ଆଲମଣ୍ଡର ଉତ୍ତମତା ସହିତ ପାଳନ କରନ୍ତୁ ରଙ୍ଗର ପର୍ବ


ଭୁବନେଶ୍ୱର : ବସନ୍ତର ଆଗମନ ସହିତ ସାରା ଦେଶର ଲୋକମାନେ ବର୍ଷର ଅନ୍ୟତମ ଆନନ୍ଦମୟ ଉତ୍ସବ – ରଙ୍ଗର ପର୍ବ, ହୋଲି ପାଇଁ ପ୍ରସ୍ତୁତ ହୋଇଥାନ୍ତି! ପ୍ରତିବର୍ଷ ବସନ୍ତର ଆଗମନକୁ ସମ୍ମାନିତ କରିବା ଏବଂ ଶୀତ ଋତୁର ସମାପ୍ତିକୁ ଚିହ୍ନିତ କରିବା ପାଇଁ ହୋଲି ପାଳନ କରାଯାଏ । ଏହି ପର୍ବ ଅତ୍ୟନ୍ତ ଚଳଚଞ୍ଚଳ ତରଙ୍ଗ ସୃଷ୍ଟି କରିଥାଏ । ରଙ୍ଗ ବେରଙ୍ଗ ଗୁଣ୍ଡର ଫୁତ୍କାର’ରେ ପରସ୍ପରକୁ ଭିଜାଇ ଜୀବନର ରଙ୍ଗୀନ ପ୍ରକୃତିରେ ଆନନ୍ଦିତ ଏବଂ ଆନନ୍ଦମୟ କରିବା ପାଇଁ ଏହା ଏକ ସମୟ । ପାରିବାରିକ ମିଳନ-ପର୍ବ, ଉପହାର ଆଦାନପ୍ରଦାନ, ଏବଂ ଅବଶ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ମିଳିଥାଏ! ଆମେ କେବଳ ରଙ୍ଗ ଦ୍ୱାରା ନୁହଁ ବରଂ ଆମର ପ୍ଲେଟରେ ରଙ୍ଗ ବେରଙ୍ଗ ଖାଦ୍ୟ ସହିତ ମଧ୍ୟ ହୋଲି ପାଳନ କରିଥାଉ । ପ୍ରସ୍ତୁତ ହୋଇଥିବା ଅନେକ କ୍ଷୁଧା-ବର୍ଦ୍ଧକ ସୁସ୍ୱାଦୁ ଖାଦ୍ୟ ରହିଥାଏ । ଅବଶ୍ୟ ଅନ୍ୟ ପକ୍ଷରେ ଆତ୍ମ ନିୟନ୍ତ୍ରଣ ହରାଇବା ସହଜ ହୋଇଥାଏ ଏବଂ ଅସ୍ୱାସ୍ଥ୍ୟକର ସ୍ନାକ୍ସ ଏବଂ ଖାଦ୍ୟ ଅତି ମାତ୍ରାରେ ଖାଇବା ସ୍ଥିତିରେ ଜଣେ ପହଞ୍ଚି ଯାଇପାରେ, ଦୀର୍ଘ ସମୟ ମଧ୍ୟରେ ଜଣଙ୍କର ସ୍ୱାସ୍ଥ୍ୟ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ।

ଆଞ୍ଚଳିକ ମୁଖ୍ୟ-ଡାଇଟେଟିକ୍ସ, ମେକ୍ସ ହେଲଥକେୟର-ଦିଲ୍ଲୀ, ରୀତିକା ସମଦ୍ଦାର କହିିଥିଲେ, “ଉତ୍ସବରେ ଆମେ ସବୁବେଳେ ମିଠା ଏବଂ ଗଭୀର ଛଣା ଭଜା ଖାଦ୍ୟ ଖାଇବାକୁ ଇଚ୍ଛା କରିଥାଉ । ଏବଂ ଆମ ମଧ୍ୟରୁ ଅନେକେ ସ୍ୱପ୍ନରେ ଭାସିଯାଉ ଓ ଆମ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଉ । ଏହି ସମୟରେ ଅତ୍ୟଧିକ ଖାଇଯିବା ଅର୍ଥ ହେଲା ଆମ ଶରୀରକୁ ଶର୍କରା ଏବଂ ଟ୍ରାନ୍ସ-ଫେଟ ସହିତ ପୂର୍ଣ୍ଣ କରୁଛୁ ଯାହା ପରେ ଆମକୁ ଅସୁସ୍ଥ କିମ୍ବା କମଜୋର କରିପାରେ । ମୁଁ ସବୁବେଳେ ଦେଉଥିବା ଗୋଟିଏ ଉପଦେଶ ହେଉଛି ପର୍ବପର୍ବାଣିରେ ମନଯୋଗ ସହକାରେ ଖାଇବା କାରଣ ଲୋକମାନେ ଏହି ଋତୁରେ ସବୁଠାରୁ ସାଧାରଣ ଆହାର ଭୁଲ କରନ୍ତି । ଅସ୍ୱାସ୍ଥ୍ୟକର ସ୍ନାକ୍ସ ଖାଇବା ପରିବର୍ତ୍ତେ ଏଲମଣ୍ଡ ପରି ଚଣାରେ ସ୍ନାକ୍ସ କରିବା ଆମ ଜୀବନରେ ଏକ ସୁସ୍ଥ ପରିବର୍ତ୍ତନ ଆଣିପାରେ । ଏଲମଣ୍ଡରେ ଭଲ ଚର୍ବି ଏବଂ ପ୍ରୋଟିନ ଭରପୁର ଅଛି ଏବଂ ତୃପ୍ତି ଓ ଉତ୍ତମ ପୋଷଣ ପ୍ରଦାନ କରି ଅନେକ ଓଜନ ହ୍ରାସ ଯୋଜନା ସହିତ ଭଲ ଫିଟ ବୋଲି ବିଚାର କରାଯାଇଥାଏ । ବାସ୍ତବରେ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଏକ ସୁସ୍ଥ ଖାଦ୍ୟର ଅଂଶ ଭାବରେ ପ୍ରତିଦିନ ଏଲମଣ୍ଡ ଖାଇବା ଦ୍ୱାରା ହୃଦ ରୋଗ ପାଇଁ ଅନ୍ୟତମ ସଙ୍କଟ କାରକ ଡିସଲିପିଡେମିଆ ହ୍ରାସ ହୋଇପାରେ । ଏଲମଣ୍ଡ ଦ୍ୱାରା ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ଆପନ ସର୍ବଦା ଛୋଟ ତଥାପି ଏକ ପ୍ରଭାବଶାଳୀ ପରିବର୍ତ୍ତନ କରିପାରିବେ ।”


Share It

Comments are closed.