ଅନର୍ ପ୍ରୋଟେକ୍ଟ ପ୍ଲାନ୍ ସହିତ ଅନର୍ ଏକ୍ସ୯ବି ଉପରେ ପାଆନ୍ତୁ
୯୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍


ଭୁବନେଶ୍ୱର : ଅନର୍ ପକ୍ଷରୁ ନୂଆ କରି ଉନ୍ମୋଚିତ ଅନର୍ ଏକ୍ସ୯ବି ସହିତ ଅନ୍‌ସାଇଟଗୋ ଦ୍ୱାରା ପରିଚାଳିତ ନୂଆ ଅନର୍ ପ୍ରୋଟେକ୍ଟ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ୨୯୯୯ ଟଙ୍କା ମୂଲ୍ୟର ଏହି ସ୍କିମ୍ ଅନର୍ ଏକ୍ସ୯ବି ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏହା ବ୍ରାଣ୍ଡରେ ଗ୍ରାହକଙ୍କର ଦୀର୍ଘାବଧି ବିଶ୍ୱାସ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ରୋଚକପୂର୍ଣ୍ଣ ସୁବିଧା ଯେପରିକି ଏକ କ୍ଷତିଗ୍ରସ୍ତ ସ୍କ୍ରିନ କ୍ଷେତ୍ରରେ କ୍ରୟ କରିବାର ୬ ମାସ ମଧ୍ୟରେ ଏକ ୱାନ୍‌-ଟାଇମ୍ ଫ୍ରି ସ୍କ୍ରିନ ରିପ୍ଲେସ୍‌ମେଂଟ୍ ସୁବିଧାକୁ ଅନ୍ତର୍ଭୁକ୍ତ କରିଛି । ଉପଭୋକ୍ତାମାନଙ୍କୁ  କ୍ଲେମ୍ ପ୍ରୋସେସିଂ ଫି’ ଭାବେ ୭୪୯ ଟଙ୍କା ପଇଠ କରିବାକୁ ହେବ । ଏହାଛଡା ଯଦି ଜଣେ ଗ୍ରାହକ କ୍ରୟ କରିବା ପରେ ଏକ୍ସ୯ବିକୁ ପସନ୍ଦ ନକରନ୍ତି ତେବେ ବ୍ରାଣ୍ଡ ତାଙ୍କୁ ଇନ୍‌ଭଏସ୍ ମୂଲ୍ୟ (ଜିଏସ୍‌ଟି ଅନ୍ତର୍ଭୁକ୍ତ ନାହିଁ)ର ୯୦% ପର୍ଯ୍ୟନ୍ତ ୩୦ ଦିନର ନିଶ୍ଚିତ ବାୟବ୍ୟାକ୍ ବିକଳ୍ପ ପ୍ରଦାନ କରିବ । ତେବେ କିଣାଯାଇଥିବା ଉତ୍ପାଦର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଧିଷ୍ଟ ହ୍ରାସ ଓ ନିଷିଦ୍ଧ  ପ୍ରଯୁଜ୍ୟ ରହିବ ।  ମୂଳ ଆକ୍‌ସେସରି ହଜିଯାଇଥିବା କ୍ଷେତ୍ରରେ ୧୫୦୦ ଟଙ୍କାର ଅତିରିକ୍ତ ଡିଡକ୍ସନ ବା ହ୍ରାସ କରାଯିବ, ସେହିପରି ବଡ ସ୍କ୍ରାଚ୍ କିମ୍ବା ଡେଂଟ୍ ପାଇଁ ୨୦%, ସାମାନ୍ୟ ସ୍କ୍ରାଚ୍ କିମ୍ବା ଡେଂଟ୍ ପାଇଁ ୧୫% ଏବଂ କ୍ରୟ ସମୟରେ ଦିଆଯାଇଥିବା ଓରିଜିନାଲ ବକ୍ସ ଉପଲବ୍ଧ ନଥିଲେ ୧୦୦୦ ଟଙ୍କା କାଟି ଦିଆଯିବ । ।

ଏହି ବିସ୍ତୃତ ପ୍ୟାକେଜ ସହିତ କମ୍ପାନୀ ୬ ମାସର ଏକ୍ସଟେଣ୍ଡେଡ ୱାରେଂଟି କଭର ଓ ଡୋରଷ୍ଟେପ ପିକ୍‌ଅପ, ୧୮ ମାସ ପର୍ଯ୍ୟନ୍ତ ପ୍ରକୃତ ଉତ୍ପାଦ ବ୍ୟବହାର କରିବାର ନିଶ୍ଚିତତା ଦେଉଥିବା ବ୍ରାଣ୍ଡ ଅଥୋରାଇଜ୍‌ଡ ସର୍ଭିସ ସେଂଟରଗୁଡିକରୁ ମରାମତି ପାଇଁ ଡେଲିଭରି ସୁବିଧା ପ୍ରଦାନ କରୁଛି । ଉପଭୋକ୍ତାମାନେ ଜିରୋ ଡେପ୍ରିସିଏଶନ ପ୍ରୋଗ୍ରାମ ଓ ଜିରୋ ଏକ୍ସେସ ପ୍ଲାନ୍‌କୁ ହାସଲ କରିପାରିବେ ଯାହା ସେମାନଙ୍କୁ ବିନା କୌଣସି ହ୍ରାସରେ ସମ୍ପୂର୍ଣ୍ଣ ସୁରକ୍ଷା ଓ ସେଟେଲ କଭରେଜ ଏବଂ  କୌଣସି କ୍ଷତି ଘଟିଥିବା ସ୍ଥିତିରେ ଏକ ଅତିରିକ୍ତ ରାଶି ପଇଠ ନକରିବାର ବିକଳ୍ପ ପ୍ରଦାନ କରୁଛି । ତେବେ ଏଥିରେ ବ୍ୟାଟେରୀ ଓ ଆକ୍‌ସେସରି ଭଳି କଞ୍ଜ୍ୟୁମେବୁଲ୍‌ଗୁଡିକ ସାମିଲ ନାହିଁ ।


Share It

Comments are closed.