ଗୁଗୁଲ ଏବେ ଓଡିଆ ଭାଷାରେ ଉପଲବ୍ଧ ହେବ


ଯୁବ ସମୟ – ବର୍ତ୍ତମାନ ଓଡିଆ ଭାଷାକୁ ସର୍ପୋଟ କରିବା ଗୁଗୁଲ । ଓଡିଆରେ ସର୍ଚ୍ଚ କରିହେବ, ଭଏସ ସର୍ଚ୍ଚ ମଧ୍ୟ କରିହେବ । ଓଡିଶା ସରକାରଙ୍କ ପ୍ରଚେଷ୍ଟା ପରେ ଏଥିଲାଗି ଗୁଗୁଲ ରାଜି ହୋଇଛି । ଆସନ୍ତା ମାସରେ ଏନେଇ ସରକାର ଏବଂ ଗୁଗୁଲ ମଧ୍ୟରେ ମଧ୍ୟରେ ଏକ ଚୁକ୍ତି ହେବ । ଏହା ଫଳରେ ଓଡିଆ ଭାଷାର ପ୍ରସାର ଆହୁରି ଦ୍ରୁତ ଗତିରେ ହେବ ବୋଲି ଆଶା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଆଗକୁ ଗୁଗୁଜ ପେଜରେ ସ୍ଥାନ ପାଇବ ଓଡିଆ ଭାଷା । ଆଉ ଓଡିଆ ଭାଷାରେ ବିିଭିନ୍ନ ସ୍ଥାନରେ ଲଗଇନ କରିପାରିବେ ଓଡିଶା ବିଶ୍ୱବାସୀ ।ଅର୍ଥାତ ବିଶ୍ୱର ଯେକୌଣସି ସ୍ଥାନରେ ବସି ଆପଣ ଗୁଗୁଲ ସର୍ଚ୍ଚ କରି ଓଡିଆ ସାଇଟକୁ ଯାଇପାରିବେ । ହିନ୍ଦୀ ଏବଂ ଇଂରାଜୀକୁ ଛାଡି ଗୁଗୁଲ ୮ଟି ଆଞ୍ଚଳିକ ଭାଷାରେ ଏହି ସେବା ଯୋଗାଇ ଦେଉଛି । ଓଡିଆ ଭାଷା ଶାସ୍ତ୍ରୀୟ ଭାଷା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇନାହିଁ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ଭାଷାର ପ୍ରସାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ମାସରେ ଗୁଗୁଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହେବ ।


Share It

Comments are closed.