Share It

Comments are closed.