ଅଗ୍ନି ସିରିଜର ଆଡଭାନସ୍ ମିସାଇଲ ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କଲା DRDO


ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା (DRDO) ପକ୍ଷରୁ ଅଗ୍ନି ସିରିଜର ସବୁଠାରୁ ଉନ୍ନତ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ ଆଜି ଅର୍ଥାତ ସୋମବାର ସଫଳତାର ସହ ପରୀକ୍ଷଣ କରାଯାଇଛି | ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ୪,000 କିଲୋମିଟର ରେଞ୍ଜର ଅଗ୍ନି -୪ ଏବଂ ୫000 କିଲୋମିଟର ରେଞ୍ଜର ଅଗ୍ନି-୫ ରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ମିଶ୍ରଣ କରି ବିକଶିତ କରାଯାଇଛି। ଏହି ମିସାଇଲ ଅଗ୍ନି କ୍ଲାସ୍‌ର ନୂଆ ଜେନେରେସନର ଉନ୍ନତ ଧରଣର ମିସାଇଲ । ‘ଅଗ୍ନି ପ୍ରାଇମ୍’ ମିସାଇଲ ୧ ହଜାରରୁ ୨ ହଜାର କିଲୋମିଟର ଯାଏଁ ଭେଦ କରିବାର କ୍ଷମତା ରଖିଛି ।

‘ଅଗ୍ନି ପ୍ରାଇମ୍’ ଆଡଭାନସ୍‌ ମିସାଇଲ ବେଲିଷ୍ଟିକ୍ ନ୍ୟୁକ୍ଳିୟର ବମ୍‌କୁ ନେଇ ଯିବାର କ୍ଷମତା ରଖିଛି । ସୋମବାର ସକାଳ ୧ଟା ବେଳେ ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଛି । ‘ଅଗ୍ନି ପ୍ରାଇମ୍’ ମିସାଇଲ ପରୀକ୍ଷଣ ସମୟରେ ପୂର୍ବ ତଟ ନିକଟରେ ଅନେକଗୁଡିଏ ଟେଲିମେଟ୍ରି ଏବଂ ରାଡାର ଲଗାଯାଇଥିଲା । ଯାହାକି ପରୀକ୍ଷଣ ସମୟରେ ମିସାଇଲ ଉପରେ ନଜର ରଖିଥିଲେ । ମିସାଇଲ ପରୀକ୍ଷଣ ଆରମ୍ଭରୁ ଏଗୁଡିକ ନଜର ରଖିଥିଲେ ।

ଏହା ପୂର୍ବରୁ ପରୀକ୍ଷଣ ହୋଇଥିବା ଅଗ୍ନି-I ଗୋଟିଏ ସିଙ୍ଗଲ ଷ୍ଟେଜ୍ ମିସାଇଲ ଥିଲା କିନ୍ତୁ ଅଗ୍ନି ପ୍ରାଇମ ଦୁଇ ଷ୍ଟେଜ୍ ବିଶିଷ୍ଟ ଆଡଭାନସ୍ ମିସାଇଲ । ଏହା ସହିତ ‘ଅଗ୍ନି ପ୍ରାଇମ୍’ର ଓଜର ଅଗ୍ନି-Iର ଓଜନ ଠାରୁ ବେଶ କମ ।୪ ହଜାର କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରୁଥିବା ଅଗ୍ନି-IV ଏବଂ ୫ ହଜାର କିଲୋମିଟର ଯାଏଁ ଭେଦ କରିପାରୁଥିବା ଅଗ୍ନି-V ଠାରୁ ‘ଅଗ୍ନି ପ୍ରାଇମ୍’ର ଓଜନ ବହୁତ କମ । ୧୯୮୯ ମସିହାରେ ଅଗ୍ନି-I ର ପରୀକ୍ଷଣ କରାଯାଇଥିଲା । ଏହାପରେ ୨୦୦୪ ମସିହାରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା ।


Share It

Comments are closed.