କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ରିଜଷ୍ଟୋନ ଇଣ୍ଡିଆ ପକ୍ଷରୁ ଉପକରଣ ପ୍ରଦାନ


ଭୁବନେଶ୍ୱର: ବ୍ରିଜଷ୍ଟୋନ୍ ଇଣ୍ଡିଆ ପ୍ରାଇଭେଟ ଲିଃ. ସହିତ ବାୟ ହରସାଇଡ – ପିଙ୍କ ଭାଲଭ କ୍ୟାପ ଅଭିଯାନର ମିଳିତ ଆନୁକୂଲ୍ୟରେ ବ୍ରେଷ୍ଟ କ୍ୟାନସର ରୋଗୀଙ୍କୁ ସହଯୋଗ କରିବା ପାଇଁ ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲକୁ ବିଶ୍ୱର ଶ୍ରେଷ୍ଠ ଅତ୍ୟାଧୁନିକ କୌଶଳ ଯୁକ୍ତ ଉପକରଣ (ଫ୍ଲିବିମ- ଆଇସିଜି ଫ୍ଲୁରୋସ୍କୋପି ଇମାଜିଙ୍ଗ ଡିଭାଇସ) ପ୍ରଦାନ କରାଯାଇଛି । ଏହା ଭାରତରେ ପ୍ରଥମ ଧରଣର ସଂସ୍ଥାପନ ହୋଇଥିବାବେଳେ ଏହା ବର୍ତ୍ତମାନ ବିଶ୍ୱରେ ମାତ୍ର କତେକ ବିକଶିତ ଦେଶରେ ଉପଲବ୍ଧ । ଏହା ସହିତ ଉକ୍ତ ଅବଦାନର ଏକ ଅଂଶ ସମାଜର ଅବହେଳିତ ବ୍ରେଷ୍ଟ କ୍ୟାନସର ରୋଗୀଙ୍କ ଚିକିତ୍ସା ନିମିତ୍ତ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି ।
ବ୍ରିଜଷ୍ଟୋନ ପକ୍ଷରୁ ଅକ୍ଟୋବର ୨୦୧୭ରେ ବ୍ରେଷ୍ଟ କ୍ୟାନସର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଏହାର ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣତା ସମ୍ବନ୍ଧରେ ଏକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ, ବ୍ରିଜଷ୍ଟୋନ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପରାଗ ସତପୁତେ ଟାଟା ମେମୋରିଆଲ ହସପିଟାଲର ନିର୍ଦ୍ଦେଶକ ଡଃ. ରାଜେନ୍ଦ୍ର ବାଭଡେଙ୍କୁ ୮୭.୫ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ଟାଟା ମେମୋରିଆଲ ହସପିଟାଲକୁ ଆସୁଥିବା ୬୪,୦୦୦ ରୋଗୀଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ଏହି ଫଣ୍ଡ ଏବଂ ଉପକରଣ ପ୍ରଦାନ କରାଯାଇଛି ।

ରହିଛି ।

ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପରାଗ ସତପୁତେ କହିଛନ୍ତି ଯେ, “ବ୍ରିଜଷ୍ଟୋନର ବିଶ୍ୱସ୍ତରୀୟ ସିଏସଆର ପ୍ରତିଶ୍ରୁତି ହେଉଛି ଆୱାର ୱେ ଟୁ ସର୍ଭ ଏବଂ ଲୋକଙ୍କ ଜୀବନଶୈଳୀକୁ ବିକଶିତ କରିବା ପାଇଁ ବ୍ରିଜଷ୍ଟୋନ ଇଣ୍ଡିଆ ପକ୍ଷରୁ ଏହି ଅଭିଯାନର ଆରମ୍ଭ କରାଯାଇଛି । ଏହି ଯୋଗଦାନ ଆମ ମାନଙ୍କ ପାଇଁ ଖୁବ ମୂଲ୍ୟବାନ ଏବଂ ଆମମାନଙ୍କର କର୍ମଚାରୀ, ଡିଲର ଏବଂ ପିଙ୍କ ଭାଲଭ କ୍ୟାପ୍ର ବ୍ୟବହାର କରୁଥିବା ଗ୍ରାହକଙ୍କ ଦ୍ୱାରା ବହୁ ସହଯୋଗ ମିଳିପାରୁଛି । ଏହି କାର୍ଯ୍ୟକ୍ରମରେ ବ୍ରିଜ ଷ୍ଟୋନ ଟାଟା ମେମୋରିଆଲ ହସପିଟାଲର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଏହି ଭିନ୍ନ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ ।”
ଏହି ପରିପ୍ରେକ୍ଷୀରେ ଡଃ. ରାଜେନ୍ଦ୍ର ବାଡଭେ କହିଛନ୍ତି ଯେ, “ଏକ ପ୍ରତିଷ୍ଠିତ ଅନୁଷ୍ଠାନ ତଥା ବ୍ରିଜଷ୍ଟୋନ ଆମ୍ଭମାନଙ୍କର ସହଯୋଗ କରୁଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ଏହି ଉଦ୍ୟମ କେବଳ ଅବହେଳିତ ରୋଗୀଙ୍କ ପାଇଁ ସାହାଯ୍ୟକାରି ହେବ ତାହା ନୁହେଁ ବରଂ ଏହା ଆହୁରି ମଧ୍ୟ ସେହି ରୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବ ।”


Share It

Comments are closed.