କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଥିବା ଜଣାପଡିଛି। ସୋମବାର ଅପରାହ୍ନରେ ପ୍ରଣବ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି। ପ୍ରଣବ ମୁଖାର୍ଜୀ ଏକ ଟୁଇଟ୍‌ରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଣବ ମୁଖାର୍ଜୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଗତ ଏକ ସପ୍ତାହ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ପୃଥକବାସରେ ରଖନ୍ତୁ ।


ପ୍ରଣବ ମୁଖାର୍ଜୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ପାଇଁ ଚାରିଆଡ଼ୁ ପ୍ରାର୍ଥନାର ସୁଇ ଛୁଟିଛି ।

ଆପଣଙ୍କୁ କହିରଖୁଛୁ ଯେ ପ୍ରଣବ ମୁଖାର୍ଜୀଙ୍କ ବୟସ ୮୪ ବର୍ଷ, ଏଭଳି ପରିସ୍ଥିତିରେ ବୟସ ବଢ଼ିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭେଟେରାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମଧ୍ୟରେ ଦେଶର ରାଷ୍ଟ୍ରପତି ରହିଛନ୍ତି। ୨୦୧୯ ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ।


Share It

Comments are closed.