ରାମେଶ୍ୱର ମନ୍ଦିରରେ ସ୍ଥାନ ପାଇଲା ଡକ୍ଟର ଅବଦୁଲ କଲାମଙ୍କ ପ୍ରତିମା


ଦେଶର ମିସାଇଲ ମ୍ୟାନ ନାମରେ ପ୍ରସିଦ୍ଧ ଥିବା ଭାରତର ପୂର୍ବତ୍ତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରାଯାଇଛି । ଏହି ରାମେଶ୍ୱରରେ ହିଁ ଶ୍ରୀ ଅବଦୁଲ କଲାମ ଜନ୍ମ ହୋଇଥିଲେ । ରାମେଶ୍ୱରରେ ହିଁ ସେ ନିଜ ଜୀବନର ପ୍ରଥମ ପର୍ଯ୍ୟାୟ ଅତିବାହିତ କରିଥିବାବେଳେ ପରେ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଅବଦୁଲ କଲାମଙ୍କର ଦ୍ୱିତୀୟ ଶ୍ରଦ୍ଧା ବାର୍ଷିକ ଅବସରରେ ରାମେଶ୍ୱରରେ ତାଙ୍କର ଏକ ସଂଗ୍ରାହଳୟର ଉଦଘାଟନ କରିଛନ୍ତି । ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ରାମେଶ୍ୱର ହେଉଛି ସେଥି ମଧ୍ୟରୁ ଗୋଟିଏ ।
ରାମେଶ୍ୱର କେବଳ କଲାମଙ୍କ ଜନ୍ମ ସ୍ଥାନ ନୁହେଁ ବରଂ ହିନ୍ଦୁଙ୍କର ଏକ ପବିତ୍ର ସ୍ଥାନ ମଧ୍ୟ । ଏହା ଛଡା ଏଠାରେ ସ୍ଥାପିତ ଥିବା ଶିବଲିଙ୍ଗ ୧୨ଟି ଦ୍ୱାଦଶ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତ୍ତମ । ରାମେଶ୍ୱରର ପେଇ କାରାମ୍ବୁ ପଡିଆସ୍ଥିତ ଡକ୍ଟର ଅବଦୁଲ କଲାମଙ୍କ ସାମାଧିକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଜମିଥାଏ । ଏହି ଭିଡ ମନ୍ଦିର ଥିବା ନିଜ ଭଗବାନଙ୍କୁ ଦର୍ଶନ ପୂର୍ବରୁ ନିଜର ଗୁରୁ କଲାମଙ୍କୁ ଦର୍ଶନ କରିଥାନ୍ତି । ଏହି ଭିଡ ଏବଂ ସେମାନଙ୍କର ଭଲ ପାଇବାକୁ ଦେଖିକରି ଏପରି ଲାଗେ ଯେ, ସେମାନେ କଲାମଙ୍କୁ ନିଜ ଭଗବାନଙ୍କୁ ନିଜ ଭଗବାନର ଆଖ୍ୟା ଦେଇଛନ୍ତି ।
ରାମେଶ୍ୱର ମନ୍ଦିର ଏବଂ ସେଠାକୁ ଭ୍ରମଣ କରୁଥିବା ସମସ୍ତ ବସ ପେଇ କାରାମ୍ବୁ ପଡିଆସ୍ଥିତ ଡକ୍ଟର ଅବଦୁଲ କଲାମଙ୍କ ସାମାଧି ଠାରେ ହିଁ ଅଟକିଥାଏ । ଯିଏବି ଡକ୍ଟର ଭକ୍ତଗଣ ପ୍ରଥମେ ମନ୍ଦିର ଦର୍ଶନ କରିବାକୁ ଆସିଥାନ୍ତି ସେମାନେ ପ୍ରଥମେ ଡକ୍ଟର ଅବଦୁଲ କଲାମଙ୍କ ସାମାଧିର ଦର୍ଶନ କରିଥାନ୍ତି । ସପ୍ତାହର ଶେଷରେ ସମାଧିକୁ ଦେଖିବା ପାଇଁ ଲୋକମାନଙ୍କୁ ଭିଡ ଲାଗି ରହିଥାଏ ।


Share It

Comments are closed.