ଟାଟା ଷ୍ଟିଲ୍ ମାଇନିଂ କର୍ମଚାରୀଙ୍କ ପକ୍ଷରୁ ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ

କର୍ମଚାରୀ ସ୍ୱେଚ୍ଛାସେବିତା ମାଧ୍ୟମରେ ଅନ୍ତର୍ଭୁକ୍ତୀକରଣ ଦିଗରେ ଏକ ପଦକ୍ଷେପ

Share It

ଭୁବନେଶ୍ୱର: ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)୍‌ର କର୍ମଚାରୀମାନେ ସେମାନଙ୍କ କର୍ମଚାରୀ ସ୍ୱେଚ୍ଛାସେବିତା ଉପକ୍ରମ ଅନ୍ତର୍ଗତ ସହରରେ ରିତ୍ୱିକ ଆଭା ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଭାଇନ୍ ଚାଇଲଡ୍ ଇଟେଂଗ୍ରାଲ୍ ସ୍କୁଲ୍ ଫର ସ୍ପେସିଆଲ ଚିଲଡ୍ରେନ୍ର ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଏହି କର୍ମଚାରୀମାନେ ଏକ ସିଲେଇ ମେସିନ୍ ଏବଂ ଶିକ୍ଷା ସାମଗ୍ରୀ ପ୍ରଦାନ କରିଛନ୍ତି, ଯାହାକି ପିଲାମାନଙ୍କୁ ଏକ ଉଜ୍ୱଳ ଭବିଷ୍ୟତ ପାଇଁ ନୂତନ କୌଶଳ ଏବଂ ସୁଯୋଗ ସହିତ ସଶକ୍ତ କରିବ ।
ଏହି ବିଦ୍ୟାଳୟ ସ୍ୱତନ୍ତ୍ର ଶିକ୍ଷା ସହିତ ବୃତିଗତ, ଚେତନା ସମ୍ବନ୍ଧୀୟ ସମନ୍ୱୟ, ବକ୍ତବ୍ୟ ଅଭ୍ୟାସ ଭଳି ନିୟମିତ କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଦିଗରେ କାର୍ଯ୍ୟ କରୁଛି । ଏହି ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶରେ ଯୋଗଦାନ ଦେବା ଲାଗି, ଟିଏସ୍‌ଏମ୍‌ଏଲ୍‌ର କର୍ମଚାରୀମାନେ ପିଲାମାନଙ୍କୁ ଧନ୍ଦାମୂଳକ କୌଶଳ ଶିଖିବା ପାଇଁ ସେମାନଙ୍କ ସମର୍ଥନ ପ୍ରଦାନ କରିଛନ୍ତି । ଯାହାକି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ଜୀବିକା ନିର୍ବାହ ପାଇଁ ସୁଯୋଗ ତିଆରି କରିବ ।
ଏହି ବିଦ୍ୟାଳୟରେ ତଥା ବ୍ୟାପକ ସମୁଦାୟରେ ଯୋଗଦାନ କରିବାର ସୁଯୋଗ ପାଇଁ କୃତଜ୍ଞତା ଜଣାଇ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ ଆମେ ସର୍ବଦା ବିଶ୍ୱାସ କରୁ ଯେ ଯଦି ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମ ପରିବାରର ଅଂଶ ଭାବରେ ଭାବିବା ତେବେ ଏହି ପୃଥିବୀ ଆହୁରି ଶ୍ରେଷ୍ଠ ହେବ । ଆମ କର୍ମଚାରୀମାନଙ୍କ ପ୍ରୟାସ ହେଉଛି ଏହି ଦିଗରେ ଏକ ପଦକ୍ଷେପ । ଆମେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କ ମୁହଁରେ ହସ ଆଣିବା ପାଇଁ ଆମ ପ୍ରୟାସକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବୁ ।’’
ବିଦ୍ୟାଳୟ ପାଇଁ ଶିକ୍ଷା ସାମଗ୍ରୀ ଯୋଗାଇବା ବ୍ୟତୀତ, କର୍ମଚାରୀମାନେ ପିଲାମାନଙ୍କ ପାଇଁ ଉପହାର ଏବଂ ସ୍ନାକ୍ସ ବିତରଣ ସହିତ ମଜାଳିଆ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଇଥିଲେ । ବିଦ୍ୟାଳୟର ପିଲାମାନେ ହୃଦୟର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ତାହାକୁ ବେଶ ଉପଭୋଗ ମଧ୍ୟ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଟିଏସ୍‌ଏମ୍‌ଏଲ୍ କର୍ମଚାରୀମାନଙ୍କ ପକ୍ଷରୁ ଏହି ବିଦ୍ୟାଳୟକୁ ଥେରାପି ଉପକରଣ ପ୍ରଦାନ କରାଯାଇଛି ।


Share It

Comments are closed.