ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କଲେ ଦ୍ରୈାପଦୀ ମୁର୍ମୁ


ନୂତନ ଭାବେ ନିର୍ବାଚିତ ହୋଇଥିବା ଦ୍ରୈାପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଛନ୍ତି । ସେ ୧୦.୧୪ ମିନିଟରେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ଦପ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ସେ ନିଜର ଶପଥ ଗ୍ରହଣ ଅବସରରେ ନିଜର ପ୍ରଥମ ଅଭିଭାଷଣରେ ସେ ତାଙ୍କ ଗାଁର ପ୍ରଥମ କଲେଜ ପଢୁଆ ଝିଅ ବୋଲି କହିଥିଲେ ଏବଂ ସେ ଦେଶର ସେବା ନିରବଚ୍ଛିନ୍ନଭାବେ ତୁଲାଇବେ ବୋଲି କହିଥିଲେ । ନିଜର କାର୍ଯ୍ୟକୁ ନିଷ୍ଠାର ସହ ନି ର୍ବାହ କରିବେ ଏବଂ ସମସ୍ତଙ୍କ ପ୍ରୟାସରେ ଦେଶ ବିକାଶ ପଥରେ ଚାଲିବ ବୋଲି ଅଭିଭାଷଣରେ କହିଥିଲେ ।
ସେହି ଶପଥ ଗ୍ରହଣ ଅବସରରେ ପୂର୍ବତନ ରାଷ୍ଟ୍ରପତି ତଥା ରାମନାଥ କୋବିନ୍ଦ, ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲା, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ରୈାପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତିନି ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।


Share It

Comments are closed.