କରୋନାରେ ଆଖି ବୁଜିଲେ ପଦ୍ମଶ୍ରୀ କେ.କେ ଅଗ୍ରୱାଲ


ଇଣ୍ଡିଆନ ମେଡିକାଲ ଆଶୋସିଏସନର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ହାର୍ଟ କେୟାର ଫାଉଣ୍ଡେସନର ପ୍ରମୁଖ ଏବଂ ପଦ୍ମଶ୍ରୀ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ନିଧନ ହୋଇଛି। ସୋମବାର ରାତ୍ରୀ ପ୍ରାୟ ୧୧ଟା ୩୦ରେ କରୋନାରେ ତାଙ୍କର ପରଲୋକ ଘଟିଛି। ସେ ଗତ କିଛି ଦିନ ହେବ ଏମ୍ସର ଟ୍ରାମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତିନି ଦିନ ପୂର୍ବରୁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।

ଦୁଇ ମାସ ପୂର୍ବରୁ କେ.କେ ଅଗ୍ରୱାଲ କରୋନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଥିଲେ। ହେଲେ ଗତ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

୨୦୧୦ରେ ଡକ୍ଟର କେ.କେ ଅଗ୍ରୱାଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ତାଙ୍କର ଜୀବନକୁ ମାନବ ସେବା ଓ ସ୍ଵାସ୍ଥ୍ୟ ଜାଗରୁକତାକୁ ନେଇ ସମର୍ପିତ କରିଦେଇଥିଲେ।


Share It

Comments are closed.