ମାନସୋରବର ଯାତ୍ରା ସମୟର ଅନୁଭୂତି ବଖାଣିଲେ ରାହୁଲ


କିଛି ଦିନ ହେବ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୈଳାସ ମାନସୋରବର ଯାତ୍ରାରେ ଅଛନ୍ତି । ସେ ଅନେକ କ୍ଷେତ୍ରରେ ନିଜକୁ ଶିବଭକ୍ତ ବୋଲି ସବୁବେଳେ କହିଆସୁଛନ୍ତି । ମାନସୋରବର ଯାତ୍ରା ସମୟରେ ରାହୁଲ ଅନେକ ଫଟୋ ଗୁଡିକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବାବେଳେ ବର୍ତ୍ତମାନ ପ୍ରଥମଥର ପାଇଁ ନିଜର ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଯାତ୍ରା ସମୟରେ ରାହୁଲ ପୂର୍ବରୁ କୈଳାସର ପାରିପାଶ୍ୱର୍ରେ ଥିବା ପାହାଡ ଏବଂ ଝରଣାର ଫଟୋ ଗୁଡିକୁ ସେୟାର କରୁଥିବାବେଳେ ଶୁକ୍ରବାର ଦିନ ସେ ପ୍ରଥମଥର ପାଇଁ ନିଜର ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟୋପି, ଜିନ୍ସ, ଚଷମା ଏବଂ ଜ୍ୟାକେଟ ପିନ୍ଧିଥିବା ନଜର ସାମନାକୁ ଆସିଛି । ଏହା ସହ ତାଙ୍କ ପାଖରେ ଜଣେ ବ୍ୟକ୍ତି ମଧ୍ୟ ଥିବାର ଦେଖିବାକୁ ମିଳିଛି ।
ଏହା ପୂର୍ବରୁ ଗୁରୁବାର ଦିନ ରାହୁଲ ନିଜ ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ସେ ଏହି ଫଟୋକୁ ସେୟାର କରି ଦର୍ଶାଇଥିଲେ ଯେ, ବିଶାଳକାୟ ପର୍ବତର ଶରଣକୁ ଆସିବ ବହୁତ ବଡ ସୌଭାଗ୍ୟର କଥା ଅଟେ । ପୂର୍ବରୁ ରାହୁଲ ଯେତେବେଳେ ମାନସୋରବର ଯାତ୍ରା ସମୟରେ ପର୍ବତର ଚାରିପାଶ୍ୱରେ ଥିବା ଝରଣା, ହ୍ରଦ ଏବଂ କୌଳାସ ପର୍ବତର ସୌନ୍ଦଯ୍ୟ ଫଟୋକୁ ସେୟାର କରୁଥିଲେ ସେତେବେଳେ ଅନେକ ଲୋକ ରାହୁଲଙ୍କ ଏହି ଯାତ୍ରା ଉପରେ ପ୍ରଶ୍ନ କରିବା ସହ ସେ କ‘ଣ ସତରେ କୈଳାସ ଯାତ୍ରା କରୁଛନ୍ତି ? ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ଏହା ସହିତ ଅନେକ ମଧ୍ୟ କହିଥିଲେ ଯେ, ରାହୁଲ ଏହି ଫଟୋ ସବୁକୁ ଇଣ୍ଟରନେଟରୁ ଡାଉନଲୋଡ କରି ଅପଲୋଡ କରୁଛନ୍ତି ବୋଲ ।
ପ୍ରକାଶ ଥାଉକି କୈଳାସ ଯାତ୍ରା ସମୟରେ ରାହୁଲ କହିଥିଲେ ଯେ, “କୈଳାସ ଯିସକୋ ବୁଲାତା ହେ, କେବଲ ୱ ହି ଯାତା ହେ ।” ସେ ଟ୍ୱିଟ କରି ଏହା ମଧ୍ୟ ଦର୍ଶାଇଥିଲେ ଯେ, “ଜଣେ ବ୍ୟକ୍ତି କୈଳାସ ସେତେବେଳେ ଯାଏ, ‘ ଯେବେ କୈଳାସରୁ ଡାକରା ଆସିଥାଏ । ମୁଁ ଏହି ସୌଭାଗ୍ୟକୁ ପାଇ ବହୁତ ଖୁସି ଏବଂ ଏହି ଯାତ୍ରା ସମୟରେ ମୁଁ ଯାହା ବି ଦେଖିଛି ତାହାକୁ ଆପଣଙ୍କ ସହ ସେୟାର କରିବା ପାଇଁ ସକ୍ଷମ ଅଟେ । ’” ଏହା ପରେ ସେ ଦ୍ୱିତୀୟ ଟ୍ୱିଟ କରି କହିଥିଲେ ଯେ, “ମନସୋବର ପାଣି ବହୁତ ଶାନ୍ତ ଅଟେ । ସେ ସବୁ କିଛି ଆମକୁ ଦେଇଦେଇଥାଏ ଏବଂ ନିଜେ କିଛି ରଖେ ନାହିଁ । ସମସ୍ତେ ଏହି ପାଣିକୁ ପଇ ପାରିବେ ଏବଂ ଏଠାରେ କୌଣସି ଭେଦଭାବ ନାହିଁ କାରଣ ଏହା ହେଉଛି ଅବିଶ୍ୱସନୀୟ ଭାରତର ପାଣି, ଯାହାକୁ ଆମେ ପୂଜା କରୁ ।”


Share It

Comments are closed.