କଂଗ୍ରେସର ସଂସ୍କାର ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା – ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିବୃତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା


ନୂଆଦିଲ୍ଲୀ/ଭୁବନେଶ୍ୱର – କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିବୃତି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି କଂଗ୍ରେସକୁ ଲମ୍ବା ସମୟ ଧରି ଦେଶର ଶାସନ ଭାର ସମ୍ଭାଳିବାର ଦାୟିତ୍ୱ ମିଳିଥିଲା ମାତ୍ର ଏହାର ପରିଣାମ ଦେଶ ସାମ୍ନାରେ ଅଛି । ବର୍ତମାନର ଘଡିସନ୍ଧି ମୁହୂର୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଗରିବ ଲୋକଙ୍କ ଆକାଉଂଟରେ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଉଛି । ମାତ୍ର କଂଗ୍ରେସର ସଂସ୍କାରରେ ଡିବିଟି ଅନ୍ୟଜଣଙ୍କ ଆକାଉଂଟରେ ଏବଂ ରାଜୀବ ଗାନ୍ଧି ଫାଉଣ୍ଡେସନର ଆକାଉଂଟରେ ଡିବିଟି କରାଯାଉଥିଲା ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି । କରୋନା ମହାମାରୀ କାରଣରୁ ଉର୍ଜା ଶିଳ୍ପ କଠିନ ସମୟ ଦେଇ ଗତି କରୁଛି ଏବଂ ଏପ୍ରିଲ ଓ ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ଚାହିଦା ୭୦ରୁ ୮୦ ପ୍ରତିଶତ କମି ଯାଇଥିଲା । ଏହାର ସିଧା ପ୍ରଭାବ ଦେଶ ତଥା ରାଜ୍ୟ ଅର୍ଥନୀତି ଉପରେ ପଡିଥିଲା । ଜୁନ ମାସରେ ସ୍ୱାଭାବିକ ହୋଇଛି ।
କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ପରୁଚେରି ଭଳି ରାଜ୍ୟ ଗତମାସରେ ପେଟ୍ରୋଲ ଉପରେ ୫ ଟଙ୍କା ଭ୍ୟାଟ୍ ବୃଦ୍ଧି କରିଛନ୍ତି । ଦେଶର ସମସ୍ତ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ବୃଦ୍ଧି କରିଛନ୍ତି ।
କରୋନା ମହମାରୀକୁ ଲଢିବା ପାଇଁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲୋକ କଲ୍ୟାଣ ଯୋଜନା ପାଇଁ କାମ କରୁଛନ୍ତି । ଦେଶରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହୋଇଛି । ଗରିବଙ୍କୁ ଚାଉଳ, ଜନଧନରେ ଟଙ୍କା, କିଷାନ ସମ୍ମାନ ନିଧିରେ ଟଙ୍କା, ମାଗଣାରେ ଉଜ୍ଜଳା ଯୋଜନାରେ ଗ୍ୟାସ, ଇପିଏଫରେ ଟଙ୍କା ଦିଆଯାଇଛି ।
ଗରିବ ତଥା ମଧ୍ୟବିତଙ୍କ କଲ୍ୟାଣ ଚିନ୍ତା କରିବା ତଥା ଏମଏସଏମଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ବିନା ବନ୍ଧକରେ ଋଣ ଦେବାର ବ୍ୟବସ୍ଥା କରାଯାଇଛି । ଜାତୀୟ ରାଜପଥ,ରେଳ, ବେସାମରିକ ବିମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବ୍ୟବସ୍ଥା କରାଯାଇଛି । ଗତ ତିନି ମାସରେ ୪୨ କୋଟି ଲୋକଙ୍କୁ ଜୁନ ୨୦ ସୁଦ୍ଧା ୬୫,୪୫୪ କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ୍ ଆକାଉଂଟକୁ ଡିବିଟି ମାଧ୍ୟମରେ ପଠାଯାଇଛି ।


Share It

Comments are closed.