ଏହି ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ଏଣିକି ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା!


ରାସନ କାର୍ଡ ଧାରକ (Ration Card Holders) ଙ୍କ ପାଇଁ ଏକ ବଡ଼ ଖବର ଅଛି । ରାସନ କାର୍ଡ (Ration Card) ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ବର୍ତ୍ତମାନ ରାସନ କାର୍ଡ ଧାରକମାନେ ମଧ୍ୟ ଆର୍ଥିକ ସହାୟତା ପାଇବେ । ଆଜ୍ଞା ହଁ, ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି, ତେବେ ଆପଣ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ୧୦୦୦ ଟଙ୍କା ପାଇବେ । ଏହା ସହିତ ମାଗଣା ରାସନ (Free Ration) ର ଲାଭ ମଧ୍ୟ ମିଳିବ । ଆପଣଙ୍କୁ କହି ରଖୁଛୁ ଯେ, ଡାମିଲନାଡୁ ସରକାର (Tamil Nadu Government) ଏହି ଘୋଷଣା କରିଛନ୍ତି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ (Tamilnadu CM) ଏମକେ ଷ୍ଟାଲିନ (M. K. Stalin) ଘୋଷଣା କରିଛନ୍ତି ଯେ, ରାଜ୍ୟର ମହିଳାମାନଙ୍କୁ ୧୦୦୦ ଟଙ୍କା ମିଳିବ । ନିର୍ବାଚନ ପ୍ରଚାର ସମୟରେ ରାଜ୍ୟର ସିଏମ୍ ଏହା ଘୋଷଣା କରିଥିଲେ । କିନ୍ତୁ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ ଏହାର ଘୋଷଣା କରିଛନ୍ତି । ସରକାରୀ ସୂଚନା ଅନୁଯାୟୀ, ଏହି ୧୦୦୦ ଟଙ୍କା ମହିଳା କାର୍ଡ ଧାରକଙ୍କୁ ଜୁନ୍ ୩ରୁ ଦିଆଯିବା ଆରମ୍ଭ ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜନ୍ମଦିନରେ ଏହାକୁ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଆପଣଙ୍କୁ କହି ରଖୁଛୁ ଯେ, ଯେଉଁମାନେ ୩୫ କିଲୋଗ୍ରାମ ଚାଉଳ ପାଉଛନ୍ତି ଓ ଦାରିଦ୍ର ସୀମାରେଖା ତଳେ ଥିବା ପରିବାରମାନଙ୍କୁ ଏହି ସୁବିଧା ମିଳିବ । ଏହା ବ୍ୟତୀତ PhAAY ପରିବାର କାର୍ଡ ଧାରକ ମହିଳାଙ୍କ ପାଇଁ ଉପଲବ୍ଧ ହେବ । ସେପଟେ ରାସନ କାର୍ଡ ଧାରକମାନେ କେନ୍ଦ୍ର ଓ ଅନେକ ରାଜ୍ୟ ସରକାରଙ୍କଠାରୁ ଅନେକ ସୁବିଧା ପାଉଛନ୍ତି । ହରିୟାଣା ସରକାରଙ୍କ ତରଫରୁ ବିପିଏଲ ରାସନ କାର୍ଡଧାରୀ ଓ ଅନ୍ତ୍ୟେଦୟ କାର୍ଡ ଧାରକ (AAY) କୁ ଦୁଇ ଲିଟର ସୋରିଷ ତେଲ ମାଗଣାରେ ଦେବାକୁ ଘୋଷଣା କରାଯାଇଥିଲା । ଏହା ସହିତ ପୂର୍ବରୁ ରାଜ୍ୟବାସୀଙ୍କୁ ୨୫୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଥିଲା । ବର୍ତ୍ତମାନ ଏହାକୁ ୩୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ୨୦୧୫ ମସିହାରେ ପଙ୍ଗଲ ଅବସରରେ ତାମିଲନାଡୁ ସରକାର ଉପହାର ଭାବେ ବ୍ୟାଗ ଦେଇଥିଲେ । ଏଥି ସହିତ ୨୦୧୯ ମସିହାରେ ୧,୦୦୦ ଟଙ୍କା ନଗଦ ଅର୍ଥ ରାଜ୍ୟର ଅଭାବୀ ଲୋକଙ୍କୁ, ୨୦୨୦ରେ ୨୫୦୦ ଟଙ୍କା ଏବଂ ୨୦୨୧ରେ ୨୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ରାଶି ସରକାର ପ୍ରଦାନ କରିଛନ୍ତି ଯାହା ଦ୍ୱାରା ରାଜ୍ୟର ସମସ୍ତ ଲୋକ ଏହି ପର୍ବକୁ ଖୁସିରେ ପାଳନ କରିପାରିବେ । ଏହା ସହିତ ଚାଉଳ, ଆଖୁ ଏବଂ ଚିନି ମଧ୍ୟ ଉପହାର ଦିଆଯାଏ । ଆପଣଙ୍କୁ କହି ରଖୁଛୁ ଯେ, ଏହା ପ୍ରଥମେ ଜାନୁଆରୀ ୨୦୧୪ରେ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟ ସରକାର ଏକ କିଲୋଗ୍ରାମ କଞ୍ଚା ଚାଉଳ ଓ ଏକ କିଲୋଗ୍ରାମ ଚିନି ସହିତ ନଗଦ ୧୦୦ ଟଙ୍କା ଦେଇଥିଲେ ।


Share It

Comments are closed.