ବ୍ଲେଣ୍ଡର୍ସ ପ୍ରାଇଡ ଗ୍ଲାସ୍‌ୱେୟାର ଫ୍ୟାଶନ ଏନ୍‌ଏକ୍ସଟି ଉନ୍ମୋଚିତ


ଭୁବନେଶ୍ୱର : ବ୍ଲେଣ୍ଡର୍ସ ପ୍ରାଇସ୍ ଗ୍ଲାସ୍‌ୱେୟାର ପକ୍ଷରୁ ଏକ ଆଭାଂଟ୍‌-ଗ୍ରେଡ୍ ଫ୍ୟାଶନ ପ୍ଲାଟ୍‌ଫର୍ମ ଫ୍ୟାଶନ ଏନ୍‌ଏକ୍ସଟିର ଉନ୍ମୋଚନ କରାଯାଇଛି ଯାହା ରନ୍‌ୱେ ବାହାରେ ଫ୍ୟାଶନ ଅନୁଭୂତିଗୁଡିକୁ ପୁନଃବ୍ୟାଖ୍ୟା କରିବ । ଗୁରୁଗ୍ରାମ ଓ ହାଇଦ୍ରାବାଦରେ ଏବଂ ଭୁବନେଶ୍ୱର ଓ ପୁନେ ଭଳି ନୂଆ ଟାଉନ୍‌ରେ ଶୁଭାରମ୍ଭ ହେବା ପାଇଁ ପ୍ରସ୍ତୁତ ଫ୍ୟାଶନ ଏନ୍‌ଏକ୍ସଟି ଫ୍ୟାଶନ ଓ ଷ୍ଟାଇଲର ଏକ ନୂଆ ଚେହେରା ଉନ୍ମୋଚନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି । ୧୬ ବର୍ଷ ପାଇଁ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର, ଆଇକୋନିକ୍ ବ୍ଲେଣ୍ଡର୍ସ ପ୍ରାଇସ୍ ଗ୍ଲାସ୍‌ୱେୟାର ଫ୍ୟାଶନ ଟୁର୍ ସହିତ ଭାରତରେ ଷ୍ଟାଇଲର ଅଗ୍ରଦୂତ ରହିଆସିଛି । ଏହା ଉଲ୍ଲେଖନୀୟ ଡିଜାଇନର ଓ ସବୁଠାରୁ ଗ୍ଲାମରସ୍ ସେଲିବ୍ରିଟିମାନଙ୍କୁ ଏହାର ର‌୍ୟାମ୍ପ୍‌ରେ ଏକତ୍ରିତ କରି ଫ୍ୟାଶନର ମହତ୍ୱକୁ କ୍ୟାପ୍‌ଚର କରିଛି । କ୍ୟୁରେଟର-ଇନ୍‌-ଚିଫ୍ ଭାବେ ପ୍ରଖ୍ୟାତ ଡିଜାଇନର ଆଶିଷ ସୋନି ଏବଂ ଫ୍ୟାଶନ ଡିଜାଇନ କାଉନ୍ସିଲ ଅଫ୍ ଇଣ୍ଡିଆ (ଏଫ୍‌ଡିସିଆଇ) ସହ ନିଜର ନିରନ୍ତର ସହଭାଗିତା ସହିତ ଏହି ବ୍ରାଣ୍ଡ ଏବେ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ଏନ୍‌ଏକ୍ସଟି ସହିତ ଫ୍ୟାଶନ, ଷ୍ଟାଇଲ ଓ ଗ୍ଲାମରକୁ ପୁନଃପରିକଳ୍ପନା କରୁଛି ।
ନିଜର ସମ୍ପୂର୍ଣ୍ଣ ନୂତନ ଅବତାରରେ ଫ୍ୟାଶନ ଏନ୍‌ଏକ୍ସଟି ଆନ୍ତର୍ଜାତୀୟ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଟ୍ରେଣ୍ଡଗୁଡିକର ପ୍ରଭାବକୁ ଉପସ୍ଥାପନ କରିବ । ଏହାକୁ ବିକଶିତ ଫ୍ୟାଶନର