ଏପ୍ରିଲ ୪ରୁ ଅଷ୍ଟ୍ରେଲିଆରେ କମନ ୱେଲଥ ଗେମ୍


ଯୁବ ସମୟ – ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ୨୦୧୮ କମନ ୱେଲଥ ଗେମ୍ ଆରମ୍ଭ ହେବାକୁ ଯାଉଛି । ଏହା ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଆୟୋଜିତ ହେଉଥିବାରୁ ଏହାର ନାମ ଗୋଲ୍ଡ କ୍ୱେଷ୍ଟ ୨୦୧୮ ମଧ୍ୟ ରଖାଯାଇଛି । ଅଷ୍ଟ୍ରେଲିଆରେ ଏହା ପଞ୍ଚମ ଥର ପାଇଁ ଆୟୋଜିତ ହେଉଛି । ଚଳିତ ବର୍ଷ ଏଥିରେ ୭୧ଟି ଦେଶର ବହୁ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ଭାରତ ପକ୍ଷରୁ ୨୨୫ ଜଣ ଖେଳାଳି ଅଂଶଗ୍ରହଣ କରିବାର ଯୋଜନା ରହିଛି ।
କମନ ୱେଲଥ ଗେମ୍ ପ୍ରଥମ ଥର ପାଇଁ ଆର୍ନ୍ତଜାତୀୟ ସ୍ତରରେ ୧୯୩୦ ମସିହାରେ ଆରମ୍ଭ ହେଇଥିଲା କିନ୍ତୁ ଭାରତ ପ୍ରଥମଥର ୧୯୩୪ ମସିହାରେ ଏଥିରେ ଅଂଶଗ୍ରହଣ କରିଥିଲା । ଏଥିରେ ୫୦୦୦ରୁ ଅଧିକ ଆଥଲେଟ ୧୫ରୁ ଅଧିକ ସ୍ପୋର୍ଟ ଏବଂ ୨୫୦ରୁ ଅଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଏହି ଖେଳ ଚାରି ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।

ଚଳିତ ବର୍ଷ କମନ ୱେଲଥ ଗେମରେ ଭାରତ ପକ୍ଷରୁ ମେଡାଲ ପାଇଁ ମୁଖ୍ୟ ଆକର୍ଷଣ ରହିବେ ସୁଶୀଲ କୁମାର , ସାକ୍ଷୀ ମଲ୍ଲିକ , ପି ଭି ସିନ୍ଧୁ, ମ୍ୟାରି କମ, ଜୋଗେଶ୍ୱର ସିଂହ ଏବଂ ବିବତା ଫୋଗଟ ପରି ଖେଳାଳିମାନେ । ୨୦୦୬ ମସିହାରେ ଭାରତ ୫୦ଟି ମେଡାଲ ସହିତ ଚତୁର୍ଥ ସ୍ଥାନ, ୨୦୧୦ରେ ଦିଲ୍ଲୀରେ ଆୟୋଜିତ କମନ ୱେଲଥ ଗେମରେ ଭାରତ ସମୁଦାୟ ୧୦୧ ମେଡାଲ ସହିତ ଦ୍ୱିତୀୟ ସ୍ଥାନ ଏବଂ ସେହିପରି ୬୪ଟି ମେଡାଲ ଜିତି ଭାରତ ୨୦୧୪ରେ ୫ମ ସ୍ଥାନ ଗ୍ରହଣ କରିଥିଲା । ଚଳିତ ବର୍ଷ ଭାରତ ବହୁ ମାତ୍ରାର ମେଡାଲ ଜିତି ର୍ୟାଙ୍କ ଲିଷ୍ଟରେ ଉଚ୍ଚ ସ୍ଥାନ ଗ୍ରହଣ କରିବାରେ ପ୍ରୟାସ କରିବ ।


Share It

Comments are closed.