ସନ୍ଧ୍ୟା ପୂର୍ବରୁ ଲ୍ୟାଣ୍ଡଫଲ କରିବ ‘ଅମ୍ଫାନ’


ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଅମ୍ଫାନ ଏବେ ଭଦ୍ରକ ଏବଂ ବାଲେଶ୍ୱର ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଅଭିମୁଖେ ସ୍ଥଳ ଭାଗ ଆଡକୁ ଗତି କରୁଛି । ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଅମ୍ଫାନ ବର୍ତ୍ତମାନ ପଶ୍ଚିମବଙ୍ଗ ଦୀଘା ଠାରି ୧୦୦ କିମି ଦୂରରେ ଥିବାବେଳେ ଅନ୍ୟପଟେ ବାଂଲାଦେଶ ଠାରୁ ୧୯୫ କିମି ଦୂରରେ ରହିଛି । ଆଜି ଅର୍ଥାତ ବୁଧବାର ଅପରାହ୍ନରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅମ୍ଫାନ ବର୍ତ୍ତମାନ ଘଣ୍ଟାପ୍ରତି ୨୯ କିମି ବେଗରେ ଗତି କରୁଥିବାବେଳେ ଅପରାହ୍ନ ୪ଟାରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟ ଆରମ୍ଭ ହେବ । ଲ୍ୟାଣ୍ଡଫଲ କରିବା ପରେ ଅମ୍ଫାନ ସନ୍ଧ୍ୟା ସୁଧା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ । ଅମ୍ଫାନ ଅତିକ୍ରମ ସମୟରେ ତୀବ୍ର ବେଗରେ ପବନ ବହିବା ସହ ଏହା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ।


Share It

Comments are closed.