ପୂର୍ବ ଭାରତରେ ମ୍ୟାଗନମ ହ୍ୟାଜେଲନଟ ଆଇସକ୍ରିମର ଶୁଭାରମ୍ଭ


ପୂର୍ବ ଭାରତ ଏବଂ କଲିକତାରେ ମ୍ୟାଗନମ ଆଇସକ୍ରିମ ପକ୍ଷରୁ ନୂତନ ଫ୍ଲେଭର ମ୍ୟାଗନମ ହ୍ୟାଜେଲନଟ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ହ୍ୟାଜେଲନଟ ଏକ ପ୍ରକାରର ଆଇସକ୍ରିମ ଯାହା ବେଲଜିଆନ ଚକଲେଟର ସ୍ୱାଦ ପ୍ରଦାନ କରିଥାଏ । ପୂର୍ବ ଭାରତର ବିଭିନ୍ନ ବଛା ବଛା ସହରରେ ଏହି ନୂତନ ମ୍ୟାଗନମ ହ୍ୟାଜେଲନଟ୍ ମାତ୍ର ୯୦/- ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଏଥି ସମ୍ପର୍କିତ ଅଧିକ ତଥ୍ୟ ପାଇଁ <twitter.com/MagnumIND> ଟ୍ୱିଟରରେ କିମ୍ବା www.facebook.com/MagnumIND ଫେସବୁକରେ ଲଗଇନ୍ କରିପାରିବେ ।
ଏହି ପରିପ୍ରେକ୍ଷୀରେ ମ୍ୟାଗନମ ପକ୍ଷରୁ ଏହାର ହ୍ୟାଜେଲନଟ୍ ଭାରିଆଣ୍ଟର ଅଧିକାରୀ, ଶ୍ରୀଯୁକ୍ତ ହିମାଂଶୁ କନୱର କହିଛନ୍ତିଯେ, “ନୂତନ ମ୍ୟାଗନମ ହ୍ୟାଜେଲନଟ୍ ଆଇସକ୍ରିମ, ହ୍ୟାଜେଲନଟ୍-ସ୍ୱାଦର ଆଇସକ୍ରିମ, ବଲଗିଆନ ଚକଲେଟ ଏବଂ କ୍ରଞ୍ଚି ହ୍ୟାଜେଲନଟ୍ ସ୍ୱାଦର ମିଶ୍ରଣ ଅଟେ । ବଜାରରେ ଉଚ୍ଚ ବେଲଜିଆନ ଚକଲେଟ ସହିତ ସହଭାଗିତା ହୋଇ ମ୍ୟାଗନମ ପକ୍ଷରୁ ଏହି ଆକର୍ଷଣୀୟ ଏବଂ ଉନ୍ନତ ସ୍ୱାଦର ଚକଲେଟ ଆଇସକ୍ରିମ ଗ୍ରାହକଙ୍କ ପାଇଁ ଏକ ଉପହାର । ସ୍ୱାଦ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ଏବଂ ମ୍ୟାଗନମ ହ୍ୟାଜେଲନଟ୍ ଆଇସକ୍ରିମ ଏହି ଯାତ୍ରାର ଏକ ଉଦାହରଣ ଅଟେ ।”


Share It

Comments are closed.