କଟକରେ ଫ୍ୟୁଚର କବାଡ଼ି ହିରୋଜ୍ କାର୍ଯ୍ୟକ୍ରମ


ଯୁବ ସମୟ -: ଭିଭୋ ପ୍ରୋ କବାଡ଼ି ଲିଗ୍ର ଆୟୋଜକ ମଶାଲ୍ ସ୍ପୋର୍ଟସ୍ ଓ ଏକେଏଫ୍ଆଇ ମିଳିତଭାବେ ତ୍ରିସ୍ତରୀୟ ଫ୍ୟୁଚର୍ କବାଡ଼ି ହିରୋଜ୍ (ଏଫ୍କେଏଚ୍) କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ବର୍ଷରେ ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି । ଏହାର ଏକ୍ସପର୍ଟ୍ ପ୍ୟାନେଲ୍ ମାନଙ୍କ ମଧ୍ୟରେ ଭାରତୀୟ ଦଳର ୧୯୯୮ ଏସିଆନ୍ ଗେମ୍ସର ପ୍ରଶିକ୍ଷକ ଆଶାନ୍ କୁମାର୍ ଓ ଗୁଜୁରାଟ ଫର୍ଚ୍ୟୁନ୍ ଜିଆଣ୍ଟ୍ସ, ଭିଭୋ ପ୍ରୋ କବାଡ଼ି ସେସନ୍ ଭିର ପ୍ରଶିକ୍ଷକ ମନ୍ପ୍ରିତ୍ ସିଂହ ପ୍ରମୁଖ ରହିଛନ୍ତି । ଏହା ମାଧ୍ୟମରେ ଭିଭୋ ପ୍ରୋ କବାଡ଼ି ସେସନ୍ ଭିଆଇ ନିମନ୍ତେ ଖେଳାଳୀ ମାନଙ୍କୁ ଚୟନ କରାଯିବାର ବ୍ୟବସ୍ଥା ରହିଛି ।
ଗତ ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ୪,୬୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଓ ତ୍ରିସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ୧୩୩ ଜଣ ଖେଳାଳୀ ଭିଭୋ ପ୍ରୋ କବାଡ଼ି ସେସନ୍ ଭିକୁ ମନୋନୀତ ହୋଇଥିଲେ । ଚଳିତ ବର୍ଷ ଭିଭୋ ପ୍ରୋ କବାଡ଼ି ସେସନ୍ ଭିଆଇର ଚୟନ ନିମନ୍ତେ ଫେଜ୍ ୨ ପାଇଁ ୨୦୦ରୁ ୨୨୦ ଖେଳାଳୀ ମନୋନୀତ ହେବେ ଓ ଫେଜ୍ ୩ ନିମନ୍ତେ ୮୦ରୁ ୧୦୦ ଖେଳାଳୀଙ୍କୁ ମନୋନୀତ କରାଯିବ । ଏହି ଖେଳାଳୀମାନେ ଏକ ମାସ ପ୍ରଶିକ୍ଷଣ ନେବା ସହିତ ଭିଭୋ ପ୍ରୋ କବାଡ଼ି ସେସନ୍ ଭିଆଇରେ ‘ନ୍ୟୁ ୟଙ୍ଗ ପ୍ଲେୟାର୍ସ’ ଶ୍ରେଣୀର ଅନ୍ତର୍ଭୁକ୍ତ ହେବେ ।

ଗୁଜୁରାଟ ଫର୍ଚ୍ୟୁନ୍ ଜିଆଣ୍ଟ୍ସ, ଭିଭୋ ପ୍ରୋ କବାଡ଼ି ସେସନ୍ ଭିର ପ୍ରଶିକ୍ଷକ ମନ୍ପ୍ରିତ୍ ସିଂହ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, “କଟକରେ ଫ୍ୟୁଚର୍ କବାଡ଼ି ହିରୋଜ୍ କାର୍ଯ୍ୟକ୍ରମ ଆୟୋଜନ କରି ଆମ୍ଭେମାନେ ଖୁବ୍ ଆନନ୍ଦିତ । ପ୍ରଥମ ଥର ପାଇଁ ଏହି ସହରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବାରୁ ତଥା ବହୁଳ ମାତ୍ରାରେ ପ୍ରତିକ୍ରିୟା ସତରେ ବହୁତ ଉତ୍ସାହଜନକ ।”
ଏହି ଅବସରରେ ଓଡ଼ିଶା କବାଡ଼ି ସଂଘର ସଚିବ, ଏ କେ ବେହେରା କହିଛନ୍ତି ଯେ, “ଫ୍ୟୁଚର୍ କବାଡ଼ି ହିରୋଜ୍ କାର୍ଯ୍ୟକ୍ରମ କବାଡ଼ି ଖେଳାଳୀ ମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ପ୍ଲାଟ୍ଫର୍ମ ବୋଲି ମୁଁ ବିଶ୍ୱାସ କରିଥାଏ । ଓଡ଼ିଶାର କ୍ରୀଡ଼ା ପ୍ରତି ଏକ ଅଭୂତପୂର୍ବ ଆଗ୍ରହ ରହିଛି ଓ ଏହା କବାଡ଼ି କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । କଟକରେ ଏହି କାର୍ଯ୍ୟକ୍ରମ ଟ୍ରାଏଲ୍ ଭିତ୍ତିରେ ଅନୁଷ୍ଠିତ ହେଉଥିବାରୁ ମୁଁ ଖୁବ୍ ଆନନ୍ଦିତ ।”


Share It

Comments are closed.