ସିଏଟ୍ ପକ୍ଷରୁ ସ୍ପୋର୍ଟରାଡ୍ ଓ କ୍ରସ୍‌ରାଡ୍ ଭଳି ଦୁଇଟି ଭାରିଆଂଟ୍‌ରେ ଷ୍ଟିଲ୍ ରାଡ୍ ଟାୟାର ଉନ୍ମୋଚିତ


ଭୁବନେଶ୍ୱର: ଏକ ଅଗ୍ରଣୀ ଟାୟାର ନିର୍ମାତା ସିଏଟ୍ ଏହାର ଦୁଇ ଚକିଆ ଟାୟାର ରେଞ୍ଜର ପ୍ରଦର୍ଶନକୁ ଏକ ଉଚ୍ଚ ସ୍ତରକୁ ନେଇଛି ଯେଉଁଥିରେ ଷ୍ଟିଲ ରେଡିଆଲ ଟାୟାରର ନୂଆ ବର୍ଗ ସ୍ପୋର୍ଟରାଡ୍ ଏବଂ କ୍ରସରାଡକୁ ଉନ୍ମୋଚନ କରାଯାଇଛି । ଉଚ୍ଚ ପ୍ରଦର୍ଶନକାରୀ ମୋଟରସାଇକେଲର ସମ୍ପୂର୍ଣ୍ଣ ସମ୍ଭାବନାକୁ ଜାଗ୍ରତ କରିବା ପାଇଁ ଷ୍ଟିଲ୍ ରେଡିଆଲ ଟାୟାରର ଏହି ପ୍ରିମିୟମ ରେଞ୍ଜକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସ୍ପୋର୍ଟରାଡ୍ ସିରିଜ୍ ହାଇସ୍ପିଡ୍ ଏବଂ କର୍ଣ୍ଣରିଂ ପାଇଁ ଡିଜାଇନ୍ କରାଯାଇଥିବା ବେଳେ କ୍ରସ୍‌ରାଡ୍ ହେଉଛି ଏକ ବିବିଧ ସଡ଼କ ପାଇ: ହାଇ ଗ୍ରିପ୍ ଟାୟାର ।
ଷ୍ଟିଲ୍ ରାଡ୍ ଟାୟାରରେ ଏକ ଷ୍ଟିଲ୍ ବେଲ୍‌ଟେଡ୍‌୍ ରାଡିଆଲ୍ ନିର୍ମାଣ ରହିଛି ଯାହା ଦ୍ରୁତ ବେଗରେ ଉନ୍ନତ ପରିଚାଳନା ଦକ୍ଷତା ପ୍ରଦାନ କରୁଛି ।
ସ୍ପୋର୍ଟରାଡ୍ ପ୍ଲାଟଫର୍ମରେ କର୍ଣ୍ଣିଂ ସ୍ଥିରତା ପାଇଁ ସମାନଦୂରତା ମିଡ୍‌କ୍ରାଉନ୍ ଗ୍ରୋଭ୍ ରହିଛି ଏବଂ କଠିନତାରେ ସନ୍ତୁଳନ ପାଇଁ ସେଥିରେ ସିଲିକା ମିଶ୍ରିତ ଟ୍ରେଡ୍ ରହିଛି । ଏହି ଟାୟାର ଆଶାଠାରୁ ଅଧିକ ସ୍ପୋର୍ଟି ପ୍ରଦର୍ଶନ ପ୍ରଦାନ କରୁଛି । ଅତ୍ୟଧିକ ପତଳା କୋଣ ପାଇଁ ସ୍ଲିକ୍ ସୋଲ୍‌ଡର, ଉନ୍ନତ ଓଦା ଗ୍ରିପ୍ ଏବଂ କର୍ଣ୍ଣିଂ ସ୍ଥିରତା ପାଇଁ ଏକ ଉନ୍ନତ ଗ୍ରୁଭ୍ ଡିଜାଇନ୍ ଏବଂ ୨୭୦ କିଲୋମିଟର ବେଗରେ ସ୍ଥିରତା ପାଇଁ ସର୍ବାଧିକ ସ୍ଲିକ୍ ଏରିଆ ଭଳି ସୁବିଧା ରହିଛି ଯାହା ଏକ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତିକୁ ସୁନିଶ୍ଚିତ କରିବ ।
