ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ୨୬ ବର୍ଷୀୟା ଗାୟିକା ମାରିଲିୟା ମେଣ୍ଡୋଙ୍କା


ବିମାନ ଦୁର୍ଘଟଣାରେ ଆଖି ବୁଝିଲେ ବ୍ରାଜିଲର ୟଂଗ ଷ୍ଟାର୍ ସିଙ୍ଗର୍ ମାରିଲିୟା ମେଣ୍ଡୋଙ୍କା। ୨୬ ବର୍ଷୀୟା ମାରିଲିଆ ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଚାରିଜଣ ପ୍ରାଣ ହରାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଶୁକ୍ରବାର ଏହି ବିମାନ ଦୁର୍ଘଟଣାରେ ୨୦୧୯ ଲାଟିନ୍ ଗ୍ରାମି ବିଜେତା ମାରିଲିୟାଙ୍କ ସହ ତାଙ୍କର ମାମୁଁ ଥିଲେ। ଏମାନଙ୍କ ବ୍ୟତୀତ ଜଣେ ପ୍ରଡ୍ୟୁସର ଏବଂ ଦୁଇଜଣ କ୍ରୁ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ମାରିଲିୟାଙ୍କୁ ବ୍ରାଜିଲର କାରାଟିଙ୍ଗାରେ ପରଫର୍ମାନ୍ସ କରିବାର ଥିଲା ଏବଂ ସେଠାରେ ପହଞ୍ଚିବାର ମାତ୍ର ୧୨ କିଲୋମିଟର ପୂର୍ବରୁ ଦୁର୍ଘଟଣା ଘଟିଥିଲା। ମାରିଲିୟା ତାଙ୍କର ଦୁଇ ବର୍ଷର ଶିଶୁକୁ ଛାଡି ଯାଇଥିବା କୁହାଯାଉଛି। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ଘରୋଇ ବିମାନରେ ବସିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା।

ବ୍ରାଜିଲର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମାରିଲିୟା ବେଶ୍ ଲୋକପ୍ରିୟ ଥିଲେ, ଯିଏକି କିଶୋର ଅବସ୍ଥାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୨୦୧୬ ରେ ନେସନାଲ୍ ଷ୍ଟାର ହୋଇଥିଲେ। ସେ ଦୁନିଆର ସର୍ବାଧିକ ଦେଖାଯାଇଥିବା ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମ୍ ଭ୍ୟୁ ପାଇଁ ରେକର୍ଡ ସୃଷ୍ଟି କରିଥିଲେ।


Share It

Comments are closed.