ଖୁସିଖବର! ମହଙ୍ଗା ଭତ୍ତା ଉପରେ ରୋକ ହଟାଇବାକୁ ରାଜି ହେଲେ ମୋଦି ସରକାର


ସରକାରୀ କର୍ମଚାରୀ ଓ ପେନସନରଙ୍କ ଲାଗି ଖୁସିଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ମହଙ୍ଗା ରିହାତି (ଡିଆର) ଉପରୁ ରୋକ ହଟାଇବାକୁ ମୋଦି ସରକାର ରାଜି ହୋଇଯାଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମେତ ପେନସନରଙ୍କୁ ସେପ୍ଟେମ୍ବର ମାସ ଦରମାରେ ବର୍ଦ୍ଧିତ ରାଶି ମିଳିବ। ଏ ନେଇ ନ୍ୟାସନାଲ କାଉନସିଲ (ଷ୍ଟାଫ ସାଇଡ) ପରିପତ୍ର ମଧ୍ୟ ପ୍ରକାଶ କରିଛନ୍ତି।

କର୍ମଚାରୀ ପକ୍ଷଙ୍କ ସଚିବ ଶିବ ଗୋପାଲ ମିଶ୍ର ଜାରି କରିଥିବା ପତ୍ରରେ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି। ଏନସି ଜେସିଏମ (କର୍ମଚାରୀ ପକ୍ଷ) ସଚିବଙ୍କ ପତ୍ର ଅନୁସାରେ ୨୬ ଜୁନ ୨୦୨୧ରେ କ୍ୟାବିନେଟ୍‌ ସଚିବଙ୍କ ସହ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନରଙ୍କ ସ୍ୱାର୍ଥ ନେଇ ବଡ଼ ନିଷ୍ପତ୍ତି ହୋଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଗତ ଦେଢବର୍ଷ ହେଲା ଫ୍ରିଜ ଡିଏ ଓ ଡିଆର ନେଇ ଆଲୋଚନା ହୋଇଥିବା ସୂଚିତ କରିଛନ୍ତି।

ମିଶ୍ର ତାଙ୍କ ପତ୍ରରେ କ୍ୟାବିନେଟ୍‌ ସଚିବ କର୍ମଚାରୀଙ୍କ ଡିଏ ଓ ଡିଆର ଜାରି ଲାଗି ସହମତ ହୋଇଥିବା ଉଲ୍ଲେଖ କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ଜାନୁୟାରୀ, ଜୁଲାଇ ୨୦୨୦ର ବକେୟା ମହଙ୍ଗା ଭତ୍ତା ସହ ଜାନୁୟାରୀ ୨୦୨୧ର ଦେୟ ମହଙ୍ଗା ଭତ୍ତା ମଧ୍ୟ ମିଳିବା ନିଶ୍ଚିତ ହୋଇଯାଇଛି। ଜୁଲାଇ ୨୦୨୧ରେ ଘୋଷଣା ହେବାକୁ ଥିବା ମହଙ୍ଗା ଭତ୍ତା ଓ ମହଙ୍ଗା ରିହାତି ସହ ବକେୟା ମଧ୍ୟ ସଂଯୁକ୍ତ କରି ଘୋଷଣା କରାଯିବ ବୋଲି ମିଶ୍ର ଉଲ୍ଲେଖ କରିଛନ୍ତି। ଭତ୍ତାରେ ଜୁଲାଇ ଓ ଅଗଷ୍ଟ ବାବଦ ବର୍ଦ୍ଧିତ ରାଶି ଏରିୟର ହୋଇ ସପ୍ଟେମ୍ବରରେ ମିଳିବ।


Share It

Comments are closed.