ଦେଶରେ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ


ଦେଶରେ ୨୪ ଘଣ୍ଟାରେ ଆଉ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୪୪ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟ ୫,୩୧,୬୦୬ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟି ରେକର୍ଡ କରାଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ମାମଲାରେ ଏଯାଏଁ ୦.୦୮ ପ୍ରତିଶତ ରହିଛି। ଆରୋଗ୍ୟ ହାର ୯୮.୭୩ ରେକର୍ଡ କରାଯାଇଛି। କରୋନାରୁ ୪,୪୩,୯୨,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୃତ୍ୟୁ ହାର ୧.୧୮ ପ୍ରତିଶତ। ଏଯାଏଁ ୨୨୦.୬୬ କରୋନା ଟିକାର ପାନ ଦିଆଯାଇଛି।


Share It

Comments are closed.