ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢାଉ


ଗତ କାଲି ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢାଉ କରିଛି । ବେଆଇନ ଖଣି ଖନନ ସମ୍ବୋନ୍ଧିତ ମାମଲାରେ ସିବିଆଇ ତାଙ୍କ ଘରେ ଚଢାଉ କରିଛି । ସିବିଆଇ ଚନ୍ଦ୍ରକଳାଙ୍କ ଘର ସମେତ ୧୧ଟି ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରିଛି । ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ଚଢାଉ ଉତ୍ତର ପ୍ରଦେଶର ଜାଲୋନ, ହରିମପୁର, ଲକ୍ଷେ୍ନø ଏବଂ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ମଧ୍ୟ କରାଯାଇଛି ।
ପ୍ରକାଶ ଥାଉକି ଚନ୍ଦ୍ରକଳା, ଭ୍ରଷ୍ଟାଚାର ବିରୋଧି ଅଭିଯାନ ପାଇଁ ସୋସିଆଲ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି । ସିବିଆଇ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଏହି ଚଢାଉ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ୟୁପିରେ ଚନ୍ଦ୍ରକଲାଙ୍କର ଭ୍ରଷ୍ଟାଚାର ବିରୋଧି ଅଭିଯାନରେ ଭଲ ଭାବମୂର୍ତ୍ତି ରହିଥିବାବେଳେ ତାଙ୍କ ଛବିକୁ ଖରାପ କରିବା ପାଇଁ ଏହା ରାଜନୈତିକ ଷଡଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେ ବର୍ତ୍ତମାନ ଡେପୁଟେସନ ଦାୟିତ୍ୱରେ ଅଛନ୍ତି ।
ପ୍ରକାଶ ଥାଉକି ଚନ୍ଦ୍ରକଳା ଭ୍ରଷ୍ଟାଚାର ବିରୋଧି ଅଭିଯାନ ଏବଂ ତାଙ୍କ କାମ କରିବାର ଅନ୍ଦାଜ ଯୋଗୁଁ ସେ ପୂର୍ବରୁ ଅନେକ ଥର ପ୍ରସଂଶାର ପାତ୍ର ହେବା ସହ ଚର୍ଚ୍ଚାରେ ମଧ୍ୟ ରହିସାରିଛନ୍ତି । ଚନ୍ଦ୍ରକଳା ୨୦୦୮ର ଆଇଏଏସ ଅଧିକାରୀ ଅଟନ୍ତି । ସୋସିଆଲ ମିଡିଆରେ ଚନ୍ଦ୍ରକଳା ଖୁବ ଲୋକପ୍ରିୟ ଅଟନ୍ତି । ସେ ଲୋକପ୍ରିୟତା ମାମଲାରେ ୟୁପିର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବଙ୍କ ଠାରେ କାହିଁ କେଉଁ ଗୁଣ ଆଗରେ ଅଛନ୍ତି । ଫେସବୁକରେ ଚନ୍ଦ୍ରକଳାଙ୍କ ଫଲୋର୍ସ ୮,୬୩୬,୩୪୮ ରହିଥିବାବେଳେ ଅଖିଳେଶଙ୍କର ୬,୮୧୬,୩୬୩ ରହିଛି ।


Share It

Comments are closed.