କ୍ରାଇମ ବ୍ରାଞ୍ଚକୁ ମିଳିଲା ମୌଲାନାଙ୍କ ଠିକାଣା, କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପରେ ଆରମ୍ଭ ହୋଇପାରେ ତଦନ୍ତ


ଦେଶରେ କରୋନା ଭାଇରସର ଭୟାବହତା ମଧ୍ୟରେ ଦିଲ୍ଲୀର ତବଲିଗି ଜମାତର ମରକଜରେ ହୋଇଥିବା ବଡ ଅବହେଳାକୁ ନେଇ ବର୍ତ୍ତମାନ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । ମିଳିଥିବା ସୂଚନା ମୁତାବକ କ୍ରାଇମ ବ୍ରାଞ୍ଚ କୁ ମରକଜର ମୌଲାନା ସାଦଙ୍କ ଠିକଣା ମିଳିଯାଇଛି ସେ ଯେଉଁଠାରେ ଲୁଚି ରହିଛନ୍ତି । କ୍ରାଇମ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂତ୍ର ଅନୁଯାୟୀ, ମୌଲାନା ଦିଲ୍ଲୀ ଜାକିର ନଗରସ୍ଥିତ ନିଜ ଘରେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି ।
ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମୌଲାନାଙ୍କୁ ଏହି ସଂପର୍କରେ କିଛି ପଚାରା ଉଚରା କରାଯାଇ ପାରିବ ନାହିଁ । କାରଣ ଜମାତ ସଂଷ୍ପର୍ଶରେ ଆସିଥିବା ଅଧିକାଂଶ ଲୋକ ଯେପରି କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ସେଥିପାଇଁ ଆଶା କରାଯାଉଛି ଯେ, ମୌଲାନା ଯେପରି ଏହି ଭାଇରସର ସଂକ୍ରମଣରେ ନଆସିଥାନ୍ତୁ । ଏଥିପାଇଁ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ମୌଲାନାଙ୍କ କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛି ।
ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତରେ କରୋନା ସଂକ୍ରମଣକୁ ନେଇ ହୋଇଥିବା ଏକ ବଡ ଅବହେଳାର ଖୁଲାସା ହେବା ପରେ ମରକଜର ପ୍ରମୁଖ ମୌଲାନା ସାଦଙ୍କ ସମେତ ତାଙ୍କ ସଂଷ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ବର୍ତ୍ତମାନ ନିଜ-ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେଥିପାଇଁ ବର୍ତ୍ତମାନ ମୌଲାନାଙ୍କୁ ପଚରାଉଚରା କରିବା ସମ୍ଭବପର ନୁହେଁ ।


Share It

Comments are closed.