ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ


ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜନତକୁ ପଠାଯାଇଛି । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆକୁ ସିବିଆଇ ଗିରଫ କରିଛି । ଆମ୍‌ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ପୁଲିସ ଫେବ୍ରୁଆରୀ ୨୬ ତାରିଖରେ ଗିରଫ କରିଥିଲା । ଏବେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବା ପାଇ ଆବେଦନ କରିନାହିଁ , ମାତ୍ର ଆସନ୍ତା ୧୫ ଦିନ ମଧ୍ୟରେ କରିପାରି ବୋଲି ସିବିଆଇର ଆଇନଜୀବୀ କହିଛନ୍ତି । ସିବିଆଇ ତଦନ୍ତ କରିବା ସହ ଦୁର୍ନୀତି ବିଷୟରେ ପ୍ରମାଣ ପାଇଛି ବୋଲି ସେ କହିଛନ୍ତି ।

ଅଦାଲତଙ୍କ ଏହି ନିର୍ଦେଶ ପରେ ସିସୋଦିଆଙ୍କ ଓକିଲ ତାଙ୍କ ପାଇଁ ଗୋଟେ ହଳ ଚଷମା , ଡାଏରୀ , କଲମ ଏବଂ ଗୀତା ବହି ନେବା ପାଇଁ ଆବେଦନ କରିଥିଲେ । ଅଦାଲତ ଏହାକୁ ନେବା ପାଇଁ ଅନୁମତି ଦେଇଛନ୍ତି । ଏହା ସହ ତାଙ୍କର ଆବଶ୍ୟକୀୟ ଔଷଧ ନେବା ପାଇଁ ଅନୁମତି ଦିଆଯାଇଛି । ତାଙ୍କୁ ଜେଲ୍‌ର ଧ୍ୟାନ ଗୃହରେ ରଖିବା ପାଇଁ ବିଚାର କରିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଦାଲତ ପରାମର୍ଶ ଦେଇଛନ୍ତି ।


Share It

Comments are closed.