ଅଧିକ ମିଠା ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ, ଜାଣନ୍ତୁ


ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ । ଆଉ କିଛି ଲୋକେ ତ ମିଠା ବିନା ରହି ପାରନ୍ତି ନାହିଁ । କିନ୍ତୁ ଯଦି ଆପଣ ମିଠା ଖାଇବାକୁ ବହୁତ ପସନ୍ଦ କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ । ନିକଟରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡି଼ଛି ଯେ, ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକେ ବା ଅଧିକ ମିଠା ଖାଉଥିବା ଲୋକଙ୍କୁ ହୃତରୋଗ ହେବାର ଆଶଙ୍କା ଅଧିକ ଥାଏ । ମିଠା ପାନୀୟ, ମିଠା ଓ ଫଳ ରସରେ ଥିବା ଚିନି ହୃଦରୋଗ( Heart Disease) ବିପଦକୁ ବଢାଇଥାଏ ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଆମର ଦୈନିକ ସନ୍ତୁଳିତ ଆହାରରେ ୫ ପ୍ରତିଶତରୁ ବି କମ ଚିନି ରହିବା ଆବଶ୍ୟକ। ଆମେ ଖାଉଥିବା ପ୍ରତ୍ୟେକ ମିଠା ଖାଦ୍ୟ ଓ ମିଠା ପାନୀୟରେ କାର୍ବୋହାଇଡ୍ରେଟ( Carbohydrates) ରହିଥାଏ। ଏହା ଶରୀର ପାଇଁ ହିତକର କିନ୍ତୁ ଏହି ପ୍ରକାର ଖାଦ୍ୟରେ ଶର୍କରାର ପରିମାଣ ବି ଅଧିକ ଥାଏ ଯାହାକି ହୃଦରୋଗର ଆଶଙ୍କା ବଢାଇଥାଏ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡି଼ଛି ଯେ, ଆମର ଦୈନିକ ଆହାରରେ ୫ ପ୍ରତିଶତରୁ ଅଧିକ ଶର୍କରା ରହିଲେ ହୃଦରୋଗ ହେବାର ଆଶଙ୍କା ୭ ପ୍ରତିଶତ ବଢିଥାଏ ଓ ୬ ପ୍ରତିଶତ ଶର୍କରା ହୃଦରୋଗ ହେବାର ସମ୍ଭାବନାକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଥାଏ। ୧ ଲକ୍ଷ ୧୦ ହଜାର ୪ ଶହ ୯୭ ଜଣଙ୍କୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର( Oxford University) ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ୪,୧୮୮ ଜଣଙ୍କଠାରେ ହୃଦରୋଗ ଓ ଷ୍ଟ୍ରୋକ ଉଭୟ ଦେଖିବାକୁ ମିଳିଥିବା ବେଳେ ୩,୧୩୮ ଜଣଙ୍କଠାରେ ହୃଦରୋଗ ଓ ୧,୧୨୪ ଜଣଙ୍କଠାରେ ଷ୍ଟ୍ରୋକର ଆଶଙ୍କା ଅଧିକ ଦେଖାଯାଇଥିଲା। ତେବେ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ ସହ ହୃଦରୋଗର କୌଣସି ସମ୍ବନ୍ଧ ନଥିଲା। ଏହି ଅଧ୍ୟୟନ ପ୍ରାୟ ୯ ବର୍ଷ ୪ ମାସ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଜାମା ଇଣ୍ଟରନାଲ ମେଡିସିନ୍ସ ପକ୍ଷରୁ ୧୫ ବର୍ଷର ଅଧ୍ୟୟନ ପରେ ଡକ୍ଟର ଓ ତାଙ୍କ ସହକର୍ମୀ ଜାଣିବାକୁ ପାଇଥିଲେ ଯେ, ଅଧିକ ଶର୍କରାଯୁକ୍ତ ଖାଦ୍ୟ ସହ ହୃଦରୋଗରେ ହେଉଥିବା ମୃତ୍ୟୁର ଏକ ଗଭୀର ସମ୍ପର୍କ ରହିଛି। ୮ ପ୍ରତିଶତ ଶର୍କରାଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ୧୭ରୁ ୨୧ ପ୍ରତିଶତ ଅଧିକ ଚିନି ଖାଉଥିବା ଲୋକଙ୍କଠାରେ ହୃଦରୋଗର ଆଶଙ୍କା ୩୮ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ ।


Share It

Comments are closed.