ଭୁବନେଶ୍ୱରରେ ଆୟୋଜିତ ହେବ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ


ଭୁବନେଶ୍ୱର : ଭାରତରେ ଯୁବ ମିଲେନିଆଲଙ୍କ ପାଇଁ ଫ୍ୟାଶନ ଅନୁଭୂତିକୁ ପୁନଃବ୍ୟାଖ୍ୟା କରି ବ୍ଲେଣ୍ଡର୍ସ ପ୍ରାଇଡ ଗ୍ଲାସ୍‌ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ ଭୁବନେଶ୍ୱର ଗସ୍ତ ପାଇଁ ପ୍ରସ୍ତୁତ ରହିଛି । ଏହି ଫେଷ୍ଟିଭାଲରେ ପ୍ରଖ୍ୟାତ ଡିଜାଇନର ନଚିକେତ ବାର୍‌ଭେ ଏକ ଫ୍ୟାଶନ ପ୍ରଦର୍ଶନୀ ଉପସ୍ଥାପନ କରିବେ, ଯେଉଁଥିରେ ଶୋ’ଷ୍ଟପର୍ ଭାବେ ଲୋକପ୍ରିୟ ଅଭିନେତ୍ରୀ ସାନ୍ୟା ମଲ୍‌ହୋତ୍ରା ଏକ ସ୍ୱତନ୍ତ୍ର କଲେକ୍ସନର ଉନ୍ମୋଚନ କରିବେ ଯାହା ଫ୍ୟାଶନ ନେକ୍ସଟ୍ ୨୦୨୪ର ସ୍ୱତନ୍ତ୍ର ବିଷୟବସ୍ତୁ: ୱାଣ୍ଡରଲ୍ୟୁକ୍ସ, ଗ୍ଲସ୍ ଆଣ୍ଡ ଗ୍ଲାମ୍ ଓ ଇଂଟରଗ୍ଲାମାଟିଭ୍‌ରୁ ପ୍ରେରଣା ହାସଲ କରିଛି । ଏହି ଉତ୍ସବ ୨୦୨୪ ମାର୍ଚ୍ଚ ୨ ତାରିଖରେ ସାଣ୍ଡିଜ୍ ଟାୱାର ଲନ୍ ଠାରେ ଫ୍ୟାସନ, କଲିନାରୀ, ସଙ୍ଗୀତ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଷ୍ଟାଇଲ, ଗ୍ଲାମର ଏବଂ ଉଦ୍ଭାବନ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରବେଶ ପଥ ପ୍ରଦାନ କରିବ ।
ଏଫ୍‌ଡିସିଆଇ ଦ୍ୱାରା ପରିଚାଳିତ ‘ଫ୍ୟାଶନ ନେକ୍ସଟ୍ ସ୍ପଟ୍‌ଲାଇଟ୍‌’ ୯ ଜଣ ପ୍ରତିଷ୍ଠିତ ଡିଜାଇନର ଯେପରିକି ଅଲ୍‌ପନା ନୀରଜ ବ୍ଲୋନି, ଅନ୍ତର ଅଗ୍ନି, ମନ୍ଦିରା ୱିର୍‌କ, ଜିଶା ଡିଜାଇନ୍‌ସ, ବେରାଣ୍ଡା, ଶ୍ୱେତା କପୁର, ତନିଭା ଖାନୁଜା ଓ ନିତିନ ବାଲ୍ ଚୌହାନଙ୍କ ମାଧ୍ୟମରେ ଉଦୀୟମାନ ଟ୍ରେଣ୍ଡଗୁଡିକୁ ପ୍ରଦର୍ଶିତ କରିବ ଯାହା ୨୦୨୪ ସଂସ୍କରଣର ବିବିଧ ବିଷୟବସ୍ତୁଗୁଡିକୁ ଉପସ୍ଥାପନ କରିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁଥିବା ଅତିଥିମାନଙ୍କ ନିକଟରେ ନାସେର ମାଇଲ୍‌ସ, ଅଲ୍ ୟୁ କ୍ୟାନ୍ ଷ୍ଟ୍ରିଟ୍‌, ଡୁଡଲ ମାପୁଲ୍‌ସ, ବିୟର୍‌ଡୁ ଓ ଦ ଷ୍ଟାଇଲିଂ ରୁମ୍ ଭଳି ବ୍ରାଣ୍ଡଗୁଡିକ ଦ୍ୱାରା ଷ୍ଟାଇଲ ୩୬୦ଂ ଫ୍ୟାଶନ ପପ୍‌-ଅପ୍‌ଗୁଡିକ ଉପଲବ୍ଧ ରହିବ, ଯାହା ନିମଜ୍ଜିତ ଷ୍ଟାଇଲ ଅଭିଜ୍ଞତା ପ୍ରଦାନ କରୁଛି । ଏହାବ୍ୟତୀତ ଅଂଶଗ୍ରହଣକାରୀମାନେ ରିତ୍‌ୱିଜ ଓ ପ୍ରୋବ୍ରୋସ୍‌ଙ୍କ ରୋମାଂଚକର ପ୍ରଦର୍ଶନର ମଜା ଉଠାଇପାରିବେ । ଇଭେଂଟ୍‌ରେ ଯୋଗ ଦେଇଥିବା ବ୍ୟକ୍ତିମାନେ ଏଠାରେ ଆକର୍ଷଣୀୟ କୁପନ ଓ ଭାଉଚର ଜିତିବାର ସୁଯୋଗ ପାଇବେ ।


Share It

Comments are closed.