ଅଜବ ତୈଳ ନୀତି – ୪ ଟଙ୍କା ବଢିଲା ପରେ ୧ ପଇସା ହ୍ରାସ


କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଲଗାତାର ୧୬ ଦିନ ଯାଁଏ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତାର ବଢିବା ପରେ ଏଥିରେ ଆଜି ସାମନ୍ୟତମ ୧ ପଇସା ହ୍ରାସ ପାଇଛି । ତୈଳ ମୂଲ୍ୟରେ ୧ ପଇସା ହ୍ରାସ ପାଇବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ଓ ମୁମ୍ବାଇ ସମେତ ଅନ୍ୟ ସହର ମାନଙ୍କରେ ପେଟ୍୍ରାଲର ଓ ଡିଜେଲ ମୂଲ୍ୟ ଉଚ୍ଚରେ ରହିଛି । ବିଗତ ୧୬ ଦିନ ମଧ୍ୟରେ ୪ଟି ମେଟ୍ରୋ ସହରରେ ତୈଳ ଦର ଲିଟର ପିଛା ୩-୪ଟଙ୍କା ବଢିଲା ପରେ ଆଜି ଏହାର ମୂଲ୍ୟରେ ମାତ୍ର ଏକ ପଇସା ହ୍ରାସ ପାଇଛି । ୧୩ ରୁ ୨୯ ମେ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩.୮ ଓ ୩.୩୮ ଟଙ୍କା , କୋଲକତାରେ ଲିଟର ପିଛା ୩.୭୪ ଓ ୩.୨୩ ଟଙ୍କା, ମୁମ୍ବାଇରେ ଲିଟର ପିଛା ୩.୭୬ ଓ ୩.୫୯ଟଙ୍କା ଏବଂ ଚେନ୍ନାଇରେ ଲିଟର ପିଛା ୪ ଓ ୩.୬୨ ଟଙ୍କା ବଢିଥିଲା ।
ଦେଶର ସର୍ବବୃହତ୍ତ ତୈଳ ପ୍ରଦାନକରୀ ସଂସ୍ଥା ଆଇଓସିଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଭୋର ୬ଟାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୮.୪୨ ଟଙ୍କା, କୋଲକତାରେ ଲିଟର ପିଛା ୮୧.୦୫, ମୁମ୍ବାଇରେ ଲିଟର ପିଛା ୮୬.୨୩ ଏବଂ ଚେନ୍ନାଇରେ ଲିଟର ପିଛା ୮୧.୪୨ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୬୯.୩ଟଙ୍କା, କୋଲକତାରେ ଲିଟର ପିଛା ୭୧.୮୫ଟଙ୍କା, ମୁମ୍ବାଇର ଲିଟର ପିଛା ୭୩.୭୮ଟଙ୍କା ଏବଂ ଚେନ୍ନାଇରେ ଲିଟର ପିଛା ୭୩.୧୭ଟଙ୍କା ପହଞ୍ଚିଛି ।


Share It

Comments are closed.