ବ୍ରେନ୍‌ବିଜ୍ ସଲ୍ୟୁସନ୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ବ୍ରେନ୍‌ବିଜ୍ ସଲ୍ୟୁସନ୍ସ ଲିମିଟେଡ୍ (ଫାଷ୍ଟ୍‌କ୍ରାଏ) ପକ୍ଷରୁ ଭାରାତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରିଛି । ଫାଷ୍ଟ୍‌କ୍ରାଏ୍ ଡଟ୍ କମ୍ ହେଉଛି ମା’ ଓ ଶିଶୁମାନଙ୍କ ପାଇଁ ରିଟେଲର ଏକ ଅଗ୍ରଣୀ ପ୍ଲାଟଫର୍ମ ।
କଂପାନିର ଇନିସିଆଲ ପବ୍ଲିକ୍ ଅଫରରେ ୧୮୧୬ କୋଟି ଟଙ୍କାର ନୂତନ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୫୪,୩୯୧,୫୯୨ ଇକ୍ୱିଟି ସେୟାର ରହିଛି ।
ଅଫର୍ ଫର୍ ସେଲ୍‌ରେ ଏସଭିଏଫ୍‌୍ ଫ୍ରଗ୍ (କେମ୍ୟାନ୍‌) ଲିମିଟେଡ୍‌ର ୨୦,୩୧୮,୦୫୦ ଇକ୍ୱିଟି ସେୟାର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ୨,୮୦୬,୧୭୪ ଇକ୍ୱିଟି ସେୟାର, ପିଆଇ ଅପର୍ଚ୍ୟୁନିଟି ଫଣ୍ଡ-୧ ଦ୍ୱାରା ୮,୬୦୧,୨୯୨ ଇକ୍ୱିଟି ସେୟାର, ଟିପିଜି ଗ୍ରୋଥ ଭି ଏସ୍‌ଏଫ୍ ମାର୍କେଟ ପ୍ରାଇଭେଟ୍ ଦ୍ୱାରା ୩,୮୯୯,୫୨୫ ଇକ୍ୱିଟି ସେୟାର ବିକ୍ରି କରାଯିବ । ସେହିପରି, ନ୍ୟୁକ୍ୱେଷ୍ଟ ଏସିଆ ଇନଭେଷ୍ଟମେଂଟ୍‌-୩ ଲିମିଟେଡ୍ ଦ୍ୱାରା ୩,୦୧୪,୨୩୩ ଇକ୍ୱିଟି ସେୟାର, ଆପ୍ରିକୋଟ ଇନଭେଷ୍ଟମେଂଟ୍‌ସ୍ ଲିମିଟେଡ୍ ଦ୍ୱାରା ୨,୫୨୩,୨୮୦ ଇକ୍ୱିଟି ସେୟାର, ଭେରିଏଂଟ୍ ମରିସସ ପାର୍ଟନର୍ସ ଏଫ୍‌ଡିଆଇ ଲିମିଟେଡ୍ ଦ୍ୱାରା ୨,୪୦୪,୩୪୪ ଇକ୍ୱିଟି ସେୟାର, ଟିଆଇଏମଏଫ୍ ହୋଲ୍ଡିଂସ୍ (ମରିସସ୍‌) ଦ୍ୱାରା ୮୩୭,୬୭୬ ଇକ୍ୱିଟି ସେୟାର, ଥିଙ୍କ ଇଣ୍ଡିଆ ଅପର୍ଚ୍ୟୁନିଟିଜ୍ ମାଷ୍ଟର ଫଣ୍ଡ୍ ଏଲ୍‌ପି (କେମ୍ୟାନ୍‌) ଦ୍ୱାରା ୮୩୭,୬୭୬ ଇକ୍ୱିଟି ସେୟାର ଏବଂ ଶ୍ରୋଡର୍ସ କ୍ୟାପିଟାଲ ପ୍ରାଇଭେଟ ଇକ୍ୱିଟି ଏସିଆ ଲିମିଟେଡ୍ (କେମ୍ୟାନ୍‌) ଦ୍ୱାରା ୬୧୬,୯୪୫ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ସାଉଦି ଆରବ (“କେଏସଏ”) ରାଜ୍ୟରେ ନୂତନ ଆଧୁନିକ ଷ୍ଟୋର ଏବଂ ଗୋଦାମ ପ୍ରତିଷ୍ଠା କରି ବିଦେଶୀ ସମ୍ପ୍ରସାରଣ ପାଇଁ ଅର୍ଥ ଯୋଗାଣ, ନୂତନ ଆଧୁନିକ ଷ୍ଟୋର ପ୍ରତିଷ୍ଠା, ଭାରତରେ ଆମର ବର୍ତମାନର ଚିହ୍ନଟ ହୋଇଥିବା ଆଧୁନିକ ଷ୍ଟୋରଗୁଡିକ ପାଇଁ ଗୋଦାମ ଏବଂ ଲିଜ୍ ଦେୟ ପାଇଁ ଖର୍ଚ୍ଚ ବାବଦରେ କମ୍ପାନି ଅଫରରୁ ୧୮୧୬ କୋଟି ଟଙ୍କାର ନିଟ୍ ଆୟ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି । ଏହାର ସହାୟକ ସଂସ୍ଥା ଗ୍ଲୋବାଲବିସ ବ୍ରାଣ୍ଡରେ ପୁଞ୍ଜିନିବେଶ ଦିଗରେ, ଏହାର ପରୋକ୍ଷ ସହାୟକ ସଂସ୍ଥାଗୁଡ଼ିକରେ ଅତିରିକ୍ତ ଅଂଶଧନ ଅଧିଗ୍ରହଣ ଦିଗରେ, ବିକ୍ରୟ ଏବଂ ମାର୍କେଟିଂ ପଦକ୍ଷେପ, କ୍ଲାଉଡ୍ ଏବଂ ସର୍ଭର ହୋଷ୍ଟିଂ ସମ୍ବନ୍ଧୀୟ ଖର୍ଚ୍ଚ ସମେତ ଟେକ୍ନୋଲୋଜି ଏବଂ ଡାଟା ବିଜ୍ଞାନ ଖର୍ଚ୍ଚ, ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ରଣନୈତିକ ପଦକ୍ଷେପ ତଥା ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌, ବୋଫା ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଏବଂ ଆଭେଣ୍ଡସ୍ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ୍ ।


Share It

Comments are closed.