କଂଗ୍ରେସରେ ବିଧିବଧ ଭାବେ ଯୋଗଦେଲେ ‘ବୀଣା’


ଦେଶର ପ୍ରଥମ ମସି ଟ୍ରାନ୍ସ ଜେଣ୍ଡର କୁଇନ ‘ବୀଣା ସିନ୍ଦ୍ରେ’ ଆଜି ବିଧିବଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଛତିଶଗଡରେ ରହୁଥିବା ବୀଣା ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେବା ସହ ସଦସ୍ୟତା ମଧ୍ୟ ଗ୍ରହଣ କରିଥିଲେ । ବୀଣା, ବ୍ୟାଙ୍କକକରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ପ୍ରତିଯୋଗୀତାକୁ ଗସ୍ତ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲଙ୍କ ସହ ସାକ୍ଷାତ କରି କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । ବୀଣାଙ୍କର କଂଗ୍ରେସରେ ଯୋଗଦାନ ପରେ ତାଙ୍କୁ ଦଳ ପକ୍ଷରୁ ଶୁଭେଚ୍ଛା ଜଣା ଯାଇଥିଲା ।
ସଦସ୍ୟତା ଗ୍ରହଣ ପରେ ବୀଣା କହିଛନ୍ତି ଯେ, “ ସେ କେବଳ ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗଦାନ କରିଛନ୍ତି ।” ସେ ବ୍ୟାଙ୍କକକ ଗସ୍ତ ପୂର୍ବରୁ ନିଜ ସପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜନିତୀରେ ଆସିବାର ଇଚ୍ଛା ମଧ୍ୟ ପ୍ରକଟ କରିଛନ୍ତି ।

ଏହି ଅବସରରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ସେ ରାଜନିତୀରେ ଆସି ନିଜ କମ୍୍ୟୁନିଟି ପାଇଁ କିଛି କରିବାକୁ ଚାହୁଁଛନ୍ତି । ଏବଂ ଟ୍ରାନ୍ସଜେଣ୍ଡରର ଅଧିକାର ସହିତ ସେ ମହିଳା ସଶକ୍ତିକରଣ ପାଇଁ କାମ କରିବାକୁ ଚାହୁଁଛନ୍ତି । ”
ପ୍ରକାଶ ଥାଉକି ବୀଣା ବ୍ୟାଙ୍କକକରେ ଆୟୋଜିତ ହେବାକୁ ଥିବା ମିସ ଇଣ୍ଟରନ୍ୟାସନାଲ ଟ୍ରାନ୍ସକୁଇନ ପାଇଁ ମନୋନିତ ହୋଇଛନ୍ତି । ଆଜି ଠାରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ସେ ଭାରତ ପକ୍ଷରୁ ପ୍ରତିଯୋଗୀତା କରିବେ । ଯାହାର ଫାଇନାଲ ରାଉଣ୍ଡ ୮ ମାର୍ଚ୍ଚରେ ଅନୁଷ୍ଠିତ ହେବ ।


Share It

Comments are closed.