କରୋନାର ପ୍ରତ୍ୟେକ ଭାରିଣାଣ୍ଟକୁ ମାତ ଦେବା ପାଇଁ ତିଆରି ହେଉଛି ସୁପର ଭ୍ୟାକସିନ


ଭାରତ ସହିତ ଦୁନିଆର ବହୁ ଦେଶ କରୋନାର ତାଣ୍ଡବ ଦେଖିଛନ୍ତି। ଭାରତରେ ଗତ ବର୍ଷ ଦ୍ବିତୀୟ ଲହର ବେଳେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ତେବେ ତୃତୀୟ ଲହରୀ ଭାରତରେ ବିଶେଷ ପ୍ରଭାବ ପକାଇ ନାହିଁ। କରୋନା ଭାଇରସ୍ ଲଗାତାର ଭାବରେ ମ୍ୟୁଟେସନ୍ ହେବାରେ ଲାଗିଛି। ଅଲଗା ଅଲଗା ଭାରିଆଣ୍ଟ ଭୟଙ୍କର ରୂପ ନେଉଛି। ଏହାର ବହୁ ଭାରିଆଣ୍ଟ ଯେପରି ଡେଲ୍ଟା ଓ ଓମିକ୍ରନ୍ ଲୋକଙ୍କୁ ଦେଖିବାକୁ ମିଳିଛି। ବହୁ ବୈଜ୍ଞାନିକଙ୍କ ଭତରେ କୌଣସି ଭ୍ୟାକସିନ୍ ଏତେ ଗୁଡିଏ ଭାରିଆଣ୍ଟ ଉପରେ ପ୍ରଭାବ ପକାଇ ପାରିବ ନାହିଁ। ବହୁ ଦେଶରେ ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ ଲଗାଇବାର ନିଷ୍ପତ୍ତି ନେଇଛି।

ଏସବୁ ଭିତରେ ୟୁନିଭର୍ସାଲ ଭ୍ୟାକସିନ୍ ତିଆରି କରିବା ପାଇଁ ଚର୍ଚ୍ଚା ଯୋର ଧରିଛି। ୟୁନିଭର୍ସାଲ ଭ୍ୟାକସିନ୍‌ର ଅର୍ଥ ଏଭଳି ଭ୍ୟାକସିନ୍, ଯାହାକି କରୋନାର ସମସ୍ତ ଭାରିଆଣ୍ଟ ସହ ଲଢିବାରେ ସାହାଯ୍ୟ କରିଥାଏ। ନେଚର ପତ୍ରିକାରେ ନିକଟରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଭାରିଆଣ୍ଟ ପ୍ରୁଫ୍ ଭ୍ୟାକସିନ୍ ତିଆରି କରିବା କଥା ସାମନାକୁ ଆସିଛି। ଏହି ଆର୍ଟିକିଲରେ କୁହାଯାଇଛି ଯେ, ବୁଷ୍ଟର ଡୋଜ୍‌ରୁ ମିଳୁଥିବା ପ୍ରୋଟେକ୍ସନ୍ ସମୟ ସହିତ ଶେଷ ହୋଇଯିବ। ଏଭଳି ଏକ ଭ୍ୟାକସିନ୍‌ର ଆବଶ୍ୟକତା ଉପରେ ଯୋର ଦିଆଯାଇଛି, ଯାହାକି ସଂକ୍ରମଣ ସହିତ ଗମ୍ଭୀର ରୋଗକୁ ମଧ୍ୟ ରୋକିପାରିବ।

ୟୁନିଭର୍ସାଲ ଭ୍ୟାକସିନ୍ କଥା ନୂଆ ନୁହେଁ। ବୈଜ୍ଞାନିକମାନେ ଦଶକ ପୂର୍ବରୁ ମଧ୍ୟ ୟୁନିଭର୍ସାଲ ଫ୍ଲୁ ସଟ୍‌ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ୨୦୧୯ ରେ ଏଭଳି ଏକ ଭ୍ୟାକସିନ୍ ଟ୍ରାଏଲ ଆରମ୍ଭ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାକୁ ମାର୍କେଟ ପାଇଁ ମଞ୍ଜୁରୀ ମିଳିନଥିଲା। ଫାଉଚି ଓ ଅନ୍ୟଜଣେ ଏକ୍ସପର୍ଟଙ୍କ ମତରେ କୋଭିଡ୍‌ ଭାରିଆଣ୍ଟ ଓ ଭବିଷ୍ୟତର କରୋନା ପାଇଁ ୟୁନିଭର୍ସାଲ ଭ୍ୟାକସିନ୍ ଖୁବ୍ ଶୀଘ୍ର ଆସିପାରିବନି। କିନ୍ତୁ ନୂଆ ରିସର୍ଚ୍ଚରେ କୁହାଯାଇଛି ଏଭଳି ଭ୍ୟାକସିନ୍ ତିଆରି କରିବା ସମ୍ଭବ।

ୟୁନିଭର୍ସାଲ ଭ୍ୟାକସିନ୍‌ରେ ଭାଇରସର ସେହି ଅଂଶ ଉପରେ ଆକ୍ରମଣ କରାଯିବ, ଯାହାକି ଭାରିଆଣ୍ଟକୁ ବଦଳାଇବାରେ ଏଭଳି ଭାବରେ ରହିଥାଏ। ଯଦି ଇମ୍ୟୁନିଟି ସିଷ୍ଟମକୁ ଏହି ଅଂଶକୁ ଚହ୍ନିବାରେ ଟ୍ରେନ୍ କରିନେଇଥାଏ ତେବେ ଏଭଳି ଭ୍ୟାକସିନ୍ ତିଆରି କରାଯାଇଥାଏ। ଉଲ୍ଲେଖନୀୟ ଯେ, ଆମେରିକା ସେନାର ୱାଲ୍ଟର ରିଡ୍ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚ ନିଜ ଭ୍ୟାକସିନ୍‌ର ଫେଜ୍‌-୧ ଫଳାଫଳର ଅପେକ୍ଷା କରୁଛି। ଏହାଛଡା ନାମକ ଏକ କମ୍ପାନୀ ମଧ୍ୟ ଏଭଳି ଥିଲା, ଯାହାକି ଭ୍ୟାକସିନ୍ ଡେଭଲପ୍ କରୁଛି। ଆଶା କରାଯାଉଛି ଯେ, ୟୁନିଭର୍ସ ଭ୍ୟାକସିନ୍ ଖୁବ୍ ଶୀଘ୍ର ତିଆରି କରାଯିବ।


Share It

Comments are closed.