ଭୁବନେଶ୍ୱର: ଏଚ୍ପି ଇଣ୍ଡିଆ ଗେମିଙ୍ଗ ଲ୍ୟାଣ୍ଡସ୍କେପ୍ ଷ୍ଟଡି ୨୦୨୩ ଅନୁଯାୟୀ, ଇସ୍ପୋର୍ଟସ୍ ଶିଳ୍ପର ଅଭିବୃଦ୍ଧି ବିବିଧ କ୍ୟାରିୟର ସୁଯୋଗ ଓ ବର୍ଦ୍ଧିତ ଆୟ ସହିତ ଭାରତୀୟ ଗେମର୍ ସମୁଦାୟକୁ ଲାଭାନ୍ୱିତ କରୁଛି । ଭାରତର ୧୫ଟି ସହରରେ ୩୦୦୦ ଗେମରଙ୍କୁ ସାମିଲ କରିଥିବା ଏହି ଅଧ୍ୟୟନ ଆଲୋକପାତ କରିଛି ଯେ, ଆନନ୍ଦ ଓ ଆରାମ ସହିତ ଗେମର୍ମାନେ ଏବେ ଅର୍ଥ ଉପାର୍ଜନ କରିବା ଓ ସ୍ୱୀକୃତି ପାଇବା ପାଇଁ ଗେମିଙ୍ଗ୍ ପ୍ରତି ଆକର୍ଷିତ ହେଉଛନ୍ତି । ପ୍ରଥମ ଥର ପାଇଁ ୫୦୦ ଅଭିଭାବକଙ୍କୁ ସାମିଲ କରିଥିବା ଏହି ଅଧ୍ୟୟନ ଗତ କିଛି ବର୍ଷ ମଧ୍ୟରେ ଗେମିଙ୍ଗ ପ୍ରତି ଅଭିଭାବକମାନଙ୍କର ଏକ ସକାରାତ୍ମକ ପରିବର୍ତନକୁ ମଧ୍ୟ ଦର୍ଶାଇଛି । ୪୫%ରୁ ଅଧିକ ଗେମର ବାର୍ଷିକ ୬ଲକ୍ଷରୁ ଅଧିକ ଆୟ କରୁଥିବା ଜଣାପଡ଼ିଛି । ୪୨% ଗେମରଙ୍କ ଅଭିଭାବକ ଏକ ଅଭ୍ୟାସ ଭାବେ ଗେମିଙ୍ଗ୍କୁ ମଞ୍ଜୁରୀ ଦେଇଛନ୍ତି । ୬୭% ଗେମର୍ ମୋବାଇଲ ଫୋନ୍ ଅପେକ୍ଷା ପିସିରେ ଗେମିଙ୍ଗ୍କୁ ପସନ୍ଦ କରୁଛନ୍ତି । ଏଚ୍ପି ପକ୍ଷରୁ ଏଚ୍ପି ଗେମିଙ୍ଗ ଗ୍ୟାରେଜର ଶୁଭାରମ୍ଭ କରାଯାଇଛି, ଯାହାକି ଇସ୍ପୋର୍ଟସ୍ ମ୍ୟାନେଜ୍ମେଂଟ୍ ଓ ଗେମ୍ ଡେଭ୍ଲପ୍ମେଂଟ୍ ଉପରେ ଏକ ମାଗଣା ଅନ୍ଲାଇନ୍ ପ୍ରଫେସ୍ନାଲ ସାର୍ଟିଫିକେଟ୍ ପ୍ରୋଗ୍ରାମ ଅଟେ । ୨୦୨୨ ତୁଳନାରେ ଭାରତରେ ଗେମିଙ୍ଗ୍ରୁ ଆୟ ବୃଦ୍ଧି ପାଇଛି, ଦକ୍ଷ ଗେମର୍ ଉତରଦାତାଙ୍କ ମଧ୍ୟରୁ ପ୍ରାୟ ୫୦% ୨୦୨୩ରେ ଗେମିଙ୍ଗ୍ରୁ ବର୍ଷକୁ ୬ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିବା ଦାବି କରିଛନ୍ତି । ସ୍ପନ୍ଶରସିପ୍ ଓ ଇ-ସ୍ପୋର୍ଟସ୍ ଟୁର୍ଣ୍ଣାମେଂଟ୍ଗୁଡିକ ଗୁରୁତ୍ୱପୂର୍ଣ୍ଣ ଆୟ ଉତ୍ସ ଭାବେ ଉଭା ହୋଇଛି ଯାହା ଗେମିଙ୍ଗ ସମୁଦାୟର ବର୍ଦ୍ଧିତ ମହତ୍ୱକୁ ସୂଚାଉଛି ।
