ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗୁଥିବାବେଳେ । ବର୍ତ୍ତମାନ ସୁଧା ଏହା ସଂଖ୍ୟା ୯୧୫୨କୁ ଆସି ଛୁଇଁଲାଣି । ଏମାନଙ୍କ ମଧ୍ୟରୁ ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୮ ଜଣଙ୍କ ପ୍ରାଣହାନୀ ମଧ୍ୟ ହୋଇ ସାରିଲାଣି ।
ଗତ ୨୪ ଘଣ୍ଟା ମଧ୍ୟରେ ୯୧୮ଟି ନୂଆ ମାମଲା ଆସିଥିବାବେଳେ ଦେଶରେ ମୋଟ ୧,୮୬,୯୦୬ ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ଯେଉଁଥିରେ ୪.୩ ପ୍ରତିଶତ ପିଜିଟିଭ ଆସିଛି ।
ସେହିଭଳି ଓଡିଶାରେ ୫୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରୁ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସୋମବାର ସକାଳ ସୁଦ୍ଧା କରୋନାଭାଇରସ୍ ବିଶ୍ବବ୍ୟାପୀ ୧୮. ୫ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିସାରିଛି। ଜନସ୍ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ଭାରତୀୟ ସମୟ ଆଜି ସକାଳ ୯: ୧୫ ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ବିଶ୍ବର ୧୮, ୫୦, ୨୨୦ ଲୋକଙ୍କୁ ଆକ୍ରାନ୍ତ କରିଛି ଓ ପ୍ରାୟ ୧, ୧୪, ୨୧୫ଜଣଙ୍କର ମୃତ୍ୟୁର କାରଣ ହୋଇଛି।
ଜନସ୍ ହପକିନ୍ସ ୟୁନିଭର୍ସିଟି ପ୍ରଦତ୍ତ ତଥ୍ୟ ମୁତାବକ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୫, ୫୪, ୦୦୦ରୁ ଅଧିକ ହୋଇ ଯାଇଛି। ଏଯାବତ୍ ଆମେରିକାରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ର୍ୟା ୨୨, ୦୭୯ ଅତିକ୍ରମ କରିଥିବା ବେଳେ ସେଥିରୁ କେବଳ ନ୍ୟୁୟର୍କ ସହରରେ ୬, ୮୯୮ଜଣଙ୍କର ମୃତ୍ୟୁ ଘଟିଛି। କରୋନାଭାଇରସ୍ ଦ୍ବାରା ସାଙ୍ଘାତିକ ସଂକ୍ରମିତ ହୋଇଥିବା ଦୁଇ ଇଉରୋପୀୟ ଦେଶ ସ୍ପେନ୍ ଏବଂ ଇଟାଲିର ମୃତ୍ୟୁସଂଖ୍ୟାକୁ ଆମେରିକା ଅତିକ୍ରମ କରିଯାଇଛି।
ଅନ୍ୟ ଏକ ସଦ୍ୟପ୍ରାପ୍ତ ରିପୋର୍ଟ ଅନୁସାରେ, ସୋମବାର ସକାଳ ୯ଟା ସୁଦ୍ଧା ଆମେରିକାରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୫, ୫୭, ୩୦୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧, ୯୯୪ରେ ପହଞ୍ଚିଛି। ଗତବର୍ଷ ଚୀନ୍ର ଊହାନରେ ଉଦ୍ଭୁତ ଏହି ଭୂତାଣୁ ସଂକ୍ରମଣରେ ଚୀନ୍ର ମେନ୍ଲାଣ୍ଡ୍ରେ ସଂକ୍ରମିତଙ୍କ ସଂଖ୍ୟା ୮୨, ୧୬୦ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୩, ୩୪୧ରେ ପହଞ୍ଚିଛି। ଏହି ମାରାତ୍ମକ ଭୂତାଣୁଜନିତ ଦ୍ବିତୀୟ ଗୁରୁତର ସଂକ୍ରମିତ ଦେଶ ହେଉଛି ସ୍ପେନ୍। ସେଠାରେ ଏଥିଯୋଗୁଁ ୧୬୬, ୮୩୧ ସଂକ୍ରମିତ ହୋଇଥିବା ବେଳେ ୧୭, ୨୦୯ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ସଂଖ୍ୟାରେ ସ୍ପେନ୍ ତଳକୁ ରହିଛି ଇଟାଲି। ସେଠାରେ ୧୫୬, ୩୬୩ଜଣ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେଠାରେ ମୃତ୍ୟୁସଂଖ୍ୟା ୧୯, ୮୯୯ ବୋଲି ଜଣାପଡ଼ିଛି।
Comments are closed.