ଭୁବନେଶ୍ୱରରେ ସାମସଙ୍ଗ ଇନୋଭେସନ କ୍ୟାମ୍ପସର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କ ସ୍ନାତକୋତର ହାସଲ


ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆର ଫ୍ଲାଗସିପ ସିଏସଆର ପ୍ରୋଗ୍ରାମ, ସାମସଙ୍ଗ ଇନୋଭେସନ କ୍ୟାମ୍ପସ ଭୁବନେଶ୍ୱରରେ ଏହାର ୮୮ ଜଣ ଛାତ୍ରଛାତ୍ରୀଙ୍କର ପ୍ରଥମ ବ୍ୟାଚ ପାଇଁ କୋଡିଂ ଓ ପ୍ରୋଗ୍ରାମିଂ, ଏଆଇ ଏବଂ ଆଇଓଟି କୋର୍ସକୁ ସମାପ୍ତ କରିଛି । ସେଂଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଂଟର, ଭୁବନେଶ୍ୱର ଠାରେ ଦିଗଦର୍ଶନ ଓ ତାଲିମ ପ୍ରଦାନ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଅନୁଷ୍ଠିତ ଏକ ଉତ୍ସବରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନ୍ୟାସନାଲ ସ୍କିଲ ଡେଭଲପମେଂଟ କର୍ପୋରେସନ (ଏନଏସଡିସି)ର ଏକ ଅନୁମୋଦିତ ସଂସ୍ଥା, ଇଏସଏସସିଆଇ ଏହାର ଦେଶବ୍ୟାପୀ ରହିଥିବା ଅନୁମୋଦିତ ଟ୍ରେନିଂ ଓ ଶିକ୍ଷା ପାର୍ଟନରଙ୍କ ମାଧ୍ୟମରେ କାର୍ଯ୍ୟକ୍ରମର ପରିଚାଳନା କରୁଛି । କୋଡିଂ ଓ ପ୍ରୋଗ୍ରାମିଂ କୋର୍ସର ଛାତ୍ରଛାତ୍ରୀ ଟିମ୍ ଏହି ତିନିଦିନିଆ ହାକାଥନରେ ଅଂଶଗ୍ରହଣ କରିଛନ୍ତି, ଯେଉଁମାନେ ସେମାନଙ୍କୁ ପ୍ରଦାନ କରାଯାଇଥିବା ସମସ୍ୟା ଆଧାରରେ କୋର୍ଡ ବିକାଶ କରିଛନ୍ତି ।

ଏହି ସମସ୍ୟା ଷ୍ଟେଟମେଂଟରେ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ରହିଛି ଯଥା ଇ-ଗଭର୍ଣ୍ଣାନ୍ସ ସପୋର୍ଟ ପାଇଁ ଏକ ଚାଟବଟ୍ ର ବିକାଶ କରିବା, ହସ୍ତକଳା ଓ କଳାକାର ଭିତିକ ଉଦ୍ୟୋଗଗୁଡ଼ିକ ପାଇଁ ଏକ ଇ-କମର୍ସ ୱେବସାଇଟ ପ୍ରସ୍ତୁତ କରିବା, ଏକ ମେସିନ ଲର୍ଣ୍ଣିଂ ମଡେଲ ଯଦ୍ୱାରା ଘର ମୂଲ୍ୟର ଅନୁମାନ କରାଯାଇପାରିବ, ଏକ ଋଣ ମଞ୍ଜୁର ପ୍ରଣାଳୀ, ଇମେଜ ବର୍ଗୀକରଣ ବ୍ୟବହାର କରି ଏକ ପ୍ଲାଂଟ ଲିଫ ରୋଗ ଚିହ୍ନଟ ପ୍ରଣାଳୀ, ଏକ ହୋମ ଅଟୋମେସନ ମଡୁୃ୍ୟଲ ଓ ବରିଷ୍ଠ ନାଗରିକଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇତ୍ୟାଦି । ଟିମମାନେ ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ, ନୋଏଡା ଓ ସେଂଟ୍ରାଲ ଟୁଲ ରୁମ ଆର ଆଣ୍ଡ ଟ୍ରେନିଂ ସେଂଟର, ଭୁବନେଶ୍ୱର ଜୁରିଙ୍କ ନିକଟରେ ସେମାନଙ୍କର ପ୍ରୋଟୋଟାଇପକୁ ଉପସ୍ଥାପନ କରିଥିଲେ ।

ଏହା ସମ୍ପର୍କରେ ସାମସଙ୍ଗ ସାଉଥ ୱେଷ୍ଟ ଏସିଆର ସିଏସଆର ଏବଂ କମ୍ୟୁନିକେସନ ମୁଖ୍ୟ ଶ୍ରୀ ପାର୍ଥ ଘୋଷ କହିଛନ୍ତି, “ଆମର ଗ୍ଲୋବାଲ ସିଟିଜେନସିପ ପଦକ୍ଷେପ, ସାମସଙ୍ଗ ଇନୋଭେସନ କ୍ୟାମ୍ପସ ଭାରତର ବିକାଶ ଏଜେଣ୍ଡା ସହ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରୁଛି । ଏହି ପଦକ୍ଷେପ ମାଧ୍ୟମରେ, ଆମେ ଆମର ଯୁବକମାନଙ୍କୁ ସଶକ୍ତ କରିବାକୁ ଚାହୁଁଛୁ ଓ ସେମାନଙ୍କ ପାଇଁ ଭବିଷ୍ୟତ ଟେକ ଡୋମେନରେ ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ । ଏହା ସହିତ ଭାରତର ବିକାଶ ଧାରାକୁ ଆହୁରି ଆଗକୁ ନେବା ସହିତ ପାୱାରିଂ ଡିଜିଟାଲ ଇଣ୍ଡିଆ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ ।”

ସାମସଙ୍ଗ ଇଣ୍ଡିଆ ଏହାର ସାମସଙ୍ଗ ଇନୋଭେସନ କ୍ୟାମ୍ପସ ପ୍ରୋଗ୍ରାମକୁ ଆଠଟି କ୍ୟାମ୍ପସରେ ସାରା ଦେଶରେ ଆରମ୍ଭ କରିଛି ଯାହା ମାଧ୍ୟମରେ ସାଧାରଣ ସୁବିଧା ସୁଯୋଗରୁ ବଂଚିତ ୩୦୦୦ ଯୁବକଙ୍କୁ ଭବିଷ୍ୟତର ଟେକ ଡୋମେନ ଏଆଇ, ଆଇଓଟି, ବିଗ ଡାଟା ଓ କୋଡିଂ ଏବଂ ପ୍ରୋଗ୍ରାମିଂ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯଦ୍ୱାରା ଉପଯୁକ୍ତ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇପାରିବେ । ସାମସଙ୍ଗ ଇନୋଭେସନ କ୍ୟାମ୍ପସ ୧୮-୨୫ ବର୍ଷ ମଧ୍ୟରେ ଥିବା ଯୁବକମାନଙ୍କୁ ଭବିଷ୍ୟତର ଟେକ୍ନୋଲୋଜି ଉପରେ ଦକ୍ଷତା ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଗୁଡ଼ିକ ହେଉଛି ଚତୁର୍ଥ ଉଦ୍ୟୋଗ ବିପ୍ଳବ ପାଇଁ ପ୍ରମୁଖ ବୈଷୟିକ ସ୍କିଲ ।


Share It

Comments are closed.