ଗୋଦରେଜ୍ ଲା’ ଆଫେୟାର୍‌ର ଷଷ୍ଠ ସଂସ୍କରଣ “ଅଲ୍ ଥିଙ୍ଗସ୍ ଗୁଡ୍‌ନେସ୍‌” ସହ ସମାପନ


ଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ବିଳାସପୂର୍ଣ୍ଣ ଜୀବନଶୈଳୀ ପ୍ଲାଟଫର୍ମ ଗୋଦରେଜ୍ ଲା’ ଆଫେୟାର୍‌ର ଷଷ୍ଠ ସଂସ୍କରଣ “ଅଲ ଥିଙ୍ଗ୍‌ସ ଗୁଡ୍‌ନେସ୍‌” ପ୍ରଦର୍ଶନ ସହ ସମାପନ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରର ୧୫୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିବା ସହ ୫୦ ବ୍ରାଣ୍ଡ୍ ସାମିଲ ହୋଇ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲେ ।
ଏଚ୍‌ଏସ୍‌ବିସି ଇଣ୍ଡିଆ ଦ୍ୱାରା ଉପସ୍ଥାପିତ ଏହି କାର୍ଯ୍ୟକ୍ରମରେ ଜୀବନଶୈଳୀ, ସଚେତନତା, ଫେସନ, ସ୍ୱାଦ, କାରିଗରୀ, ନବସୃଜନ, ଉଲ୍ଲାସ ଏବଂ ପରିବେଶ ଭଳି ଆଠଟି ଜୋନ୍ ରହିଥିଲା । କାର୍ଯ୍ୟକ୍ରମ ୪-୫ ଦିନ ପୂର୍ବରୁ ମାଇକ୍ରୋସାଇଟ୍ କାର୍ଯ୍ୟକ୍ଷମ କରାଯାଇଥିଲା । ଏହି ସନ୍ଧ୍ୟାରେ ମଲାଇକା ଅରୋରାଙ୍କ ଦ୍ୱାରା ତାଙ୍କ ବ୍ରାଣ୍ଡ୍ ଦି ଲାବେଲ୍ ଲାଇଫ୍ ପକ୍ଷରୁ ଏକ ଫେସନ୍ ସୋ’ ଆୟୋଜନ କରାଯାଇଥିଲା । ବଣଭୋଜି, ପାର୍ଟି, ଗୃହ ଓ ଅଫିସ ଲୁକ୍‌ର ସମାହାର ସହ ମଲାଇକା ସ୍ପ୍ରିଙ୍ଗ-ସମର କଲେକ୍ସନକୁ ଉନ୍ମୋଚନ କରାଯାଇଥିଲା । ମାଇକି ମ୍ୟାକ୍‌ଲେରିରୁ ପ୍ରସିଦ୍ଧି ହାସଲ କରିଥିବା ଦି ବାର୍ଟେଣ୍ଡରଙ୍କ ପକ୍ଷରୁ ଚିତାକର୍ଷକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ସଲମାଲି ଗୋଡଖାଲେ, ମେଧା ସାହି, କପ୍ରିଲା କେସିଙ୍ଗ ପ୍ରମୁଖ କଳାକାର ସାମିଲ ହୋଇଥିଲେ ।
ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଆସୋସିଏଟ୍ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ୍ୟ ବ୍ରାଣ୍ଡ ୍ ଅଫିସର ତାନ୍ୟା ଦୁବାଶ କହିଛନ୍ତି ଯେ, “ଗୋଦରେଜ୍ ଲା’ ଆଫେୟାରର ଷଷ୍ଠ ସଂସ୍କରଣ ଏକ ଅସାଧାରଣ ଯାତ୍ରା ଯାହା ଗ୍ରାହକଙ୍କ ପାଇଁ ବ୍ୟକ୍ତିଗତ, ଆକର୍ଷଣୀୟ ଏବଂ ପ୍ରାମାଣିକ ଅନୁଭୂତି ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଅଲ୍ ଥିଙ୍ଗସ ଗୁଡନେସ୍ ଚଳିତ ବର୍ଷ ମାର୍ଗଦର୍ଶକ ବିଷୟବସ୍ତୁ ଭାବେ କାର୍ଯ୍ୟ କରି ସମାଜ ପ୍ରତି ଉଦ୍ଦେଶ୍ୟମୂଳକ ଭଲ ପସନ୍ଦ ଏବଂ ସକାରାତ୍ମକ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲା । ଆମେ ଏକ ଅବିସ୍ମରଣୀୟ କ଼ାର୍ଯ୍ୟକ୍ରମ ସୃଷ୍ଟି କରି ଖୁସିଯାହା ଜୀବନଶୈଳୀକୁ ଏହାର ପ୍ରକୃତ ସାରରେ ପାଳନ କରୁଛି ଏବଂ ଆସନ୍ତା ବର୍ଷ ସପ୍ତମ ସଂସ୍କରଣକୁ ଅପେକ୍ଷା କରୁଛୁ ।”
ଏଚ୍‌ଏସ୍‌ବିସି ଇଣ୍ଡିଆର ଡିଜିଟାଲ୍ ଆଣ୍ଡ୍ ମାର୍କେଟିଂର ଗ୍ରାହକ ପ୍ରସ୍ତାବ ମୁଖ୍ୟ ଯସବିନ୍ଦର ସୋଢ଼ି କହିଛନ୍ତି ଯେ, ଗୋଦରେଜ୍ ଲା’ ଆଫେୟାର ଯାତ୍ରାକୁ ଦୀର୍ଘ ଦିନ ଧରି ଅନୁସରଣ କରି ମୁଁ ପ୍ରକୃତରେ ପ୍ରଭାବିତ ହୋଇଥିଲି ଯେ, ଏହା ଜୀବନ୍ତ ଜୀବନଶୈଳୀ ସମୁଦାୟ ଏକାଠି କରି ଉତମ ସାରକୁ ପାଳନ କରୁଛି । ଗୋଦରେଜ ଲା’ ଆଫେୟାର ସହିତ ଆମର ସହଯୋଗ ଆମର ଗ୍ରାହକମାନଙ୍କ ସହିତ ପ୍ରକୃତ ସମ୍ପର୍କ ଏବଂ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ପାଇଁ ଏଚଏସବିସି ଇଣ୍ଡିଆର ପ୍ରତିବଦ୍ଧତା ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି ।ଏହି ଅନୁଭୂତି ମାଧ୍ୟମରେ, ଆମେ ଉପସ୍ଥିତ ଲୋକଙ୍କୁ ଏକ ନିଆରା ଏବଂ ସମୃଦ୍ଧ ଜୀବନଶୈଳୀର ସମ୍ମୁଖୀନ ହୋଇଥିଲୁ ।”


Share It

Comments are closed.