କ୍ରସରାଡ୍‌୍ ପ୍ଲାଟଫର୍ମରେ ଏକ ଅସୀମିତ ବ୍ଲକ୍ ଟ୍ରେଡ୍ ଡିଜାଇନ୍ ଏବଂ ଟାୟାର ଉପରେ ଏକ ଟ୍ରାନ୍ସଭର୍ସାଲ୍ ଗ୍ରୁଭ୍ ରହିଛି ଯାହା ଗ୍ରେଭେଲ୍ / ମାଟି ଏବଂ ଅନ୍ୟାନ୍ୟ ଅଫ୍‌-ରୋଡ୍ ଅଂଚଳରେ ଉନ୍ନତ ଗ୍ରିପ୍ ପ୍ରଦାନ କରିଥାଏ । ଏହାବ୍ୟତୀତ, ଯୋଡ଼ିହୋଇରହିଥିବା ସୋଲଡର ବ୍ଲକଗୁଡିକ ଏକ ଉନ୍ନତ କୋଣୀୟ ଗ୍ରିପ୍ ପାଇଁ ଏକ ବିସ୍ତୃତ ଯୋଗାଯୋଗ କ୍ଷେତ୍ର ପ୍ରଦାନ କରୁଛି । ସେଂଟର ବ୍ଲକ ଏବଂ ଏକ ଷ୍ଟିଲ-ବେଲଟେଡ୍‌୍ ରାଡିଆଲ ନିର୍ମାଣ ସହିତ, କ୍ରସ୍‌ରୋଡ୍ ସିରିଜ୍ ଅଫରୋଡ୍‌୍ ଉତ୍ସାହୀମାନଙ୍କ ପାଇଁ ବହୁତ ଉନ୍ନତ ପରିଚାଳନା ଅଭିଜ୍ଞତା ପ୍ରଦାନ କରୁଛି ।
ସିଏଟ୍‌ର ଏମ୍‌ଡି ତଥା ସିଇଓ ଅର୍ଣ୍ଣବ ବାନାର୍ଜୀ କହିଛନ୍ତି ଯେ, “ଷ୍ଟିଲ୍ ରାଡ୍ ସିରିଜ୍ ଉଦ୍ଭାବନ ଏବଂ ଗୁଣବତା ପ୍ରତି ସିଏଟର ପ୍ରତିବଦ୍ଧତାର ପ୍ରମାଣ । ଷ୍ଟିଲ୍ ରାଡ୍ ସିରିଜ୍ ସହିତ ଆମେ ମୋଟରସାଇକେଲ୍ ଟାୟାରର ଏକ ନୂତନ ଯୁଗ ଆରମ୍ଭ କରୁଛୁ ଯାହା ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶନ ପାଇଁ ଉତ୍ସାହ ଉପସ୍ଥାପନ କରୁଛି । ଉଚ୍ଚ ପ୍ରଦର୍ଶନକାରୀ ବାଇକ୍ ଥିବା ଚାଳକମାନଙ୍କ ଅନନ୍ୟ ଆବଶ୍ୟକତାକୁ ଆମେ ବୁଝିଛୁ ଏବଂ ଏହି ଟାୟାରଗୁଡିକ ସେମାନଙ୍କ ଆଶା ପୂରଣ କରିବା ସହ ତାହାକୁ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଅତ୍ୟଧିକ ପତଳା କୋଣରୁ ଆରମ୍ଭ କରି ହାଇସ୍ପିଡ୍ ସ୍ଥିରତା ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗକୁ ଚାଳନା ଅଭିଜ୍ଞତା ବଢ଼ାଇବା ପାଇଁ ଯତ୍ନର ସହ ଏହାକୁ ପ୍ରସ୍ତୁତ କରାଯାଇଛି ।’’
ସିଏଟ୍‌ର ମୁଖ୍ୟ ମାର୍କେଟିଂ ଅଧିକାରୀ ଲକ୍ଷ୍ମୀ ନାରାୟଣନ ବି କହିଛନ୍ତି ଯେ, “ସିଏଟ୍‌ରେ ଆମେ ଉପଯୁକ୍ତ ପ୍ରଦର୍ଶନର ଉତ୍ସାହକୁ ବୁଝିଛୁ । ଯେଉଁ ଚାଳକମାନେ ନିଜ ମେସିନ୍‌ରୁ ସର୍ବୋତମ ପ୍ରଦର୍ଶନ ଚାହାନ୍ତି ସେମାନଙ୍କ ପାଇଁ ଏହା ହେଉଛି ଉତର । ଏହି ଟାୟାରଗୁଡ଼ିକ ରାସ୍ତାରେ ଠୋସ୍ ଫଳାଫଳ ପ୍ରଦାନ କରିବାକୁ ପ୍ରସ୍ତୁତ । ଷ୍ଟିଲ ରାଡିଆଲ କନଷ୍ଟ୍ରକ୍ସନ ପଥର ଭଳି କଠିନ ସ୍ଥିରତା ଏବଂ ଉତରଦାୟୀ ପରିଚାଳନା ପ୍ରଦାନ କରୁଛି । ଟ୍ରାକ୍ ଦିନ ହେଉ କିମ୍ବା ସପ୍ତାହ ଶେଷ ଭ୍ରମଣ କିମ୍ବା ଦୈନନ୍ଦୀନ ଯାତାୟାତ, ଏହି ଟାୟାରଗୁଡିକ ରାସ୍ତାରେ ପ୍ରଦର୍ଶନ ଏବଂ ଅତୁଳନୀୟ ଭରସାକୁ ସୁନିଶ୍ଚିତ କରିବେ ।’’
