କରୋନା ମାମଲାରେ ପୁଣି ବୃଦ୍ଧି, ଗତ ୨୪ ଘଂଟା ମଧ୍ୟରେ ୬୭,୭୦୮ ପଜିଟିଭ ଚିହ୍ନଟ


ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଗୁରୁବାର ଦିନ ୭୩ ଲକ୍ଷ ଅତିକ୍ରମ କରିଛି। ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କିଛି ଦିନ ପାଇଁ ହ୍ରାସ ପାଇଥିବାର ଦେଖାଯାଇଥିଲା, କିନ୍ତୁ ପୁଣି ଥରେ ଏଥିରେ ବୃଦ୍ଧି ପାଉଛି | ତେବେ କରୋନାରୁ ଦୈନିକ ମୃତ୍ୟୁ ଆଜି ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଆଜି ୬୭,୭୦୮ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲି ୬୩,୫୦୯ ଟି ନୂଆ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି। କିନ୍ତୁ ଆଭଲ ଖବର ହେଉଛି କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଛି, ଯାହା ବର୍ତ୍ତମାନ ୬୩ ଲକ୍ଷରୁ ଅଧିକ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ର ୬୭,୭୦୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୬୮୦ ଜଣଙ୍କର ମୃତ୍ୟୁ ଘଟିଛି | ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୭୩,୦୭,୦୯୮ ଲୋକ ଦେଶରେ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଏଥି ସହିତ ଦେଶରେ ଭାଇରସରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୬୩,୮୩,୪୪୨ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ଏବଂ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଉଛି | ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୮,୧୨,୩୯୦ ରହିଛି | ଅନ୍ୟପକ୍ଷରେ, ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ୧,୧୧,୨୬୬ ଜଣଙ୍କର ମୃତ୍ୟୁ ହୋଇଛି।


Share It

Comments are closed.