ରାଫେଲ ଚୁକ୍ତି ପଛରେ ଭାରତ ସରକାରଙ୍କ ହାତ ରହିଛି


ରାଫେଲ ଚୁକ୍ତି ବିମାନକୁ ନେଇ ଦେଶରେ ରାଜନିତୀ ସରଗରମ ହୋଇ ପଡିଥିବାବେଳେ ଏବେ ଏହାକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଫ୍ରାନ୍ସର ପୂର୍ବତ୍ତନ ରାଷ୍ଟ୍ରପତି ପ୍ରାସ୍ନୋଇସ ଓଲାନ୍ଦ କହିଛନ୍ତି ଯେ, ରାଫେଲ ଚୁକ୍ତିକୁ ନେଇ ଭାରତର ସରକାର ସର୍ବପ୍ରଥମେ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସର ନାମକୁ ପସ୍ତାବ ଦେଇଥିଲେ । ସେପଟେ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନକୁ ଭାରତ ସରକାର ପକ୍ଷରୁ ପ୍ରସ୍ତାବିତ କରାଯାଇଥିବା ରିଲାଏନ୍ସ କମ୍ପାନୀ ନାମ ବ୍ୟତୀତ ଅନ୍ୟ କୋଣସି ବିକଳ୍ପ ମଧ୍ୟ ନଥିଲା ବୋଲି ସେ ବାଧ୍ୟ ହୋଇ ରିଲାଏନ୍ସ ସହ ଏହି ଚୁକ୍ତି କରିଥିଲେ ।
ଓଲାନ୍ଦ ଏହା ମଧ୍ୟ କହିଛନ୍ତି “ସେ ଏହି ସଂପର୍କରେ କୌଣସି ବି କଥାବର୍ତ୍ତା କରିନାହାନ୍ତି । ଭାରତ ସରକାର ଏହି ସର୍ଭିସ ଗ୍ରୁପର ନାମକୁ ପ୍ରସ୍ତାବ କରିଥିଲେ । ଏହା ପରେ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ ଅନିଲ ଅମ୍ବାନୀଙ୍କ ସହ କଥାବର୍ତ୍ତା କରିଥିଲେ । ଆମ ପାଖରେ କୌଣସି ବି ବିକଳ୍ପ ନଥିଲା ସେଥିପାଇଁ ମୋତେ ଯାହା କୁହାଗଲା ମୁଁ ତାହା କଲି ।”
ଏହା ଦେଖିଲେ ସ୍ପଷ୍ଟ ହୋଇଯାଉଛି ଯେ, ରାଫେଲ ଚୁକ୍ତିକୁ ନେଇ ଓଲାନ୍ଦଙ୍କ ଏହି ବୟାନ ଏବଂ ଭାରତ ସରକାର ପକ୍ଷରୁ ଦିଆଯାଇଥିବା ସୂଚାନ ମଧ୍ୟରେ କୌଣସି ବି ତାଳମେଳ ରହୁ ନାହିଁ । ସେହିଭଳି ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଡାସଲ୍ଟ ଏଭିଏସନ ଏବଂ ରିଲାଏନ୍ସ ମଧ୍ୟରେ ଦୁଇଟି ପ୍ରାଇଭେଟ ଫର୍ମକୁ ନେଇ ଏକ ବାଣିଜ୍ୟକ ଚୁକ୍ତି ହୋଇଥିଲା, ଯେଉଁଥିରେ ସରକାରଙ୍କର ବି କୌଣସି ଅଂଶ ନଥିଲା ।
କିନ୍ତୁ ଓଲାନ୍ଦଙ୍କ ଏହି ବୟାନ ପରେ ସ୍ପଷ୍ଟ ହୋଇଯାଉଛି ଏହା ଦୁର୍ନିତୀ ନୁହେଁ ମହାଦୁର୍ନିତୀ ଅଟେ । ଫ୍ରାନ୍ସର ପୂର୍ବତ୍ତନ ରାଷ୍ଟ୍ରପତିଙ୍କ ବୟାନ ପରେ ଭାରତରେ ରାଜନୈତିକ ଝଡ ସୃଷ୍ଟି ହୋଇଯାଇଛି । ୟୁପିଏ ସରକାର ଥିବା ସମୟରେ ୨୦୧୨ରେ ହୋଇଥିବା ୫୯୦ କୋଟି ମୂଲ୍ୟର ରାଫେଲକୁ ୨୦୧୫ରେ କିପରି ୧୬୯୦ କୋଟି ପହଞ୍ଚିଗଲା ତାହା ଏବେ ଚିନ୍ତାର କାରଣ । ସେପଟେ କଂଗ୍ରେସ ଏହି ପ୍ରସଂଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିବାବେଳେ ସେପଟେ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦେବାଳିଆ ହୋଇଯାଇଥିବା ଅନିଲଙ୍କ କମ୍ପାନୀ ରିଲାଏନ୍ସକୁ ବହୁ କୋଟି ଟଙ୍କାର ଠିକା ଯୋଗାଇ ଦେଉଛନ୍ତି ।


Share It

Comments are closed.