ଆଇଡିଆନେଷ୍ଟ୍ ୩.୦ ପ୍ରି-ଇନ୍‌କ୍ୟୁବେଶନ ପ୍ରୋଗ୍ରାମର ଗ୍ରାଜୁଏଶନ ଡେ’ ଆୟୋଜିତ


ଭୁବନେଶ୍ୱର: ଭାରତ ସରକାରଙ୍କ ନିତି ଆୟୋଗ, ଏଆଇଏମ୍ ଦ୍ୱାରା ସମର୍ଥିତ ଅଟଳ ଇନ୍‌କ୍ୟୁବେଶନ ସେଂଟର୍‌-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଚଳିତ ଫେବୃଆରୀ ୨ ତାରିଖରେ ଏହାର ପ୍ରି-ଇନ୍‌କ୍ୟୁବେଶନ ପ୍ରୋଗ୍ରାମ, ଆଇଡିଆନେଷ୍ଟ୍ ୩.୦-ଦ ଷ୍ଟୁଡେଂଟ୍ ଏଡିସନର ୩ୟ ଚାପ୍ଟର୍‌ର ଗ୍ରାଜୁଏଶନ ଡେ’ ଆୟୋଜିତ ହୋଇଯାଇଛି । ଏଆଇସି-ନାଳନ୍ଦା ଏହି କାର୍ଯ୍ୟକ୍ରମକୁ ଗତ ଡିସେମ୍ବର ୨୦୨୨ରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଛାତ୍ର ଉଦ୍ଭାବକଙ୍କ ପାଇଁ ପରିଚାଳନା କରିଥିଲା । ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ (ପିଏମ୍‌ଇସି), ବ୍ରହ୍ମପୁର, ଆଇଜିଆଇଟି, ସାରଙ୍ଗ, ସମ୍ବଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଏସ୍‌ୟୁଆଇଆଇଟି), ସମ୍ବଲପୁର, ଗଭର୍ଣ୍ଣମେଂଟ୍ କଲେଜ ଅଫ୍ ଇଞ୍ଜିନିୟରିଂ (ଜିସିଇ), କେନ୍ଦୁଝର ଏବଂ ଗଭର୍ଣ୍ଣମେଂଟ୍ କଲେଜ ଅଫ୍ ଇଞ୍ଜିନିୟରିଂ କଳାହାଣ୍ଡି (ଜିସିଇକେ), ଭବାନୀପାଟଣା ଆଦି କଲେଜଗୁଡିକରୁ ‘ମୋ ଷ୍ଟାର୍ଟଅପ୍ ବୁଟ୍‌କ୍ୟାମ୍ପ’ରୁ ଚୟନ ହୋଇଥିବା ଶୀର୍ଷ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
‘ଆଇଡିଆନେଷ୍ଟ୍‌’ ଛାତ୍ର ଉଦ୍ଭାବକମାନଙ୍କୁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିଥିଲା ଯେଉଁଠାରେ ସେମାନେ ନିଜର ବିଚାରକୁ ପ୍ରୋଟୋଟାଇପ୍‌ରେ ପରିଣତ କରିବା ଏବଂ ନିଜର ପ୍ରାରମ୍ଭିକ ଉଦ୍ୟୋଗୀ ଯାତ୍ରାରେ ଶିଳ୍ପ ଓ ଉପଭୋକ୍ତା-କୈନ୍ଦ୍ରିକ ଏକ୍ସପୋଜର ପାଇବା ପାଇଁ ଆବଶ୍ୟକ ସଠିକ୍ ମାର୍ଗଦର୍ଶନ ପାଇପାରିବେ ଓ ଏକ ଷ୍ଟାର୍ଟଅପ୍ ନିର୍ମାଣ କରିବାକୁ ସକ୍ଷମ ହେବେ । ଏହି ଗ୍ରାଜୁଏଶନ ଡେ’ରେ ୪ ଜଣ ଜୁରୀ ସଦସ୍ୟଙ୍କ ଏକ ପ୍ୟାନେଲ ନିକଟରେ ବିଭିନ୍ନ କ୍ଷେତ୍ରର ୧୨ଟି ଷ୍ଟାର୍ଟଅପ୍ ନିଜର ଉପସ୍ଥାପନା ଦେଇଥିଲେ,ଏହାପରେ ନେଟ୍‌ୱର୍କିଂ ଲଂଚ୍ ଓ ଫାଇନାଲ ଗ୍ରାଜୁଏଶନ ସେରିମୋନି ହୋଇଥିଲା । ଏଆଇସି-ନାଳନ୍ଦାର ସିଇଓ ଶ୍ରୀ ଦେବ୍‌ଜ୍ୟୋତି ମହାନ୍ତୀ ପ୍ରି-ଇନ୍‌କ୍ୟୁବେଶନ ପ୍ରୋଗ୍ରାମର ଅତିଥି ତଥା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ସେ ଜଣେ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ପାଇଁ ସମସ୍ତ ପର୍ଯ୍ୟାୟରେ ନେଟ୍‌ୱର୍କିଂ କେତେ ଗୁରୁତ୍ୱପୂର୍ଣ୍ଣ ତାହାକୁ ବ୍ୟାଖ୍ୟା କରିଥିଲେ ଓ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌-ରାଂଚିର ପ୍ରଫେସର ଡା. ଅସିତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଓ ଆଇଆଇଏମ୍‌ରେ ଷ୍ଟାର୍ଟଅପ୍‌ଗୁଡିକୁ ମାର୍ଗଦର୍ଶନ ପ୍ରଦାନ କରିବାରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ପୂର୍ବତନ ଡିନ୍ ଓ ପ୍ରଫେସର୍ ଡା. ପୟୋଧର ପାଢୀ ମଧ୍ୟ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀଙ୍କୁ ନୂଆ ସମାଧାନଗୁଡିକର ଉଦ୍ଭାବନ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ଏହି ଉତ୍ସବ ସମସ୍ତ ୧୨ଟି ଟିମ୍‌କୁ ସମ୍ବର୍ଦ୍ଧନା ସହିତ ସମାପ୍ତ ହୋଇଥିଲା ।

 


Share It

Comments are closed.