ନିଜ ଦଳକୁ ଖୁବ ସମାଲୋଚନା କଲେ କଂଗ୍ରେସ ବିଧାୟିକା ଆଦିତି ସିଂହ


ଉତ୍ତରପ୍ରଦେଶରେ ପ୍ରବାସୀ ଶ୍ରମିକଙ୍କ ଲାଗି ବସ୍ ସେବା ଆରମ୍ଭ କରିବା ଲାଗି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲାଗିରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ କଂଗ୍ରେସ ଏକ ବଡ ଝଟକା ଲାଗିଛି । ରାୟବରେଲୀରୁ କଂଗ୍ରେସ ବିଧାୟିକା ଆଦିତି ସିଂହ ସଂପୂର୍ଣ୍ଣ ମାମଲାରେ ନିଜ ଦଳ କଂଗ୍ରେସକୁ ସମାଲୋଚନା କରି କାଠଗଡାରେ ଆଣି ଠିଆ କରିଦେଇଛନ୍ତି । କେବଳ ଏତିକି ନୁହେଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ଆଦିତି ସିଂହ ନିଜ ଦଳ କଂଗ୍ରେସକୁ ସମାଲୋଚନା କରି ଲେଖିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଏଭଳି ଘୃଣ୍ୟ ରାଜନୀତିର କ’ଣ ଆବଶ୍ୟକତା ରହିଛି ।? ୧୦୦୦ ବସ ମଧ୍ୟରୁ ଅଧାରୁ ଅଧିକ ବସ ନକଲି, ୨୯୭ ବସ ଜଙ୍କ ଲାଗିଯାଇଥିବା , ୯୮ଟି ଅଟୋରିକ୍ସା ଏବଂ ୬୮ଟି ବିନା କାଗଜର ଗାଡି ଏହା ଏକ ନିନ୍ଦନୀୟ କଥା । ଯଦି ଏଭଳି କଥା, ତେବେ ରାଜସ୍ଥାନ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ କାହିଁକି କରାଗଲା ନାହିଁ ।

ଆଦିତି ସିଂହଙ୍କ ଦ୍ୱିତୀୟ ଟ୍ୱିଟରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, କୋଟାରେ ଯେତେବେଳେ ହଜାର ହଜାର ନିରିହ ଶିଶୁ ଫସିଥିଲେ ସେତେବେଳେ କେଉଁଠି ଥିଲା ଏହି ସମସ୍ତ ବସ । ସେତେବେଳେ କଂଗ୍ରେସ ସରକାର ଏମାନଙ୍କୁ ଘରେ ଛାଡିବା ତ ଦୂରର କଥା, ସୀମାରେ ମଧ୍ୟ ଛାଡି ପାରିଲେ ନାହିଁ । ସେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାତିରାତି ବସର ବ୍ୟବସ୍ଥା କରି ଏମାନଙ୍କୁ ଘରେ ପହଞ୍ଚାଇଥିଲେ । ଖୋଦ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।


Share It

Comments are closed.