ମୋଟରସାଇକେଲର ପ୍ରଦର୍ଶନ ବିଭାଗ ପାଇଁ ସିଏଟି ଷ୍ଟିଲ୍ ରାଡ୍ ଟାୟାରଗୁଡ଼ିକୁ ସତର୍କତାର ସହ ଡିଜାଇନ୍ କରାଯାଇଛି । ୮୦:୨୦ ଅନ୍‌-ଅଫ୍ ରୋଡ୍ ବାୟାସ୍ ଥିବା ରୋଡ୍ ବାୟାସ୍ ସ୍ପୋର୍ଟ୍ରାଡ୍ ପ୍ଲାଟଫର୍ମକୁ ପ୍ରଥମେ ଦୁଇଟି ଆକାରରେ ଲଚଂ କରାଯିବ: ୧୧୦/୭୦ ଜେଡ୍ ଆର୍ ୧୭ ଏବଂ ୧୫୦/୬୦ ଜେଡ୍ ଆର୍ ୧୭ । ୬୦/୪୦ ଅନ-ଅଫ୍ ସ୍ପ୍ଲିଟ୍ ଥିବା କ୍ରସ୍ରାଡ ପ୍ଲାଟଫର୍ମ ବର୍ତମାନ ଗୋଟିଏ ଆକାର ପ୍ରଦାନ କରୁଛି – ୧୪୦/୬୦ଆର୧୭ ।
ସାରା ଭାରତରେ ସିଏଟ୍‌ର ସ୍ୱୀକୃତିପ୍ରାପ୍ତ ଡିଲରସିପ୍‌ରେ ଉପଲବ୍ଧ ଥିବା ଷ୍ଟିଲ୍ ରାଡ୍ ସିିରିଜ୍‌ର ଅନୁସନ୍ଧାନ କରିବା ଲାଗି ଚାଳକ, ଉତ୍ସାହୀ ଓ ଶିଳ୍ପ ପ୍ରଫେସନାଲ୍‌ମାନଙ୍କୁ ସିଏଟ୍ ଆମନ୍ତ୍ରଣ କରୁଛି ।
ବ୍ରାଣ୍ଡ ଆମ୍ବାସାଡର ଘୋଷଣା:
ମୋଟରସ୍ପୋର୍ଟସ ଦୁନିଆରେ ଏକ ସ୍ମରଣୀୟ ପଦକ୍ଷେପ ସ୍ୱରୂପ, ସିଏଟ୍ ଗର୍ବର ସହ ଜେଫ୍ରି ଇମାନୁଏଲଙ୍କୁ ରେସିଂରେ ଏହାର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛି । ମୋଟୋ-୩ରେ ଅନୁଷ୍ଠିତ ଏଫ୍‌ଆଇଏମ୍ କନିଷ୍ଠ ବିଶ୍ୱ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିଥିବା ପ୍ରଥମ ଭାରତୀୟ ଚାଳକ ଜେଫ୍ରି ୨୦୨୪ ସେପ୍େଟମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ମୋଟୋଜିପି ବିଶ୍ୱ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଯାତ୍ରା ମୋଟରସାଇକେଲ ରେସିଂ ଦୁନିଆରେ ଅସାଧାରଣ ପ୍ରତିଭାଙ୍କୁ ସମର୍ଥନ ଏବଂ ପ୍ରସାର କରିବା ପାଇଁ ସିଏଟ୍ ର ପ୍ରତିବଦ୍ଧତାକୁ ଦର୍ଶାଉଛି ।


Share It

Comments are closed.