କେନ୍ଦ୍ରରେ ଥିବା ୩ଟି ସ୍ୱତନ୍ତ୍ର ବିଷୟବସ୍ତୁ ଆଧାରରେ ପ୍ରସ୍ତୁତ କରାଯାଇଛି ଯେପରିକି: ହଲିଡେ’ ୱେୟାର କ୍ଷେତ୍ରରେ ଲକ୍‌ଜରୀ ଫ୍ୟାଶନର ପ୍ରଭାବକୁ ଉପସ୍ଥାପନ କରୁଥିବା ‘ ୱାଣ୍ଡରଲ୍ୟୁକ୍ସ’, ହାଇ ଫ୍ୟାଶନ କ୍ଷେତ୍ରରେ ଗ୍ଲାମର୍‌ର ଆଧୁନିକ ବ୍ୟାଖ୍ୟାର ପ୍ରତିନିଧିତ୍ୱ କରୁଥିବା ‘ଗ୍ଲସ୍ ଆଣ୍ଡ୍ ଗ୍ଲାମ’ ଏବଂ ଫ୍ୟୁଚରିଜିମ ଦ୍ୱାରା ଅନୁପ୍ରାଣିତ ଫ୍ୟାଶନର ପ୍ରତିନିଧିତ୍ୱ କରୁଥିବା ‘ଇଂଟରଗ୍ଲାମାଟିକ୍‌’ ଇତ୍ୟାଦି । ଫ୍ୟାଶନ ଏନ୍‌ଏକ୍ସଟି ୨୦୨୪ ତାରକାମାନଙ୍କ ସହ ସ୍ୱତନ୍ତ୍ର ସନ୍ଧ୍ୟା ସହିତ ନିଜର ମଂଚ ପ୍ରସ୍ତୁତ କରିବ ଯାହାକୁ ଗୁରୁଗ୍ରାମରେ ଡିଜାଇନର ରିମ୍‌ଜିମ ଡାଡୁ ଓ ହାଇଦ୍ରାବାଦରେ ଜେଜେ ବାଲାୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସେମାନେ ସ୍ୱତନ୍ତ୍ର କଲେକ୍ସନଗୁଡିକୁ ଉନ୍ମୋଚନ କରିବେ ଯାହା ଫ୍ୟାଶନ ଏନ୍‌ଏକ୍ସଟି ୨୦୨୪ର ଅଭିନବ ବିଷୟବସ୍ତଗୁଡିକରୁ ପ୍ରେରଣା ହାସଲ କରିଛି ଏବଂ ଷ୍ଟାଇଲ ଟ୍ରେଣ୍ଡଗୁଡିକ କ୍ଷେତ୍ରରେ ବିବର୍ତନର ଏକ ଝଲକ ଉପସ୍ଥାପନ କରିବେ । ଏହି ସନ୍ଧ୍ୟାରେ ଏଫ୍‌ଡିସିଆଇ ଦ୍ୱାରା ପରିଚାଳିତ ଏକ ଅଭିନବ ସେଗ୍‌ମେଂଟ୍ ‘ଫ୍ୟାଶନ ଏନ୍‌ଏକ୍ସଟି ସ୍ପଟ୍‌ଲାଇଡ଼୍‌’ର ସ୍ୱତନ୍ତ୍ର ପ୍ରିଭ୍ୟୁ ସାମିଲ ରହିବ ।
ନିଜର ଉତ୍ସାହ ବ୍ୟକ୍ତ କରି ପର୍‌ନଡ୍ ରିକାର୍ଡ ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର କାର୍ତିକ ମହିନ୍ଦ୍ରା କହିଛନ୍ତି, “ଫ୍ୟାଶନ ଏନ୍‌ଏକ୍ସଟି ଫେଷ୍ଟିଭାଲ ଏକ ଚମତ୍କାର ନୂଆ ଫର୍ମାଟ୍ ଆଣିଛି ଯାହା ଆମର ଫ୍ୟାଶନ ଅନୁଭୂତିଗୁଡିକୁ ନୂଆ ସହରଗୁଡିକରେ ବହୁମୂଖୀ କରୁଛି, ଯେଉଁଠାରେ ଉପଭୋକ୍ତାମାନେ ଆନ୍ତର୍ଜାତୀୟ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଟ୍ରେଣ୍ଡ୍‌ଗୁଡିକ ଦ୍ୱାରା ଅନୁପ୍ରାଣିତ ହେବା ପାଇଁ ପ୍ରସ୍ତୁତ ରହିଛନ୍ତି । ଫ୍ୟାଶନ ଏନ୍‌ଏକ୍ସଟିର ଶୁଭାରମ୍ଭ ଷ୍ଟାଇଲର ଦୁନିଆରେ ଏକ ନିମଜ୍ଜିତ ପ୍ରବେଶ ଦ୍ୱାରରେ ପରିଣତ ହେବା ପାଇଁ ଆମର ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି ।”
ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ଏନ୍‌ଏକ୍ସଟିର କ୍ୟୁରେଟର-ଇନ୍‌-ଚିଫ୍ ଆଶିଷ ସୋନି କହିଛନ୍ତି, ‘ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ଏନ୍‌ଏକ୍ସଟି ଭାରତରେ ଫ୍ୟାଶନ ଅନୁଭୂତିଗୁଡିକର ଏକ ଉତ୍ସାହଜନକ ବିପ୍ଳବର ପ୍ରତିନିଧିତ୍ୱ କରୁଛି । ଏହା କେବଳ ଫ୍ୟୁଚର ଫ୍ୟାଶନ ଟ୍ରେଣ୍ଡର ଏକ ପ୍ରଦର୍ଶନୀ ନୁହେଁ ବରଂ ଏକ ପ୍ଲାଟ୍‌ଫର୍ମ ଯାହା ନୂଆ ଗ୍ରାହକଙ୍କୁ ଫ୍ୟାଶନ ଓ ଗ୍ଲାମରସ ଷ୍ଟାଇଲଗୁଡିକର ଏକ ଦୁନିଆର ନିକଟତର କରୁଛି, ଯାହା ପୂର୍ବରୁ କେବେ କରାଯାଇନଥିଲା । ଆମେ ଫ୍ୟାଶନ ଏନ୍‌ଏକ୍ସଟି ଫେଷ୍ଟିଭାଲ ଅନୁଭୂତିକୁ ଭାରତର ଯୁବ ଉପଭୋକ୍ତାଙ୍କ ଫ୍ୟାଶନ ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଛୁ ।’
ଏଫ୍‌ଡିସିଆଇର ଅଧ୍ୟକ୍ଷ ସୁନିଲ ସେଠୀ କହିଛନ୍ତି, “ଫ୍ୟାଶନ ଡିଜାଇନ କାଉନ୍ସିଲ ଅଫ୍ ଇଣ୍ଡିଆ (ଏଫ୍‌ଡିସିଆଇ), ଫ୍ୟାଶନ ଏନ୍‌ଏକ୍ସଟିର ଲଂଚ୍ ସହିତ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ସହ ନିଜର ସହଭାଗିତା ଜାରି ରଖି ଗର୍ବିତ । ଆମେ ଫ୍ୟାଶନ ଏନ୍‌ଏକ୍ସଟି ସ୍ପଟ୍‌ଲାଇଟ୍‌ର ଶୁଭାରମ୍ଭ କରି ଉତ୍ସାହିତ ରହିଛୁ, ଏହା ହେଉଛି ଭାରତର କିଛି ପ୍ରମୁଖ ନୂତନ ଚିନ୍ତାଧାରା ବିଶିଷ୍ଟ ଡିଜାଇନରଙ୍କ ଉଦୀୟମାନ ଷ୍ଟାଇଲ ଟ୍ରେଣ୍ଡର ଏକ ଶକ୍ତିଶାଳୀ ପ୍ରଦର୍ଶନୀ ।”


Share It

Comments are closed.