ସୁରକ୍ଷକର୍ମୀ ଏବଂ ନକ୍ସଲପନ୍ଥୀଙ୍କ ମଧ୍ୟରେ ଗୁଳିବିନିମୟ : ୮ ନକ୍ସଲ ନିହତ


ଛତିଶଗଡସ୍ଥିତ ତିମେନାର ଦାନ୍ତେୱାଡା ଏବଂ ବିଜାପୁରର ସମୀନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲପନ୍ଥୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୮ ଜଣ ନକ୍ସଲପନ୍ଥୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ଜଣ ମହିଳା ନକ୍ସଲପନ୍ଥୀ ଥିଲେ । ସୁରକ୍ଷାକର୍ମୀ ନକ୍ସଲପନ୍ଥୀଙ୍କ ଠାରୁ ପ୍ରଚୁର ପରିମାଣରେ ଗୋଳା ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିିଛି, ଯେଉଁଥିରେ ୨ଟି ଆଇଏନଏସଏଏସ ରାଇଫଲ ରହିଥିବାବେଳେ ୨ଟି ୩୦୩ ରାଇଫଲ ଏବଂ ଗୋଟିଏ ୧୨ ବୋର ରାଇଫଲ ଏବଂ ଗୋଳାବାରୁଦ ରହିଥିଲା ।
ମିଳିଥିବା ସୂଚନା ମୁତାବକ ଜଙ୍ଗଲରେ ଆହୁରୀ ମଧ୍ୟ ନକ୍ସଲ ଲୁଚି କରି ଅଛନ୍ତି । ନକ୍ସଲଙ୍କର ସଂଖ୍ୟାକୁ ଦେଖିକରି ସେହି ଅଞ୍ଚଳରେ ଅତିରିକ୍ତ ପୋଲିସ ବଳୟକୁ ମୁତୟନ କରାଯାଇଛି । ଦାନ୍ତେୱାଡାରେ ନକ୍ସଲପନ୍ଥୀଙ୍କୁ ଧରିବା ପାଇଁ ଡିସଟ୍ରିକ ରିଜର୍ଭ ଗାର୍ଡ ( ଡିଆରଜି) ଏବଂ ସ୍ପେସାଲ ଟ୍ୟାକ୍ସ ଫୋର୍ସ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିଛନ୍ତି । ତିମେନାର ଜଙ୍ଗଲ ବହୁତ ଘଞ୍ଚ ଅଟେ, ଯେଉଁଥିପାଇଁ ସେହି ଅଞ୍ଚଳରେ ଅଧିକ ନକ୍ସଲପନ୍ଥୀ ଲୁଚି ରହିଥିବାର ସମ୍ଭାବନା ରହିଛି ।
ଜଙ୍ଗଲରେ ଯେଉଁଠାରେ ନକ୍ସଲପନ୍ଥୀ ନିଜର କ୍ୟାମ୍ପ ଲଗାଇଥିଲେ, ସେହି ଅଞ୍ଚଳରୁ ପ୍ରଚୁର ପରିମାଣରେ ଗୋଳା ବାରୁଦ ଯବତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଅôଦକ ସଂଖ୍ୟାକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


Share It

Comments are closed.