ଚାକିରିରୁ ବିଦା କରିଥିବା କର୍ମଚାରୀଙ୍କୁ ଚାକିରି ଦେବାରୁ ରାଗିଛନ୍ତି ମସ୍କ, କରି ପାରନ୍ତି କେସ
ଟ୍ୱିଟର ମାଲିକ ଏଲନ୍ ମସ୍କ ଏବଂ ମେଟାର ମାଲିକ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଲଢ଼େଇ ଆହୁରି ତୀବ୍ର ହୋଇଛି, ଯେତେବେଳେ ମେଟା ଟ୍ୱିଟରର ପ୍ରତିଦ୍ୱନ୍ଦ୍ୱୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଥ୍ରେଡ୍ସ ଲଞ୍ଚ କରିଛି। ଥ୍ରେଡ୍ସ ରିଲିଜ୍ ହେବାର ମାତ୍ର ୨୪ ଘଣ୍ଟା ରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଟେକ୍ ଇଣ୍ଡଷ୍ଟ୍ରିର ଏହି ଦୁଇ ବଡ଼ ନାମଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି। ମସ୍କ ଏବେ ଟ୍ୱିଟରରୁ ଚାକିରିରୁ ଚାକିରିରୁ ବହିଷ୍କାର କରିଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବାରୁ ଜୁକରବର୍ଗଙ୍କ ଉପରେ ରାଗିଯାଇଛନ୍ତି, ସେ ଏବେ ମେଟା ବିରୋଧରେ ମାମଲା ରୁଜୁ କରିବାକୁ ଯୋଜନା କରୁଛନ୍ତି।
ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଏଲନ୍ ମସ୍କଙ୍କ ଓକିଲ ଫେସବୁକର ମୂଳ କମ୍ପାନୀ ମେଟା ଉପରେ ଅଭିଯୋଗ ଆଣିଛନ୍ତି ଯେ ମସ୍କଙ୍କ ପ୍ଲାଟଫର୍ମ ଅଧିଗ୍ରହଣ ପରେ ଛଟେଇ ହୋଇଥିବା ପୂର୍ବତନ ଟ୍ୱିଟର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ମେଟା ଥ୍ରେଡସ୍ ନାମକ ଏହାର ଟେକ୍ସଟ୍ ଆଧାରିତ ଆପ୍ ଲଞ୍ଚ କରିବାର କିଛି ସମୟ ପରେ ଏହି ଅଭିଯୋଗ ଆସିଛି। ମସ୍କଙ୍କ ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ କମ୍ପାନୀ ଏକ ‘କପିକ୍ୟାଟ୍’ ବା ଅବିକଳ ଆପ୍ ତିଆରି କରିବା ପାଇଁ ଏକାଧିକ ପୂର୍ବତନ ଟ୍ୱିଟର କର୍ମଚାରୀଙ୍କୁ’ ନିୟୋଜିତ କରିଛି।
Comments are closed.