ନିଲମ୍ବିତ ହେଲେ ନିଷ୍ଠୁର ଆଇଆଇସି ସଂଧ୍ୟାରାଣୀ


ଥାର୍ଡ ଡିଗ୍ରୀ ବୁମେରାଂ। କେନ୍ଦୁଝର ପାଟଣା ଥାନା ଆଇଆଇସିଙ୍କୁ କରାଗଲା ସସ୍‌ପେଣ୍ଡ । ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ କରିଛନ୍ତି ଓଡିଶା ପୋଲିସ ଡିଜି ଅଭୟ । ଏନେଇ ଡିଜିପିଙ୍କ ଟ୍ୱିଟର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ପିଟିବା ଅଭିଯୋଗ ହେଉଥିଲା ।

କିନ୍ତୁ କୌଣସି କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ବାଡ଼ିରେ ପ୍ରହାର ସାଙ୍ଗକୁ ଗୋଇଠା ମାଡ଼ ମାରୁଥିଲେ। ତାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏମିତି ରାଗ ଥିଲା ଯେ, ବାଡିରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ, ପୁଣି ଗୋଇଠା ମାରିବାକୁ ମଧ୍ୟ ପଛାଇଲେ ନାହିଁ ।


Share It

Comments are closed.