ଏସମ୍ପର୍କରେ ଏଚ୍ପି ଇଣ୍ଡିଆ ମାର୍କେଟ୍ର ବରିଷ୍ଠ ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଇପ୍ସିତା ଦାସଗୁପ୍ତା କହିଛନ୍ତି, “ଭାରତ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷ ୩ଟି ପିସି ଗେମିଙ୍ଗ୍ ଦେଶଗୁଡିକ ମଧ୍ୟରୁ ଅନ୍ୟତମ ଭାବେ ଉଭା ହୋଇଥିବାରୁ ଆମେ ନିରନ୍ତର ଉଦ୍ଭାବନ ଓ ଅତ୍ୟାଧୁନିକ ଟୁଲ୍ ମାଧ୍ୟମରେ ଗେମରମାନଙ୍କୁ ସଶକ୍ତ ଓ ସକ୍ଷମ କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଏହି ଅଧ୍ୟୟନ ଆମକୁ ଗେମିଙ୍ଗ ପରିଦୃଶ୍ୟକୁ ଭଲ ଭାବରେ ବୁଝିବା ଏବଂ ଗେମିଂ ସମୁଦାୟର ଆଗ୍ରହ ଓ ଆକାଂକ୍ଷାଗୁଡିକୁ ଜୀବନ୍ତ କରିବା ପାଇଁ ଅନୁମତି ଦେଇଛି ।” ଏହି ଅଧ୍ୟୟନ ସମ୍ପର୍କରେ ଏଚ୍ପି ଇଣ୍ଡିଆ ମାର୍କେଟ୍ର ପର୍ସନାଲ ସିଷ୍ଟମ୍ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ବିକ୍ରମ ବେଦୀ କହିଛନ୍ତି, ‘ଇସ୍ପୋର୍ଟସ୍ ଶିଳ୍ପ ବୃଦ୍ଧି ପାଉଥିବା ଏବଂ ଗେମରମାନଙ୍କୁ ବିବିଧ କ୍ୟାରିୟର ସୁଯୋଗ ପ୍ରଦାନ କରୁଥିବାର ଦେଖିବା ଉତ୍ସାହଜନକ ଅଟେ । ଏଚ୍ପିରେ ଆମେ ସେମାନଙ୍କୁ ବିକଶିତ ହେବା ଏବଂ ଉଦୀୟମାନ ଗେମରମାନଙ୍କୁ ପ୍ରେରିତ କରିବାରେ ସାହାଯ୍ୟ କରିବା ପାଇଁ ଏଚ୍ପି ଗେମିଂ ଗ୍ୟାରେଜ୍ ଭଳି ପଦକ୍ଷେପର ଶୁଭାରମ୍ଭ କରିଛୁ ।’
ଗେମିଙ୍ଗ୍ କେବଳ ଏକ ନିର୍ଦ୍ଧିଷ୍ଟ ଜନସଂଖ୍ୟାରେ ସୀମିତ ନାହିଁ, କାରଣ ୭୫% ଜେନ୍ ଜି ଓ ୬୭% ମିଲେନିଆଲ ଦକ୍ଷ ଗେମର୍ ଅଟନ୍ତି । ମହିଳା ଉତରଦାତାଙ୍କ ମଧ୍ୟରୁ ୫୮% ଦକ୍ଷ ଗେମର ଭାବେ ଚିହ୍ନଟ ହୋଇଛନ୍ତି, ଯାହା ଗେମିଙ୍ଗ୍ର ସମାବେଶୀ ପ୍ରକୃତିକୁ ରେଖାଙ୍କିତ କରୁଛି । ଏହାଛଡା ଅଂଶଗ୍ରହଣ କରିଥିବା ପ୍ରତି ୩ରୁ ଜଣେ ଗେମର୍ ଆର୍ଥିକ ଲାଭ ପାଇବା କିମ୍ବା ସ୍ୱୀକୃତି ଓ ଲୋକପ୍ରିୟତା ହାସଲ କରିବା ପାଇଁ ଗେମିଙ୍ଗ୍ କରୁଥିବା ଜଣାଯାଇଛି । ଏହି ଅଧ୍ୟୟନ ଉନ୍ମୋଚନ କରିଛି ଯେ, ଉତରଦାତାଙ୍କ ମଧ୍ୟରୁ ୬୧% ଭାରତରେ ଗେମିଙ୍ଗ୍ ପାଠ୍ୟକ୍ରମଗୁଡିକ ସମ୍ପର୍କରେ ସଚେତନ ନଥିଲେ, ସେହପିରି ୫୦%ରୁ ଅଧିକ ଗେମର୍ ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ ୟୁଟ୍ୟୁବ୍ ଓ ଗେମ୍ ସାଥୀଙ୍କ ଉପରେ ନିର୍ଭର କରୁଛନ୍ତି । ୫୭% ଉତରଦାତା ଗେମିଙ୍ଗ୍ରେ ଆହୁରି ଦକ୍ଷ ହେବା ପାଇଁ ଗେମ୍ପ୍ଲେ ଟ୍ରେନିଙ୍ଗ୍ ଚାହୁଁଛନ୍ତି ।
Comments are closed.