ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି ସୋନାଲିକା


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ, ସୋନାଲିକା ଚଳିତ ଆର୍ଥିକବର୍ଷ ୨୦୨୦ରେ ୧ଲକ୍ଷ ବାର୍ଷିକ ଟ୍ରାକ୍ଟର ବିକ୍ରୟ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ସୋନାଳିକା ଗ୍ରୁପ୍ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ, ଡା. ଦୀପକ ମିତଲ, କହିଛନ୍ତି ଯେ, “ବିଶ୍ୱସ୍ତରରେ ଆମ ଟ୍ରାକ୍ଟର ଗୁଡ଼ିକ ବେଶ୍ ଗ୍ରହଣୀୟ ହୋଇଛି ଏବଂ ଏହାର ଯାନ୍ତ୍ରିକ ଜ୍ଞାନକୌଶଳ ଓ ଉକ୍ତୃଷ୍ଟ ପ୍ରଦର୍ଶନ ପାଇଁ ଗ୍ରାହକମାନଙ୍କ ଦ୍ୱାରା ମଧ୍ୟ ଖୁବ୍ ଆଦୃତ ହୋଇପାରିଛି । ସମଗ୍ର ବିଶ୍ୱରେ ୧୦ ଲକ୍ଷରୁ ଉର୍ଦ୍ଧ ସନ୍ତୁଷ୍ଟ ଗ୍ରାହକଙ୍କ ସହ ଭାରତ ବାହାର ବଜାରରେ ୧.୨୫ ଲକ୍ଷ ଗ୍ରାହକଙ୍କ ସହିତ ଭାରତରୁ ଆମେ ଅଗ୍ରଣୀ ରପ୍ତନକାରୀ ହୋଇପାରିଛୁ । ପାଖାପାଖି ୧୨୦ଟି ଦେଶରେ ଗୋଟିଏ ଭାରତୀୟ କମ୍ପାନୀର ଗ୍ରହଣୀୟତାର ଏହା ଏକ ବାସ୍ତବ ସଙ୍କେତ ।”ସେହିଭଳି ସୋନାଲିକା ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରମଣ ମିତଲ କହିଛନ୍ତି ଯେ, “ଆମର ଗ୍ରାହକ କୈନ୍ଦ୍ରିକ ଦୃଷ୍ଟିକୋଣ ଆମର ଏହି କ୍ରମାଗତ ପ୍ରଦର୍ଶନରେ ସହାୟକ ହୋଇଆସୁଛି ଯାହାକି ଲଗାତର ତିନିବର୍ଷ ହେବ ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ପ୍ରଭାବିତ କରିପାରିଛି ।”
ବର୍ତମାନ ବିଶ୍ୱ ମହାମାରୀ ମଧ୍ୟରେ କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଆମେ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିଛୁ ଯେଉଁଥିରେ ନୂଆ ଦିଲ୍ଲୀ ଓ ସେଣ୍ଟଷ୍ଟିଫେନ୍ସ ହସ୍‌ପିଟାଲରେ ଆଇସୋଲେସନ କେନ୍ଦ୍ର ସ୍ଥାପନ, ଆମର ବିଦ୍ୟମାନ ଗ୍ରାହକମାନଙ୍କ ପାଇଁ ସର୍ଭିସ ଓ ୱାରେଂଟି ନବୀକରଣ ତାରିଖର ସଂପ୍ରସାରଣ, ଲକଡାଉନ ସମୟରେ ଆମର ଚୁକ୍ତିଭିତିକ କର୍ମଚାରୀଙ୍କୁ ଓ ଆଡ-ହକ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରୀ ସମେତ ମାର୍ଚ୍ଚରେ କର୍ମଚାରୀମାନଙ୍କୁ ଅଗ୍ରୀମ ଦରମାର ସୁନିଶ୍ଚିତତା ପାଇଁ ରାଜ୍ୟ ଓ ଆଂଚଳିକ ପ୍ରଶାସନଙ୍କ ସମେତ ପୁରା ଦେଶରେ ଟ୍ରାକ୍ଟରର ବ୍ୟବହାର କରି ଅଣସଂକ୍ରମିତ ସ୍ପ୍ରେୟର ଆଦି ଅନ୍ତର୍ଭୁକ୍ତ ରହିଛି ।


Share It

Comments are closed.