ଏୟାରଟେଲ୍ ପକ୍ଷରୁ ୫ଜି ଗ୍ରାହକଙ୍କ ପାଇଁ ‘ଅନ୍‌ଲିମିଟେଡ୍ ଡାଟା ଅଫର୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଉପଭୋକ୍ତାଙ୍କୁ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କର ଶକ୍ତିର ଅନୁଭୂତି ପାଇବା ପାଇଁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ସହିତ ଏହାର ୫ଜି ଗ୍ରାହକଙ୍କ ପାଇଁ ଅନ୍‌ଲିମିଟେଡ୍ ୫ଜି ଡାଟାର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ଏବେ ଡାଟା ସରିଯିବାର ଚିନ୍ତା ବିନା ଅଲ୍‌ଟ୍ରାଫାଷ୍ଟ, ନିର୍ଭରଯୋଗ୍ୟ ଓ ଓ ସୁରକ୍ଷିତ ୫ଜି ପ୍ଲସ୍ ସେବାଗୁଡିକର ଅନୁଭୂତି ପାଇବାକୁ ସକ୍ଷମ ହେବେ କାରଣ କମ୍ପାନୀ ସମସ୍ତ ବିଦ୍ୟମାନ ପ୍ଲାନ୍‌ଗୁଡିକରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ପ୍ରତ୍ୟାହାର କରିଛି ।
ସମସ୍ତ ପୋଷ୍ଟପେଡ୍ ଗ୍ରାହକ ଏବଂ ୨୩୯ ଟଙ୍କା ଓ ତାହାଠାରୁ ଅଧିକ ମୂଲ୍ୟର ଏକ ଡାଟା ପ୍ଲାନ୍ ଥିବା ପ୍ରିପେଡ୍ ଗ୍ରାହକମାନେ ଏହି ଅଫର୍ ପାଇପାରିବେ । ଏୟାରଟେଲ୍ ୫ଜି ପ୍ଲସ୍ ସେବା ଦେଶର ୨୭୦ରୁ ଅଧିକ ସହରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକଙ୍କୁ କେବଳ ଏକ ୫ଜି କମ୍ପାଟିବୁଲ ଡିଭାଇସ୍ ଏବଂ ଏକ ୫ଜି ନେଟ୍‌ୱର୍କ ଥିବା ଅଂଚଳରେ ଆବଶ୍ୟକତା ରହିଛି ।
ଗ୍ରାହକମାନେ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ https://www.airtel.in/airtel-thanks-app ରେ ଲଗ୍‌ଅନ୍ କରି ଏହି ଅଫର୍ ପାଇପାରିବେ । ଏହି ଲଂଚ୍ ଅବସରରେ ଭାରତୀ ଏୟାରଟେଲ୍‌ର କଞ୍ଜ୍ୟୁମର ବିଜ୍‌ନେସ ବିଭାଗର ନିର୍ଦ୍ଦେଶକ ଶାଶ୍ୱତ ଶର୍ମା କହିଛନ୍ତି, ‘ଆମେ ଆମର ଗ୍ରାହକଙ୍କୁ ସର୍ବୋତମ ଶ୍ରେଣୀର ଉତ୍ପାଦ ଓ ସେବା ସହିତ ଖୁସି କରି ଉତ୍ସାହିତ ରହିଛୁ । ଏହି ପ୍ରାରମ୍ଭିକ ଅଫର୍ ଆମର ଗ୍ରାହକଙ୍କୁ ଡାଟା ସୀମାକୁ ନେଇ ଚିନ୍ତିତ ନହୋଇ ଉନ୍ନତ ସ୍ପିଡ୍‌ରେ ସର୍ଫ, ଷ୍ଟ୍ରିମ୍‌, ଚାଟ୍ କରିବା ଓ ଏକାଧିକ ଲାଭ ଉପଭୋଗ କରିବାକୁ ସକ୍ଷମ କରିବା ନେଇ ଆମର ଦର୍ଶନ ସହିତ ଜଡିତ ରହିଛି । ଆମେ ଆଶା କରୁଛୁ ଯେ, ଆମର ଗ୍ରାହକମାନେ ବିଶ୍ୱସ୍ତରୀୟ ଏୟାର ୫ଜି ପ୍ଲସ୍‌ର ଶକ୍ତିକୁ ଉପଭୋଗ କରିବେ ।’
ଏୟାରଟେଲ୍ ୫ଜି ପ୍ଲସ୍‌ରେ ଗ୍ରାହକଙ୍କ ପାଇଁ ୩ଟି ଆକର୍ଷଣୀୟ ସୁବିଧା ରହିଛି: ଏଥିରେ ୪ଜି ତୁଳନାରେ ୩୦ ଗୁଣ ପର୍ଯ୍ୟନ୍ତ ଅଧିକ ସ୍ପିଡ୍ ରହିଛି, ଏକ ଟେକ୍ନୋଲୋଜି ଯାହାକୁ ବିଶ୍ୱବ୍ୟାପୀ ଗ୍ରହଣ କରାଯାଇଛି ଏବଂ ଏକ ନେଟ୍‌ୱର୍କ ଯାହା ପରିବେଶ ପ୍ରତି ସକାରାତ୍ମକ ରହିଛି । ଏହାର ସେବା ଉପଲବ୍ଧତା ମଧ୍ୟ ଦେଶର ସୁଦୂର ଟାଉନ୍ ଓ ଗ୍ରାମଗୁଡିକ ସମେତ କୋଣଅନୁକୋଣକୁ ଦ୍ରୁତବେଗରେ ବିସ୍ତାର ହେଉଛି । କମ୍ପାନୀ ଦେଶବ୍ୟାପୀ କଭରେଜ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି ଏବଂ ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଟାଉନ୍ ଓ ପ୍ରମୁଖ ଗ୍ରାମାଂଚଳଗୁଡିକୁ ୫ଜି ସେବା ସହ କଭର୍ କରିବା ପାଇଁ ସୁବ୍ୟବସ୍ଥିତ ରହିଛି ।
ଗତ ଏକ ବର୍ଷରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ ବ୍ୟବହାରିକ ମାମଲା ସହିତ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି ଯାହା ଗ୍ରାହକଙ୍କ ବଂଚିବା ଓ ବ୍ୟବସାୟ କରିବାର ମାଧ୍ୟମକୁ ପରିବର୍ତନ କରିବ । ହାଇଦ୍ରାବାଦରେ ଭାରତର ପ୍ରଥମ ଲାଇଭ୍ ୫ଜି ନେଟ୍‌ୱର୍କଠାରୁ ଆରମ୍ଭ କରି ବେଙ୍ଗାଲୁରୁରେ ବଶ୍ ଫ୍ୟାକ୍‌ଟ୍ରିରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ, ଏହାର ଚକନ ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟିର ନିର୍ମାଣ ପାଇଁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ସହଭାଗିତା, ଭାରତର ପ୍ରଥମ ୫ଜି ସକ୍ଷମ ଅଟୋ ମାନୁଫ୍ୟାକ୍‌ଚରିଂ ୟୁନିଟ୍ ପର୍ଯ୍ୟନ୍ତ ଏୟାରଟେଲ୍ ୫ଜି ଉଦ୍ଭାବନର ଆଗଧାଡିରେ ରହିଆସିଛି ।

 


Share It

Comments are closed.