ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗ, କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍


ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗରେ କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି।

ତେବେ ଏନେଇ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଇ କିଛି ଭୁଲ୍ କରିନି। ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ମୁକିମ୍ ସଫେଇ ଦେଇଛନ୍ତି ଯେ, ଯଦି ସେପରି ହୁଏ ତାହାଲେ ସେ ଦଳୀୟ ଫୋରମରେ ତାର ଉତ୍ତର ରଖିବେ ।

ପ୍ରକାଶ ଥାଉକି, ରାଷ୍ଟ୍ରପତି ନିର୍ବାଚନରେ ଜଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଥିଲା । ହେଲେ ମୋକିମ୍ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାର ଜବାବରେ ସେ କହିଥିଲେ ଯେ, ସେ ଓଡ଼ିଆ ହିସାବରେ ନିଜ ବିବେକ ମୁତାବକ କାର‌୍ୟ୍ୟ କରିଛନ୍ତି।


Share It

Comments are closed.